Posted inଖେଳ

ମହଙ୍ଗା ପଡ଼ିଲା ବିସିସିଆଇର ନିର୍ଦ୍ଦେଶ ଅଣଦେଖା, ବାର୍ଷିକ ଚୁକ୍ତିରୁ ବାଦ ପଡିଲେ ଶ୍ରେୟାସ-ଈଶାନ

ମୁମ୍ବାଇ,୨୮ା୨: ବିସିସିଆଇ ବୁଧବାର ପୁରୁଷ ଦଳର ଖେଳାଳି ମାନଙ୍କର ବାର୍ଷିକ ଚୁକ୍ତି ତାଲିକା ପ୍ରକାଶ କରିଛି। ଯେଉଁଥିରୁ ବାଦ ପଡିଛନ୍ତି ଇଶାନ୍ କିଶାନ୍ ଏବଂ ଶ୍ରେୟାସ୍ ଆୟର। ଦୁହେଁ ଗତବର୍ଷ ଦିନିକିଆ ବିଶ୍ୱକପ ଦଳରେ ଥିଲେ ମଧ୍ୟ ସେମାନଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାହାର କରାଯାଇଛି।

ପ୍ରକାଶ ପାଇଥିବା ଚୁକ୍ତି ତାଲିକା ଅନୁଯାୟୀ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜା ଗ୍ରେଡ ଏ+ ରେ ରହିଥିଲା ବେଳେ ପ୍ରାୟ ୩୦ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତି ମିଳିଛି। ଚାଲୁଥିବା ଘରୋଇ କ୍ରିକେଟ୍ ଋତୁରେ କୌଣସି ମ୍ୟାଚରେ ନ ଖେଳିବାରୁ ଶ୍ରେୟାସ୍ ଆୟର୍ ଏବଂ ଇଶାନ୍ କିଶାନଙ୍କ ବାର୍ଷିକ ଚୁକ୍ତିରୁ ହଟାଇ ଦିଆଯାଇଛି। ୨୦୨୨-୨୩ ଋତୁ ପାଇଁ ଇଶାନ୍ କିଶାନ୍ ଗ୍ରେଡ୍-ସି’ରେ ଥିବାବେଳେ ଶ୍ରେୟାସ୍ ଆୟର ଗ୍ରେଡ୍- ବି’ରେ ଥିଲେ ବିରେ ଥିଲେ।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି ତାଲିକା:
(ଗ୍ରେଡ ଏ+)-ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍‌ରା ଏବଂ ରବିନ୍ଦ୍ର ଜାଡେଜା

(ଗ୍ରେଡ ଏ)-ଆର ଅଶ୍ୱିନ, ମହମ୍ମଦ ଶାମି, ମହମ୍ମଦ ସିରାଜ, କେ.ଏଲ ରାହୁଲ, ଶୁବମନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

(ଗ୍ରେଡ ବି)-ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଏବଂ ଯଶସ୍ବୀ ଜୟସ୍ବାଲ

(ଗ୍ରେଡ୍ ସି)-ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାୟକ୍ୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, କେ.ଏସ ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ ଏବଂ ରଜତ ପଟିଦାର।

ଏହା ସହିତ ଆକାଶଦୀପ, ବିଜୟକୁମାର ବ୍ୟାଶକ, ଉମରନ ମଲିକ, ୟଶ ଦୟାଲ୍‌ ଏବଂ ବିଦ୍ୱାଥ କାଭେରାପ୍ପା ସମତେ ୫ ଖେଳାଳିଙ୍କୁ ଫାଷ୍ଟ ବୋଲିଂ ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

ଫାଇନାଲରେ ଟିମ ଇଣ୍ଡିଆ ଜିତନ୍ତୁ କି ହାରନ୍ତୁ, ଏଥର ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri