Posted inଖେଳ

ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌, ଆସିଲା ଭାରତର ୧୧ ଖେଳାଳୀଙ୍କ ସାମ୍ଭାବ୍ୟ ଲିଷ୍ଟ !

ନୂଆଦିଲ୍ଲୀ, ୨୯।୦୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ବିଶ଼୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ ହେବାକୁ ଯାଉଛି । ବାରବାଡୋସର ପିଚ୍‌ ନମ଼୍ବର ୪ରେ ଏହି ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ରୋମାଞ୍ଚକର ହେବାକୁ ଯାଉଛି । କାରଣ ବିଶ଼୍ବକପ୍‌ ଟ୍ରଫି ହାତେଇବାକୁ ଭାରତ ଦଶନ୍ଧି ଧରି ଅପେକ୍ଷା କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର କୌଣସି ବିଶ଼୍ବକପ୍‌ ଜିତିବାକୁ ଫାଇନାଲ୍‌ରେ ପହଞ୍ଚିଛି । ଏହାରି ମଧ୍ୟରେ ଭାରତର ପ୍ଲେଇଂ ୧୧ ସାମ୍ଭାବ୍ୟ ଲିଷ୍ଟ ସାମ୍ନାକୁ ଆସିଛି । ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍‌ ଦୁବେ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ଜସ୍‌ପ୍ରୀତ୍‌ ବୁମ୍‌ରାହ, ଅର୍ଶଦୀପ ସିଂହ ଏହି ସାମ୍ଭାବ୍ୟ ତାଲିକାରେ ରହିଛନ୍ତି ।

ତେବେ ବାରବାଡୋସର ଏହି ୪ ନମ଼୍ବର ପିଚ୍‌ ଟିକେ ଭିନ୍ନ । ଏହି ପିଚ୍‌ରେ ସୁପର ୮ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନକୁ ହରାଇଥିଲା । ଲମ଼୍ବା ସମୟ ଧରି ବିଶ଼୍ବକପ୍‌ ଟ୍ରଫି ହାତେଇବାକୁ ଟିମ୍‌ ଇଣ୍ଡିଆ ଅପେକ୍ଷା କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ବିଶ଼୍ବ ଚମ୍ପିୟନ୍‌ ହେବାକୁ ଆତୁର ହୋଇ ରହିଛି । ଏହି ଦୁଇ ଟିମ୍‌ରେ ଜଣଙ୍କ ଠୁ ବଳି ଜଣେ ଧୁରନ୍ଧର ଖେଳାଳି ରହିଛନ୍ତି । ମ୍ୟାଚ୍‌ କେତେବେଳେ କେଉଁ ଖେଳାଳିଙ୍କ ସପୋର୍ଟରେ ଯିବ ତାହା କହିବା ଅସମ୍ଭବ । ବାମହାତୀ ଦ୍ରୁତ ବୋଲରମାନେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଅସୁବିଧାରେ ପକାଉଛନ୍ତି। ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ଜନସନ ଏହାର ଫାଇଦା ଉଠାଇ ପାରନ୍ତି। ତେବେ ମ୍ୟାଚ୍‌ ରୋହିତଙ୍କ ସପକ୍ଷରେ ରହୁଛି । କାରଣ ଟି-୨୦ ମ୍ୟାଚର ୯ ଇନିଂସରେ ଜନସନଙ୍କୁ ସାମ୍ନା କରିଛନ୍ତି ରୋହିତ । ଜନସନ୍‌ ତାଙ୍କୁ କେବଳ ଥରେ ଆଉଟ କରିବାକୁ ସକ୍ଷମ ହୋଇଛନ୍ତି।

ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି। କିନ୍ତୁ ବିରାଟ କୋହଲିଙ୍କ ଫର୍ମ ଏବେ ଚିନ୍ତାର କାରଣ ହୋଇଛି। କୋହଲି ୭ଟି ମ୍ୟାଚରେ ମାତ୍ର ୭୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ୮ ଟି ମ୍ୟାଚରେ ୧୨ ଟି ୱିକେଟ ନେଇଛନ୍ତି ଏବଂ ତାଙ୍କର ଇକୋନୋମି ରେଟ୍‌ ୬ରୁ କମ ରହିଛି। କୋହଲିଙ୍କୁ ରାବାଡାଙ୍କ ବଲକୁ ସାମ୍ନା କରିବାବେଳେ ସତର୍କ ରହିବାକୁ ପଡିବ। ରାବାଡା କୋହଲିଙ୍କୁ ୧୨ ଇନିଂସରେ ୪ ଥର ଆଉଟ୍‌ କରି ପାଭିଲିୟନ୍‌ ଫେରାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri