ପୃଥିବୀ ପାଇଁ ଲାଭଦାୟକ ହେବ ପ୍ଲାଷ୍ଟିକ ବର୍ଜ୍ୟ, ବାୟୋଚାରରେ ହେବ ପରିଣତ…

ଓ୍ବାଶିଂଟନ,୧୮।୧ : ବୈଜ୍ଞାନିକମାନେ ଏପରି ଏକ ଟେକ୍ନୋଲୋଜି ବିକଶିତ କରିଛନ୍ତି ଯାହା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବାୟୋଚାରରେ ପରିଣତ କରିପାରିବ। ଏହା ମାଟିର ଉର୍ବରତା ବୃଦ୍ଧି କରିବାରେ ସହାୟକ ହେବ। ଫଳରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯୋଗୁ ଆଗାମୀ ସମୟରେ ପ୍ରକୃତି ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ ।

ଆମେରିକାର କାଲିଫର୍ନିଆ ୟୁନିଭରସିଟିର ବୈଜ୍ଞାନିକମାନେ ପ୍ଲାଷ୍ଟିକକୁ ଉପଯୋଗୀ ବାୟୋଚାରରେ ପରିଣତ କରିବା ପାଇଁ ଏକ କୌଶଳ ବିକଶିତ କରିଛନ୍ତି, ଯାହା ଫସଲର ଗୁଣରେ ଉନ୍ନତି ଆଣିବା ପାଇଁ ମାଟି ସହିତ ମିଶ୍ରିତ ହୋଇପାରିବ ।

ବାୟୋଚାରର ଅର୍ଥ ହେଉଛି ଜୈବିକ ଅଙ୍ଗାର। ଏହା ଅତ୍ୟନ୍ତ ଶସ୍ତା, ସରଳ ଏବଂ ବୈଜ୍ଞାନିକ କୌଶଳ, ଯାହା ଦ୍ୱାରା ଯେକୌଣସି ପ୍ରକାରର ମାଟିର ଉର୍ବରତା ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ନୂତନ ପ୍ରକ୍ରିୟା ପ୍ଲାଷ୍ଟିକର ଦୁଇଟି ସାଧାରଣ ଫର୍ମ ପ୍ୟାକେଜିଂ ଫୋମ ଏବଂ ପାଣି ବୋତଲ ତିଆରିରେ ବ୍ୟବହୃତ ପ୍ଲାଷ୍ଟିକକୁ ଅଙ୍ଗାରରେ ପରିଣତ କରାଯାଇ ପାରିବ।

ଏହାର ଜଳ ଧାରଣ କ୍ଷମତା ଏବଂ ଚାଷ ଜମିର ଉର୍ବରତା ବୃଦ୍ଧି କରିବା ମାଟିରେ ପାଉଁଶ ଭଳି ମିଶାଯାଇ ପାରିବ। ଏହି ପ୍ରୟାସ ମାଟିକୁ ଉର୍ବର ରଖିବାରେ ସାହାଯ୍ୟ କରିବ। ଏହି କୌଶଳର ଏପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ପରୀକ୍ଷା ସଫଳ ରହିଛି ବୋଲି ବିବେଚନା କରାଯାଉଛି। କିନ୍ତୁ ଏହାକୁ ଅନେକ ପରୀକ୍ଷା ଦେଇ ଯିବାକୁ ପଡିବ ଯାହା ଦ୍ୱାରା ଏହାର ସଠିକତା ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ଗବେଷକ କହିଛନ୍ତି।

ଷ୍ଟୋଭ ମକା ଅର୍ଥାତ୍‌ ମକା ଡାଳ ଏବଂ ପତ୍ର ସହିତ ଦୁଇଟି ସାଧାରଣ ପ୍ରକାରର ପ୍ଲାଷ୍ଟିକ ମିଶ୍ରଣ କରି ଏହି ମିଶ୍ରଣକୁ ହାଇଡ୍ରୋଥର୍ମାଲ କାର୍ବନାଇଜେଶନ ନାମକ ଏକ ପ୍ରକ୍ରିୟା ସମୟରେ ଗରମ ପାଣିରେ ରଖାଯାଏ। ଏହି କୌଶଳ ଦ୍ୱାରା ନିର୍ମିତ ଅଙ୍ଗାର ଅତ୍ୟନ୍ତ କୋମଳ। ଏହାକୁ ମାଟିର ଗୁଣବତ୍ତା କିମ୍ବା ଇନ୍ଧନ ଭାବରେ ବ୍ୟବହାର କରାଯାଇପାରେ।

ବୈଜ୍ଞାନିକଙ୍କ ଅନୁଯାୟୀ, ସେମାନଙ୍କର ଅନୁସନ୍ଧାନ ପୂର୍ବ ଅଧ୍ୟୟନ ଉପରେ ଆଧାରିତ ଥିଲା ଯେଉଁଠାରେ ସେମାନେ ଅଙ୍ଗାର ଉତ୍ପାଦନ ପାଇଁ ଷ୍ଟୋଭ ମକା ବ୍ୟବହାର କରିଥିଲେ, ଯାହା ପାନୀୟ ଜଳରୁ ପ୍ରାୟ ୯୮ ପ୍ରତିଶତ ପ୍ରଦୂଷଣ ପଦାର୍ଥ ଅବଶୋଷିତ କରିବାକୁ ସକ୍ଷମ ହୋଇଥିଲା।

ତେବେ, ନିକଟରେ ହୋଇଥିବା ପରୀକ୍ଷଣରୁ ଜଣାପଡିଛି ଯେ ପ୍ଲାଷ୍ଟିକ ମିଶ୍ରଣରୁ ନିର୍ମିତ ଅଙ୍ଗାର କେବଳ ୪୫ ପ୍ରତିଶତ ପ୍ରଦୂଷକକୁ ଜଳରୁ ଶୋଷିବାରେ ସକ୍ଷମ ହୋଇଥିଲା ।

ବର୍ତ୍ତମାନ ବାୟୋଚରର ଗୁଣରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯାଉଛି। ଆଶା କରାଯାଉଛି ଯେ ଆଗାମୀ ସମୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ବାୟୋଚାର ମାଟିର ଗୁଣବତ୍ତା କିମ୍ବା ଇନ୍ଧନ ଭଳି ବ୍ୟବହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri