ଖେଳୁଛନ୍ତି ପୁଟିନ୍‌, ବାଇଡେନ୍‌ ସତର୍କ

କ୍ୱିଭ୍‌/ମସ୍କୋ/ଓ୍ବାଶିଂଟନ,୧୭ା୨: ୨୦୧୪ରେ କ୍ରିମିଆ ଦଖଲ କରି ରୁଷିଆରୁ ୟୁରୋପୀୟ ଶକ୍ତିଙ୍କୁ ବିତାଡ଼ିତ କରିବା ଥିଲା ବିଶ୍ୱକୁ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଭ୍ଲାଡିମିର ପୁଟିନ୍‌ଙ୍କ ପ୍ରଥମ ସନ୍ଦେଶ। ଏବେ ପଡ଼ୋଶୀ ୟୁକ୍ରେନ୍‌ ଆମେରିକା ଆଡ଼କୁ ଢଳୁଥିବା ଦେଖି ପୁଟିନ୍‌ ଗୋଟିଏ ପଟେ ଆଲୋଚନା କଥା କହୁଥିବାବେଳେ ଅନ୍ୟପକ୍ଷେ ସୀମାରେ ସମରସଜ୍ଜା କରି ଭିନ୍ନ ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି। ତାହା ହେଲା ମସ୍କୋକୁ ଆଉ ଅଣଦେଖା କରାଯାଇପାରିବ ନାହିଁ।
ୟୁକ୍ରେନ୍‌କୁ ନେଇ ମାସାଧିକ କାଳ ଧରି ମୁହଁାମୁହଁି ଅବସ୍ଥାରେ ରୁଷିଆ ଓ ଆମେରିକା। ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ଆଶଙ୍କା ଥିବାରୁ କ୍ରେମ୍‌ଲିନ୍‌କୁ ଆମେରିକା ନେତୃତ୍ୱାଧୀନ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସଦସ୍ୟ ରାଷ୍ଟ୍ରଗୁଡ଼ିକ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଫେବୃୟାରୀ ୧୬ରେ ରୁଷିଆ ଆକ୍ରମଣ କରିପାରେ ବୋଲି ପୂର୍ବରୁ ଆମେରିକୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ପକ୍ଷରୁ ସତର୍କ କରାଯାଇଥିବାରୁ ବୁଧବାର ୟୁକ୍ରେନ୍‌ରେ ଏକତା ଦିବସ ପାଳନ କରାଯାଇଛି। ତେବେ କ୍ରିମିଆ ଉପଦ୍ୱୀପରୁ ସୈନ୍ୟ ଅପସାରଣର ଭିଡିଓ ଜାରି କରି ସ୍ଥିତି ସ୍ବାଭାବିକ ହେଉଥିବା ନେଇ ରୁଷିଆ ସଙ୍କେତ ଦେଇଥିଲା। ହେଲେ ବାସ୍ତବରେ ସୀମାରୁ ରୁଷିଆ ନିଜ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରି ନ ଥିବା ଦର୍ଶାଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଉଦ୍‌ବେଗ ପ୍ରକାଶ କରିଛନ୍ତି। ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲ୍‌ଟେନ୍‌ବର୍ଗଙ୍କ ମତରେ ରୁଷିଆ ସାମରିକ ବଳ ପ୍ରତ୍ୟାହାର ପରିବର୍ତ୍ତେ ସୈନ୍ୟ ଠୁଳ ଜାରି ରଖିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନାଟୋ ରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷାମନ୍ତ୍ରୀମାନେ ମାରାଥନ୍‌ ବୈଠକ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହାର କୂଟନୈତିକ ସମାଧାନ ବାଟ ଖୋଜିବା ପାଇଁ ସହଯୋଗୀଙ୍କୁ ପରାମର୍ଶ ଦେଇଛନ୍ତି। ତଥାପି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସମରସଜ୍ଜା ଓ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ଏହା ତାଙ୍କର ବିପଜ୍ଜନକ ଖେଳ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏକଦା ସୋଭିଏଟ୍‌ ୟୁନିୟନ୍‌ର ସଦସ୍ୟ ଥିବା ୟୁକ୍ରେନ୍‌ ୧୯୯୧ ଅଗଷ୍ଟ ୨୪ରେ ସଂଘରୁ ଓହରିଯାଇ ନିଜକୁ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ସେବେଠୁ ରୁଷିଆ ସହ ଏହି ପଶ୍ଚିମ ୟୁରୋପୀୟ ରାଷ୍ଟ୍ରର ସମ୍ପର୍କ ବିଗିଡ଼ିବାରେ ଲାଗିଥିବାବେଳେ ୨୦୦୮ରେ ୟୁକ୍ରେନ୍‌ ନାଟୋରେ ମିଶିବା ଲାଗି ମେମ୍ବରଶିପ୍‌ ଆକ୍ସନ ପ୍ଲାନ୍‌ (ଏମ୍‌ଏପି) ଆରମ୍ଭ କରିଥିଲା। ନାଟୋ ଏବଂ ୟୁରୋପୀୟ ସଂଘର ସଦସ୍ୟତା ଲାଭ ସକାଶେ ୨୦୧୯ ଫେବୃୟାରୀରେ ୟୁକ୍ରେନର ସମ୍ବିଧାନ ସଂଶୋଧନ କରାଯାଇଥିଲା। ୨୦୨୦ ସେପ୍ଟେମ୍ବରରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଦେଶର ନୂଆ ସୁରକ୍ଷା ରଣନୀତି ଉପରେ ମୋହର ମାରିବା ପରେ ସଦ୍ୟ ବିବାଦ ମୁଣ୍ଡ ଟେକିଛି। କାରଣ ଏହି ସିକ୍ୟୁରିଟି ଷ୍ଟ୍ରାଟେଜି ଅନୁସାରେ ୟୁକ୍ରେନ୍‌ ପାଇଁ ନାଟୋ ସଦସ୍ୟତା ହାସଲ ସହଜ ହୋଇଯାଇଛି। ନାଟୋରେ ୟୁକ୍ରେନ୍‌ ମିଶିବାର ତାତ୍ପର୍ଯ୍ୟ ହେଉଛି ନିଜ ଭୂଖଣ୍ଡରେ ପାଶ୍ଚାତ୍ୟ ସାମରିକ ବଳକୁ ମୁତୟନ ଅନୁମତି ଦେବା। ଏହି ସ୍ଥଳେ ନିଜ ପଡ଼େଶୀ ରାଷ୍ଟ୍ରରେ ଆମେରିକାର ଆଧିପତ୍ୟକୁ ଶକ୍ତିଶାଳୀ ପୁଟିନ୍‌ ବରଦାସ୍ତ କରିପାରୁ ନାହାନ୍ତି। ତେଣୁ ସେ ଡୋନ୍‌ବାସ କ୍ଷେତ୍ରକୁ ବାୟୁସେନା, ନୌସେନା ଓ ଅର୍ଦ୍ଧସାମରିକ ବଳ ସୈନ୍ୟଙ୍କୁ ପଠାଇବାରେ ଲାଗିଛନ୍ତି। ସଦର୍ନ ମିଲିଟାରି ଡିଷ୍ଟ୍ରିକ୍ଟରୁ ରୁଷିଆ କିଛି ମାତ୍ରାରେ ସେନା ପ୍ରତ୍ୟାହାର କରିଥିବା ଘୋଷଣା କରିଥିଲେ ସୁଦ୍ଧା ତାକୁ କେହି ବିଶ୍ୱାସ କରିପାରୁ ନାହାନ୍ତି।
ମଧ୍ୟରେ ଯୁଦ୍ଧ ହେଲେ କେବଳ ରୁଷିଆ କିମ୍ବା ୟୁକ୍ରେନ୍‌ ପ୍ରଭାବିତ ହେବ ନାହିଁ, ବରଂ ଏହାର ଦୁଷ୍ପରିଣାମ ସାରା ବିଶ୍ୱକୁ ଭୋଗିବାକୁ ପଡ଼ିବ, ଯାହାର ସଙ୍କେତ ସାମ୍ପ୍ରତିକ ଉତ୍ତେଜନାରୁ ସୁସ୍ପଷ୍ଟ। ମୋଟାମୋଟି ଭାବେ ଏହି ଯୁଦ୍ଧ ବିଶ୍ୱକୁ ଦୁଇଭାଗ କରିଦେବ। ଗୋଟିଏ ପଟେ ରୁଷିଆ ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ରହିବେ ଏବଂ ଅନ୍ୟପକ୍ଷେ ଆମେରିକା ତଥା ୟୁରୋପୀୟ ଦେଶ।

ରୁଷିଆକୁ ନାଟୋର ଅବିଶ୍ୱାସ

ରୁଷିଆର ସୈନ୍ୟ ଅପସାରଣ ଭିଡିଓକୁ ନେଇ ନାଟୋ ସନ୍ଦେହ ବ୍ୟକ୍ତ କରିଛି। ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ବୁଧବାର କହିଛନ୍ତି, ୟୁକ୍ରେନ୍‌ ସୀମାରେ ରୁଷିଆ ଲଗାତର ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛି। କୂଟନୈତିକ ଉଦ୍ୟମ ଜାରି ରଖିବା ପାଇଁ ମସ୍କୋ ଚାହୁଁଥିବା ନେଇ ଆମେ ଶୁଣିବାକୁ ପାଇଛୁ। କିନ୍ତୁ ଅଦ୍ୟାବଧି ଉତ୍ତେଜନା ହ୍ରାସ ଦିଗରେ ରୁଷିଆ କିଛି ପଦକ୍ଷେପ ନେଇନାହିଁ। ଓଲଟା ଅଧିକ ସଂଖ୍ୟକ ସୈନ୍ୟଙ୍କୁ ପଠାଇବାରେ ଲାଗିଛି। ଆମେ ଆଲୋଚନା ଟେବୁଲରେ ବସିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ରୁଷିଆ ଆମ କଥା ନ ଶୁଣିଲେ ଯେକୌଣସି ପଦକ୍ଷେପ ନେବାକୁ ବି ପଛାଇବୁ ନାହିଁ।

ବିନା ଗୁଳିରେ ପାଶ୍ଚାତ୍ୟ ବିଧ୍ୱସ୍ତ

ୟୁକ୍ରେନ୍‌ ସୀମାରୁ ନିଜ ସୈନ୍ୟଙ୍କୁ କେତେକାଂଶରେ ପ୍ରତ୍ୟାହାର କରିଥିବା ନେଇ ରୁଷିଆ ଘୋଷଣା କରିବା ପରେ ପାଶ୍ଚାତ୍ୟ ଦେଶଗୁଡ଼ିକୁ କ୍ରେମ୍‌ଲିନ୍‌ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆଚରଣକୁ ନେଇ କଟାକ୍ଷ କରିଛି। ବିନା ଗୁଳିରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ମସ୍କୋ ତାଚ୍ଛଲ୍ୟ କରିଛି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜଖାରୋଭା ଏକ ଟେଲିଗ୍ରାମ୍‌ ପୋଷ୍ଟରେ ଲେଖିଛନ୍ତି, ୨୦୨୨ ଫେବୃୟାରୀ ୧୫ ଇତିହାସରେ ଲିପିବଦ୍ଧ ହୋଇରହିବ। କାରଣ ଏହି ଦିନ ପାଶ୍ଚାତ୍ୟର ଯୁଦ୍ଧ ପ୍ରଚାର ଅଭିଯାନ (ପ୍ରୋପାଗାଣ୍ଡା) ବିଫଳ ହୋଇଛି। ଆମେ ଗୋଟିଏ ବି ଗୁଳି ଚଳାଇ ନ ଥିବାବେଳେ ସେମାନେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri