କଣାସ ବ୍ଲକରେ ଫଳକଭଙ୍ଗା ରାଜନୀତି

କଣାସ,୮ା୧(ବିଭୁତି ଭୂଷଣ ତ୍ରିପାଠୀ):ପୁରୀ ଜିଲା କଣାସ ବ୍ଲକର ନୂଆଜଗନ୍ନାଥ ସଡ଼କ ବାଦୁରାବର ଠାରୁ ବଡ଼ାଲ, ଗୋପୀନାଥପୁର ଦେଇ କରମଳାକୁ ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଜାନୁଆରୀ ୪ ତାରିଖରେ ପୁରୀ ଏମ୍‌ପି ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ବାଦୁରାବରଠାରେ ଶିଳାନ୍ୟାସ କରିଥିଲେ। ଏହି ଶିଳାନ୍ୟାସ ଫଳକକୁ କୌଣସି ବ୍ୟକ୍ତି ସେହି ଦିନ ରାତିରେ ଭାଙ୍ଗି ଦେଇଥିବା ଅଭିଯୋଗ ହେବାରୁ ଗଡ଼ିଶାଗୋଦା ଥାନା ପୋଲିସ ଗ୍ରାମର ସୁଶାନ୍ତ ପ୍ରଧାନଙ୍କୁ ସୋମବାର ରାତିରେ ଉଠାଇ ଆଣିଥିଲେ। ପଳରେ ବିଜେଡିର ୫୦ରୁ ଅଧିକ କର୍ମୀ ମଙ୍ଗଳବାର ଦିନସାରା ଗଡ଼ିଶାଗୋଦା ଥାନା ଆଗରେ ଧାରଣାରେ ବସି ରହିଥିଲେ।
ସମର୍ଥକ ସୁମତୀ ପ୍ରଧାନ ଗଡ଼ିଶାଗୋଦା ଥାନାରେ ପୂର୍ବରୁ ଏକ ଏତଲା ଦେଇଥିଲେ ଯେ, ସେହି ଗ୍ରାମର ୫ରୁ ୭ଜଣ ଭାଜପା ସମର୍ଥକ ବିଭିନ୍ନ ମାରଣାସ୍ତ୍ର ଧରି ଧମକ ଚମକ ଦେଉଛନ୍ତି। ପୋଲିସ ସେମାନଙ୍କ ପ୍ରତି ନୀରବଦ୍ରଷ୍ଟା ରହିଥିବା ବେଳେ ଅଭିଯୋଗ ନ ଥାଇ କାହିଁକି ତାଙ୍କ ସ୍ବାମୀଙ୍କୁ ପୋଲିସ ଧରି ନେଇଛି ବୋଲି ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଥାନାରେ ପହଞ୍ଚତ୍ ଆଇଆଇସି ଦୁର୍ଗାଚରଣ ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଖୁବ୍‌ଶୀଘ୍ର ଆତଙ୍କ ସୃଷ୍ଟି କରୁଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ନ୍ୟପକ୍ଷରେ କଣାସ ଭାଜପା ସମର୍ଥତ୍ତ ସରପଞ୍ଚ ଭଗବାନ ସୁବୁଦ୍ଧି କହିଛନ୍ତି, ଫଳକଭଙ୍ଗା ଘଟଣା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଗଡ଼ିଶାଗୋଦା ଥାନାରେ ଏତଲା ଦେବା ପରେ ଥାନାଧିକାରୀ ଦୁର୍ଗାଚରଣ ମହାପାତ୍ର ବାଦୁରାବର ଗ୍ରାମର ସୁଶାନ୍ତ ପ୍ରଧାନଙ୍କୁ ଥାନାକୁ ଆଣିଥିଲେ। ଏହି ଘଟଣାରେ ପୋଲିସ୍‌ ଉପରେ କୌଣସି ରାଜନୈତିକ ଚାପ ପଡିନାହିଁ ବୋଲି ସୁବୁଦ୍ଧି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri