ପ୍ଲାଷ୍ଟିକ ନେଉଛି ଜୀବନ, ବିପଦରେ ପ୍ରାଣୀସମ୍ପଦ

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକୋଲ ଥାଳି, ପଲିଥିନ ଏବେ ପ୍ରାଣୀସମ୍ପଦ ପାଇଁ ବିପଦ ସାଜିଛନ୍ତି। ଉକ୍ତ ବ୍ଲକର ବିଭିନ୍ନ ଗ୍ରାମରେ ବିଶେଷ କରି ଦାରିଙ୍ଗବାଡିଠାରୁ ମାତ୍ର ୧୩ କିମି ଦୂର ଅନ୍ୟତମ ଛୋଟ ବଜାରରେ ଅଳିଆ ଗଦାରେ ପ୍ରାଣୀସମ୍ପଦଙ୍କ ଜୀବନ ଅଟକିଛି। ଭୋକିଲା ଖାଦ୍ୟ ଅନ୍ବେଷଣରେ ଘରୁ ବାହାରିଥିବା ପ୍ରାଣୀସମ୍ପଦ ଏବେ ବଜାରରେ ପଡିଥିବା ପ୍ଲାଷ୍ଟିକରୁ ନିଜ ଖାଦ୍ୟ ଖୋଜି ସିଧା ପ୍ଲାଷ୍ଟିକ, ପଲିଥିନ ଖାଇ ଗୁରୁତର ହେଉଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ସିମନବାଡି ବଜାର ବ୍ୟାଙ୍କ ସମ୍ମୁଖରେ ଏକ ଅଳିଆ ଆବର୍ଜନା ତଥା ପ୍ଲାଷ୍ଟିକ ଭର୍ତ୍ତି ସ୍ଥାନରେ ଅସହାୟ ଅବସ୍ଥାରେ ଏକ ବଳଦ ମରଣ ସହ ସଂଘର୍ଷ କରୁଥିଲା। ସେହି ନିକଟର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ବିଭୁତି ଭୂଷଣ ସାହୁ ଦେଖି ତୁରନ୍ତ ପ୍ରାଣୀ ଓ ମତ୍ସ ବିଭାଗର ଭ୍ରାମ୍ୟମାଣ ଚିକିତ୍ସା ଦଳକୁ ଫୋନ କରି ଜଣାଇଥିଲେ। ଖବର ପାଇ ଭ୍ରାମ୍ୟମାଣ ଦଳ ଉକ୍ତ ବ୍ଲକ ତିଲୋରୀ ଅଞ୍ଚଳରେ ଟୀକାକରଣ କରୁଥିବା ବେଳେ ତାକୁ ଛାଡି ତୁରନ୍ତ ସିମନବାଡିରେ ପହଞ୍ଚି ଗୁରୁତର ବଳଦର ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ଉକ୍ତ ବଳଦର ଚିକିତ୍ସା କରିବା ପରେ ବଳଦଟି ଉଠି ଚାଲି ପାରିଥିଲା। ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ବଳଦର ମାଲିକଙ୍କ ଦେଖା ମିଳ ନ ଥିଲା। ଏହି ଚିକିତ୍ସା ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀ ମନୋଜ ବେହେରା, ହେରଦ ପ୍ରଧାନ ଏବଂ ଗାଡି ଚାଳକ ରତ୍ନାକର ନାୟକ ପ୍ରମୁଖ ଏହି ଚିକିତ୍ସା କରି ସୁସ୍ଥ କରାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା

ତେହରାନ୍‌,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ,…

ଗର୍ଜିଲେ ଚାଷୀ: ଅଧେ ଚାଷୀଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ…

ବି.ଏଡ୍‌ ନାମଲେଖା ପାଇଁ ଆଜି ଏନ୍‌ସିଇଟି ଆବେଦନର ଶେଷ ତାରିଖ

ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦…

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ୨୦ ଗୁଣା ଅଧିକ କରିବେ ଆକ୍ରମଣ

ଓ୍ବାଶିଂଟନ,୧୦।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଦ୍ୱାରା ତୈଳ ଯୋଗାଣ ବନ୍ଦ କରିବା ବିରୁଦ୍ଧରେ ଏକ କଠୋର ଚେତାବନୀ ଦେଇଛନ୍ତି।…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ: ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ୨୫% କଟିବ ଦରମା

ନୂଆଦିଲ୍ଲୀ,୧୦ା୩: ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ…

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୦।୩: ICC ୨୦୨୬ ଟି-୨୦ ବିଶ୍ୱକପ ପାଇଁ ‘ଟିମ ଅଫ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି। ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ଚାରି ଜଣ ଖେଳାଳିଙ୍କୁ ଏହି…

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା…

‘ଟିକେ ଲଜ୍ଜା କର ଟିମ ଇଣ୍ଡିଆ…’ ଜୟ ଶାହା, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ କିଏ ଆଉ କାହିଁକି କହିଲେ ଏମିତି? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆ ୨୦୨୬ ର ICC T20 ବିଶ୍ୱକପ ଜିତିଛି। ଏହି ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଭାରତୀୟ ଦଳ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri