Posted inଖେଳ

ମହଙ୍ଗା ପଡ଼ିଲା ବିସିସିଆଇର ନିର୍ଦ୍ଦେଶ ଅଣଦେଖା, ବାର୍ଷିକ ଚୁକ୍ତିରୁ ବାଦ ପଡିଲେ ଶ୍ରେୟାସ-ଈଶାନ

ମୁମ୍ବାଇ,୨୮ା୨: ବିସିସିଆଇ ବୁଧବାର ପୁରୁଷ ଦଳର ଖେଳାଳି ମାନଙ୍କର ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିଛି। ଯେଉଁଥିରୁ ବାଦ ପଡିଛନ୍ତି ଇଶାନ୍ କିଶାନ୍ ଏବଂ ଶ୍ରେୟାସ୍ ଆୟର। ଦୁହେଁ ଗତବର୍ଷ ଦିନିକିଆ ବିଶ୍ୱକପ ଦଳରେ ଥିଲେ ମଧ୍ୟ ସେମାନଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାହାର କରାଯାଇଛି।

ପ୍ରକାଶ ପାଇଥିବା ଚୁକ୍ତି ତାଲିକା ଅନୁଯାୟୀ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜା ଗ୍ରେଡ ଏ+ ରେ ରହିଥିଲା ବେଳେ ପ୍ରାୟ ୩୦ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତି ମିଳିଛି। ଚାଲୁଥିବା ଘରୋଇ କ୍ରିକେଟ୍ ଋତୁରେ କୌଣସି ମ୍ୟାଚରେ ନ ଖେଳିବାରୁ ଶ୍ରେୟାସ୍ ଆୟର୍ ଏବଂ ଇଶାନ୍ କିଶାନଙ୍କ ବାର୍ଷିକ ଚୁକ୍ତିରୁ ହଟାଇ ଦିଆଯାଇଛି। ୨୦୨୨-୨୩ ଋତୁ ପାଇଁ ଇଶାନ୍ କିଶାନ୍ ଗ୍ରେଡ୍-ସି’ରେ ଥିବାବେଳେ ଶ୍ରେୟାସ୍ ଆୟର ଗ୍ରେଡ୍- ବି’ରେ ଥିଲେ ବିରେ ଥିଲେ।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା:
(ଗ୍ରେଡ ଏ+)-ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜା

(ଗ୍ରେଡ ଏ)-ଆର ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, କେ.ଏଲ ରାହୁଲ, ଶୁବମନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

(ଗ୍ରେଡ ବି)-ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଏବଂ ଯଶସ୍ବୀ ଜୟସ୍ବାଲ

(ଗ୍ରେଡ୍ ସି)-ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାୟକ୍ୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେ.ଏସ ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ ଏବଂ ରଜତ ପଟିଦାର।

ଏହା ସହିତ ଆକାଶଦୀପ, ବିଜୟକୁମାର ବ୍ୟାଶକ, ଉମରନ ମଲିକ, ୟଶ ଦୟାଲ୍‌ ଏବଂ ବିଦ୍ୱାଥ କାଭେରାପ୍ପା ସମତେ ୫ ଖେଳାଳିଙ୍କୁ ଫାଷ୍ଟ ବୋଲିଂ ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri