Categories: ଖେଳ

‘ପୂରା ହେବାକୁ ଯାଉଛି ଦୀର୍ଘ ଦିନର ସ୍ବପ୍ନ’

ନୂଆଦିଲ୍ଲୀ, ୨୨ା୨- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସତ ହେବାକୁ ଯାଉଛି କର୍ନାଟକ ଅଲରାଉଣ୍ଡର କ୍ରିଷ୍ଣପ୍ପା ଗୋଥାମଙ୍କ ଦୀର୍ଘ ଦିନର ସ୍ବପ୍ନ। ୟୁଏଇରେ ଅନୁଷ୍ଠିତ ଗତ ଆଇପିଏଲରେ ସେ ନିଜ ଆଇଡଲ ତଥା ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଠାରୁ ନେଇଥିଲେ ଅଟୋଗ୍ରାଫ ପ୍ରାପ୍ତ ଛୋଟିଆ ବ୍ୟାଟ। ଆଉ ଚଳିତ ବର୍ଷ ସିଏସ୍‌କେ ପାଇଁ ଖେଳିବାକୁ ଯାଉଛନ୍ତି ଏହି ୩୨ ବର୍ଷୀୟ ଅଲରାଉଣ୍ଡର।

”ମୁଁ ଅଜିଙ୍କ୍ୟ ରାହାନେ ଓ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳିଛି। ଦୁହେଁ ଜବରଦସ୍ତ କ୍ୟାପଟେନ। ଏବେ ମୁଁ ଧୋନୀଙ୍କ ନେତୃତ୍ୱରେ ଖେଳିବାକୁ ବ୍ୟଗ୍ର। ଏହା ମୋ ପାଇଁ ସ୍ବପ୍ନ ସତ ହେଲା ଭଳି। ଧୋନୀଙ୍କ ନେତୃତ୍ୱରେ ଖେଳିବାକୁ ମୁଁ ସର୍ବଦା ଚାହେଁ। ସେ ଦେଶକୁ ବିଶ୍ୱକପ୍‌ ଦେଇଛନ୍ତି ଓ ୩ଟି ଆଇପିଏଲ ମଧ୍ୟ ଜିତିଛନ୍ତି। ତାଙ୍କ ନେତୃତ୍ୱରେ ଖେଳିବାକୁ ମୁଁ ଅପେକ୍ଷା କରିପାରୁ ନାହିଁ“ ବୋଲି ଆଇପିଏଲର ଇତିହାସର ସବୁଠୁ ଦାମୀ ଅନ୍‌କ୍ୟାପଡ୍‌ ଖେଳାଳି ଗୋଥାମ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଉଲ୍ଲେଖଥାଉ କି, ସ୍ପିନ ଅଲରାଉଣ୍ଡଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୯.୨୫ କୋଟି ଟଙ୍କାରେ ଅକ୍‌ଶନରେ କିଣିଛି।

Share