ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ଯୋଜନା: ବନବିହାରରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ)-ଗଞ୍ଜାମ  ଜିଲା  ଭଞ୍ଜନଗର ବନ ବିହାର ପରିସରରେ ମଙ୍ଗଳବାର ପ୍ଲାଷ୍ଟିକ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଯୋଜନା ଅଛି। ତେଣୁ ବନବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ସଫେଇ, ସଚେତନତା କାର୍ଯ୍ୟକ୍ରମ ଚାଲିଛି। ତେଣୁ ମଙ୍ଗଳବାର ବନ ବିଭାଗ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ରୀଛାତ୍ର ଏବଂ ବନ ବିଭାଗ କର୍ମଚାରୀମାନେ ମିଳିତ ଭାବେ ହାତରେ ପ୍ଲା କାର୍ଡ ଧରି ଶ୍ରୀରାମ ନଗର, ଛେଦାଭୂମି ରୋଡ, ଶ୍ରୀ ଅରବିନ୍ଦ ଶକ୍ତି ପୀଠ ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ। ଏହାପରେ ବନ ବିହାର ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଏସିଏଫ୍‌ ବିବେକ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଶରୀର ଉପରେ ପଡ଼ୁଥିବା କୁ-ପ୍ରଭାବ ଉପରେ କହିଥିଲେ। ମୂଜାଗଡ ରେଞ୍ଜର ବିମ୍ବାଧର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବନପାଳ ଶରତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବାବୁଲା ପ୍ରଧାନ, ଶାଖା ୨ ଅଧିକାରୀ ସସ୍ମିତା କୁମାରୀ ଦାସ, ଅଧ୍ୟାପକ ବୁଧିନାଥ ବରିହା,ଅଧ୍ୟାପିକା ମାମାଲି ନାୟକ, ମୀକି ନାୟକ, ବନପାଳ ବବୁଲ ସେଠୀ, ଅନୁପ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ପରାମର୍ଶକ୍ରମେ ସ୍ବେଚ୍ଛାସେବୀ ମାନେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ଅନେକ କିଛି ନୂତନ ଜ୍ଞାନ ଆହରଣ କରିପାରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଙ୍କୁ ଧକ୍କା ଦେଇ ଚାଲି ଗଲା ଅଜଣା ଗାଡ଼ି, ଆରୋହୀଙ୍କ ମୃତ୍ୟୁ ପରେ ବଢିଲା ଉତ୍ତେଜନା, ବହୁ ସଂଖ୍ୟକ…

ବଲାଙ୍ଗୀର, ୩।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ କୁସଙ୍ଗ ନିକଟ ସାଲେକଦମଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମଙ୍ଗଳବାର ସାରେ ମୃତ୍ୟୁ…

ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପରତା, ବେଙ୍ଗାଲୁରୁରୁ ଆସିଲା ମଞ୍ଜୁଳାଙ୍କ ମରଶରୀର 

ଗୁଣୁପୁର, ୩।୩(ସଂକେତ ପାତ୍ର): ଗତ ଫେବୃଆରୀ ୨୫ ତାରିଖରେ ବେଙ୍ଗାଲୁରୁରେ ଗୁଣୁପୁର ନିକଟସ୍ଥ ରେଜିଂତାଲ ଗ୍ରାମର ଇସ୍ତିପାନ ଗମାଙ୍ଗଙ୍କ ଝିଅ ମଞ୍ଜୁଳା ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଏନେଇ…

ନିଖୋଜ ହୋଇଯାଇଥିଲେ ୨୦ ବର୍ଷୀୟା ଯୁବତୀ, ଉଦ୍ଧାର କରି ମା’ଙ୍କୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀ ସୋମବାର ଭୋରରୁ ଘରୁ ଆକସ୍ମିକ ଭାବେ ନିଖୋଜ…

ଗାଡ଼ି ଚାଳକଙ୍କ ମହାନତା: ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ପର୍ସକୁ ଶିକ୍ଷକଙ୍କୁ ଫେରାଇଲେ,ସାଧାରଣରେ ପ୍ରଶଂସା

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଆଠଗଡ଼ିଆ ସାହିର ସ୍ବର୍ଗତ ବିପ୍ର ସେଠୀଙ୍କ ପୁଅ ପିଙ୍କୁ ସେଠୀ ଗାଡ଼ି ଚାଳକ ଭାବେ କାର୍ଯ୍ୟକରନ୍ତି। ତାଙ୍କ ମହାନତା…

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ: ବାପା ସକାଳେ ହୋଇଥିଲେ କଥା, ଅପରାହ୍ନରେ ପହଞ୍ଚିଲା ମୃତ୍ୟୁ ଖବର…

ଧର୍ମଶାଳା,୩।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଲଗଲିଶଙ୍ଖ ଗାଁରେ ବଧୁହତ୍ୟା ଅଭିଯୋଗ। ସେ ୫ମାସର ଗର୍ଭବତୀ ଥିଲେ। ତେବେ ତାଙ୍କୁ ଶାଶୁଘର ଲୋକେ…

ନୀଳଗିରି ସର୍ଣ୍ଣଚୁଡ଼ ପାହାଡ଼ରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ନାକେଦମ ହେଲାଣି…

ନୀଳଗିରି,୩।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ସର୍ଣ୍ଣଚୁଡ଼ ପାହାଡ଼ରେ  ନିଆଁଲାଗି ଅନେକ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମିଭୂତ ହୋଇଯାଇଛି। ପବନର ବେଗ ବଢିବା ସହ…

ସାମନବାଡ଼ି ଛାତ୍ରାବାସରୁ ୧୦ ଛାତ୍ର ଫେରାର, ଏଯାଏ ମିଳୁନି ପତ୍ତା, ଚିନ୍ତାରେ ଅଭିଭାବକ; ଅଧିକାରୀଙ୍କ… 

ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ  ମଙ୍ଗଳବାର ମଧ୍ୟାହ୍ନ…

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri