ଅବକାରୀ ଯୁଗ୍ମ କମିଶନରଙ୍କ ୫୨ ପ୍ଲଟ୍‌

ଭୁବନେଶ୍ୱର/ବଲାଙ୍ଗୀର,୩୦ା୭:(ସତ୍ୟଜିତ୍‌ ରାଉତ/ବୀରେନ୍ଦ୍ର ଝାଙ୍କର):୮ମାସ ପରେ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସର ୧୦ଟି ଟିମ୍‌ ରାମଚନ୍ଦ୍ରଙ୍କ ଘର ସମେତ ଭୁବନେଶ୍ୱର, ବଲାଙ୍ଗୀର, ସୋନପୁର ଆଦି ୧୦ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଯାଞ୍ଚବେଳେ ରାମଚନ୍ଦ୍ରଙ୍କ ୫୨ଟି ପ୍ଲଟ୍‌ ସମେତ ବିପୁଳ ସମ୍ପତ୍ତି ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ରାମଚନ୍ଦ୍ରଙ୍କ ସୁବର୍ଣ୍ଣପୁର ଜିଲା ତରଭା କନ୍ଦରପିଟା ଗ୍ରାମସ୍ଥିତ ପୈତୃକ ଘର, ତରଭା ଅଞ୍ଚଳରେ ଏକ ରାଇସ୍‌ ମିଲ୍‌, ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାରସ୍ଥିତ ଭଡ଼ାଘର ଓ ଭୁବନେଶ୍ୱର ରୂପାଲି ଛକ ଇପିକଲ୍‌ ହାଉସସ୍ଥିତ ଅଫିସ ଚାମ୍ବର ଆଦି ରହିଛି। ଭିଜିଲାନ୍ସ ଟିମ୍‌ରେ ୧୦ଜଣ ଡିଏସ୍‌ପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ଚଢ଼ାଉ ଜାରି ରହିଥିବାବେଳେ ସା ସୁଦ୍ଧା ଭିଜିଲାନ୍ସ ଟିମ୍‌ ରାମଚନ୍ଦ୍ରଙ୍କ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କିରିଛି।
ରିପୋର୍ଟ ଅନୁଯାୟୀ, ରାମଚନ୍ଦ୍ରଙ୍କ ଠାବ ହୋଇଥିବା ୫୨ଟି ପ୍ଲଟ୍‌ ମଧ୍ୟରୁ ସମ୍ବଲପୁରରେ ୨, ବଲାଙ୍ଗୀରରେ ୩ ଓ ସୁବର୍ଣ୍ଣପୁରରେ ୪୭ଟି ରହିଛି। ସେହିପରି ଭୁବନେଶ୍ୱର ଆଇଗିଣିଆରେ ସତ୍ୟସାଇ ଏନ୍‌କ୍ଲେଭ୍‌ ଏମ୍‌ଆଇଜି-୩ରେ ଗୋଟିଏ ଡୁପ୍ଲେକ୍ସ, ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.ବି/୦୨), ବଡ଼ଗଡ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍‌ (ନଂ.ବି-୪୧୦), ବଲାଙ୍ଗୀର ଟିକରପଡ଼ାରେ ଗୋଟିଏ ୩ମହଲା କୋଠା, ଗୋଟିଏ ୧ମହଲା ବିଶିଷ୍ଟ କୋଠା, ସମ୍ବଲପୁର ଜିଲା ବୁର୍ଲାରେ ଏକ ଦୁଇ ମହଲା କୋଠା, ସୁବର୍ଣ୍ଣପୁରରେ ଗୋଟିଏ ଏକ ମହଲା କୋଠା, ତରଭାରେ ଗୋଟିଏ ରାଇସ୍‌ ମିଲ୍‌, ସୁବର୍ଣ୍ଣପୁରରେ ଗୋଟିଏ ଫାର୍ମ ହାଉସ ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଉଇଙ୍ଗ୍‌ ପ୍ରୟାସ ଜାରି ରଖିଛି। ଏଥିସହ ବ୍ୟାଙ୍କ ଜମା ୨୨ଲକ୍ଷ, ୨୩୦ ଗ୍ରାମର ସୁନା ଅଳଙ୍କାର, ୩୧୭ ଗ୍ରାମର ରୁପା ଅଳଙ୍କାର, ୧୧.୨୫ ଲକ୍ଷ ଟଙ୍କାର ୩ଟି ଦୁଇଚକିଆ ଯାନ, ଘରୋଇ ସାମଗ୍ରୀ ଓ ନଗଦ ଟଙ୍କା ରହିଛି। ଚଢ଼ାଉ ଜାରି ରହିଥିବା ବେଳେ ରାମଚନ୍ଦ୍ରଙ୍କ ନିବେଶ (ଶେୟାର, ମ୍ୟୁଚୁଆଲ୍‌ ଫଣ୍ଡ, ଜୀବନବୀମାର ପ୍ରିମିୟମ ଜମା) ଆଦିର ସମ୍ପତ୍ତିକୁ ମଧ୍ୟ ଭିଜିଲାନ୍ସ ଠାବ କରିବାକୁ ପ୍ରୟାସ ଜାରି ରଖିଛି। ଭିଜିଲାନ୍ସ ଟିମ୍‌ ପକ୍ଷରୁ ରାମଚନ୍ଦ୍ରଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଏହି ଯାଞ୍ଚ ସରିବା ପରେ ତାଙ୍କ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ରାମଚନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି, ସତ୍ୟ ପଦାକୁ ଆସିବ। ଭଗବାନ ଅଛନ୍ତି। ମୁଁ କାହାର କିଛି କ୍ଷତି କରିନାହିଁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri