ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଯୋଜନା: ବନବିହାରରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ)-ଗଞ୍ଜାମ  ଜିଲା  ଭଞ୍ଜନଗର ବନ ବିହାର ପରିସରରେ ମଙ୍ଗଳବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଯୋଜନା ଅଛି। ତେଣୁ ବନବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ସଫେଇ, ସଚେତନତା କାର୍ଯ୍ୟକ୍ରମ ଚାଲିଛି। ତେଣୁ ମଙ୍ଗଳବାର ବନ ବିଭାଗ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ରୀଛାତ୍ର ଏବଂ ବନ ବିଭାଗ କର୍ମଚାରୀମାନେ ମିଳିତ ଭାବେ ହାତରେ ପ୍ଲା କାର୍ଡ ଧରି ଶ୍ରୀରାମ ନଗର, ଛେଦାଭୂମି ରୋଡ, ଶ୍ରୀ ଅରବିନ୍ଦ ଶକ୍ତି ପୀଠ ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ। ଏହାପରେ ବନ ବିହାର ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଏସିଏଫ୍‌ ବିବେକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଶରୀର ଉପରେ ପଡ଼ୁଥିବା କୁ-ପ୍ରଭାବ ଉପରେ କହିଥିଲେ। ମୂଜାଗଡ ରେଞ୍ଜର ବିମ୍ବାଧର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବନପାଳ ଶରତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବାବୁଲା ପ୍ରଧାନ, ଶାଖା ୨ ଅଧିକାରୀ ସସ୍ମିତା କୁମାରୀ ଦାସ, ଅଧ୍ୟାପକ ବୁଧିନାଥ ବରିହା,ଅଧ୍ୟାପିକା ମାମାଲି ନାୟକ, ମୀକି ନାୟକ, ବନପାଳ ବବୁଲ ସେଠୀ, ଅନୁପ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ପରାମର୍ଶକ୍ରମେ ସ୍ବେଚ୍ଛାସେବୀ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ଅନେକ କିଛି ନୂତନ ଜ୍ଞାନ ଆହରଣ କରିପାରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ-ଘୁମୁରା: ଥୁଆମୂଳ ରାମପୁରରୁ ବାହାରିଲା ମଶାଲ ଶୋଭାଯାତ୍ରା…

ଥୁଆମୂଳ ରାମପୁର, ୧୩ା୧ (ଦୁର୍ଗା କୀର୍ତ୍ତି): ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନିମନ୍ତେ ମଙ୍ଗଳବାର ଥୁଆମୂଳ ରାମପୁର ବ୍ଲକରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା...

ନାବାଳକ ବିବାହ ଦଣ୍ଡନୀୟ ଅପରାଧ: ଶିକ୍ଷା-ସ୍ବାସ୍ଥ୍ୟ ଉପରେ ପକାଇଥାଏ କୁପ୍ରଭାବ; ଆଇନ ସଚେତନତା କାର୍ଯ୍ୟକ୍ରମରେ…

ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ବ୍ରହ୍ମପୁର) ସହଯୋଗରେ ଭଞ୍ଜନଗର ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ସା ୪ ଟାରେ ଭଞ୍ଜନଗର...

ସହର ଉପକଣ୍ଠରେ ନକଲି ଘିଅ ପ୍ରସ୍ତୁତି, ଅତର୍କିତ ଚଢ଼ାଉ କରି ପ୍ଲାଣ୍ଟ ସିଲ କଲା…

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ)- ବରଗଡ ସହର ଉପକଣ୍ଠ ବରାହଗୋଡା ଛକ ନିକଟରେ ନକଲି ଘିଅ ପ୍ରସ୍ତୁତି ଅଭିଯୋଗ ପାଇ ପୋଲିସ, ପ୍ରଶାସନ ମଙ୍ଗଳବାର ଅତର୍କିତ ଚଢାଉ କରିଛି...

୩୫ ଲିଟର ଦେଶୀମଦ ଜବତ: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ...

ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ବ୍ରହ୍ମପୁରସ୍ଥିତ...

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି: ଏଥର ରାଜରାସ୍ତାରେ ଆୟୋଜିତ ହେବ ପରେଡ୍

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାଠାରେ ୭୭ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri