ଜାରଓ୍ବା ବଞ୍ଚାଅ

ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ନିକୋବର ଦ୍ୱୀପମାଳ ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧ ନଭେମ୍ବର ୧୯୫୬ରେ ଗଠନ କରାଯାଇଥିଲା। ୫୭୨ଟି ଦ୍ୱୀପକୁ ନେଇ ଗଠିତ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମାତ୍ର ୩୮ଟି ଦ୍ୱୀପରେ ଲୋକ ରହୁଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ଏହାର ଲୋକସଂଖ୍ୟା ଥିଲା ୩,୮୦, ୫୮୧। ସମଗ୍ର ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବବିବିଧତାରେ ପରିପୂର୍ଣ୍ଣ। ଏଠାରେ ଗ୍ରେଟ୍‌ ଆଣ୍ଡାମାନିଜ, ଓଞ୍ଜେ, ଜାରଓ୍ବା, ସେଣ୍ଟିନିଲିଜ, ନିକୋବରିଜ ଏବଂ ଶୋମ୍ପେନ ଭଳି ଆଦିବାସୀ ବାସ କରନ୍ତି। ଗ୍ରେଟ୍‌ ଆଣ୍ଡାମାନିଜ, ଓଞ୍ଜେ, ଜାରଓ୍ବା, ସେଣ୍ଟିନିଲିଜ ଓ ଶୋମ୍ପେନ ହେଉଛନ୍ତି ପୁରାତନ ଆଦିବାସୀ ବର୍ଗର। ଦକ୍ଷିଣ ଓ ମଧ୍ୟ ଆଣ୍ଡାମାନ ଦ୍ୱୀପର ପଶ୍ଚିମ ଉପକୂଳରେ ରହୁଛନ୍ତି ଜାରଓ୍ବା। ଏବେ ୧୯ ଜଣ ଜାରଓ୍ବାଙ୍କୁ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସାମିଲ କରାଯାଇଛି। ସେମାନଙ୍କୁ ଆଣ୍ଡାମାନ ନିକୋବର ଦ୍ୱୀପମାଳର ମୁଖ୍ୟ ଶାସନ ସଚିବ ଚନ୍ଦ୍ର ଭୂଷଣ କୁମାର ଭୋଟର ପରିଚୟ ପତ୍ର ପ୍ରଦାନ କରବା ସହ ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଜାରଓ୍ବା ଆଦିବାସୀଙ୍କ ସଂଖ୍ୟା ଏବେ ୩୪୧ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ ଆଣ୍ଡାମାନ ନିକୋବରରେ ଥିବା ଅନ୍ୟ ପୁରାତନ ଜନଜାତି ଗ୍ରେଟ୍‌ ଆଣ୍ଡାମାନିଜଙ୍କ ସଂଖ୍ୟା ଏବେ ୫୯, ଓଞ୍ଜେ ୧୧୦, ସେଣ୍ଟିନିଲିଜ ୨୦୦ରୁ କମ୍‌ ଏବଂ ଶୋମ୍ପେନଙ୍କ ସଂଖ୍ୟା ୩୦୦ରୁ କମ୍‌ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଉଲ୍ଲେଖନୀୟ ଯେ, ଜାରଓ୍ବା ଭୋଟ ଅଧିକାର ପାଇବା ପୂର୍ବରୁ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଶୋମ୍ପେନ ଜନଜାତିରି ୬୨ ଜଣ ଭୋଟ ଦେଇଥିଲେ। ୨୦୧୯ରେ ଓଞ୍ଜେ ଓ ଗ୍ରେଟ୍‌ ଆଣ୍ଡାମାନିଜ ପ୍ରଥମ ଥର ଭୋଟ ଦେଇଥିଲେ। ନିକୋବରିଜ ସମ୍ପ୍ରଦାୟ ସବୁଠୁ ଅଧିକ ଭୋଟ ଦେଉଥିବାବେଳେ ସେଣ୍ଟଲିନିଜଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିନାହିଁ। କାରଣ ସେଣ୍ଟିଲିନିଜମାନେ ତଥାକଥିତ ସଭ୍ୟତା ସହିତ ସମ୍ପର୍କ ସ୍ଥାପନ କରିବାକୁ ଅରାଜି। ତାଙ୍କ ଦ୍ୱୀପକୁ ଯେ କୌଣସି ବ୍ୟକ୍ତି ଯାଇଛନ୍ତି, ସେଠାରୁ ବଞ୍ଚିକରି ଫେରିନାହାନ୍ତି। ସେଣ୍ଟିନିଲିଜମାନେ ଧନୁଶର ଓ ବର୍ଚ୍ଛାରେ ଆକ୍ରମଣ କରି ଅନେକଙ୍କୁ ମାରି ଦେଇଥିବାର ଜଣାଶୁଣା। ଏହା ଫଳରେ ଆଧୁନିକ ସଭ୍ୟତାଠୁ ଦୂରେଇ ରହୁଥିବା ହେତୁ ସେମାନଙ୍କ ପାଖରେ କୌଣସି ଡାକ୍ତର କିମ୍ବା ଔଷଧ ପହଞ୍ଚିପାରେ ନାହିଁ।
ସେଣ୍ଟିନିଲିଜଙ୍କ ଭଳି ତୀବ୍ର ନହେଲେ ମଧ୍ୟ ଜାରଓ୍ବା ଓ ଅନ୍ୟ କ୍ଷୁଦ୍ର ଆଦିବାସୀସମୂହ ସଭ୍ୟତା ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତିି। ଏହି ଆଦିବାସୀ ଲୋକଙ୍କୁ ଭୋଟ ଅଧିକାର ଦେଇ ସରକାର ବାହାବା ନେଉଛନ୍ତି। କିନ୍ତୁ ଏହା ମଧ୍ୟ ଧ୍ୟାନ ଦେବା ଜରୁରୀ ଯେ, ପୁରାତନ ଜନଜାତିଙ୍କ ସଂଖ୍ୟା କ୍ରମଶଃ କମୁଥିବା ସେମାନଙ୍କ ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷ କରି ଜାରଓ୍ବାଙ୍କ କଥା ବିଚାରକୁ ନେଲେ ଜଣାପଡ଼େ ଯେ, ଇଂରେଜମାନେ ୧୭୮୯ରେ ଆଣ୍ଡାମାନ ନିକୋବରରେ ଉପନିବେଶ ସ୍ଥାପନ କଲା ପରେ ସବୁ ଜନଜାତି ମୁଖ୍ୟତଃ ଜାରଓ୍ବାଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ୧୯୭୦ ଦଶକରେ ଜାରଓ୍ବା ରହୁଥିବା ଅଞ୍ଚଳରେ ଗ୍ରେଟ୍‌ ଆଣ୍ଡାମାନ ଟ୍ରଙ୍କ ରୋଡ ଯିବାପରଠାରୁ ବିପଦ ଆହୁରି ବଢ଼ିଲା। ୧୯୯୬ରେ ପ୍ରଥମ ଥର ଜଣେ ଆହତ ଜାରଓ୍ବାଙ୍କୁ ଚିକିତ୍ସା କରିବାକୁ ଯାଇ ସେମାନଙ୍କ ସହ ପ୍ରଥମ ସାମାଜିକ ସମ୍ପର୍କ ସ୍ଥାପନ କରାଯାଇଥିଲା। ପରେ ୧୯୯୯ ଓ ୨୦୦୬ରେ ଭୟଙ୍କର ମିଳିମିଳା ରୋଗରେ ପ୍ରାୟ ୧୦% ଜାରଓ୍ବାଙ୍କ ମୃତ୍ୟୁ ଘଟିଥିଲା। ଏହି ଜନଜାତିକୁ ମୁଖ୍ୟ ସ୍ରୋତରେ ସାମିଲ କରି ଆଧୁନିକ ସମାଜ ଆଡକୁ ଆଣିବା ପ୍ରକୃତରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହା ବ୍ୟତୀତ ପର୍ଯ୍ୟଟକମାନେ ସେମାନଙ୍କ ଅଞ୍ଚଳକୁ ଅବାଧରେ ପ୍ରବେଶ କରୁଥିବାରୁ ସେମାନେ ଅଧିକ ରୋଗଗ୍ରସ୍ତ ହେବାର ଆଶଙ୍କା ବୃଦ୍ଧି ପାଇଛି। ହ୍ୟୁମାନ ସଫାରି ପାଇଁ ସେମାନଙ୍କ ଜାଗା ଦଖଲ କରାଯାଉଛି। ଜାରଓ୍ବା ରହୁଥିବା ଅଞ୍ଚଳରେ ବାହାର ଲୋକମାନେ ବେଆଇନ ଶିକାର କରିବା, ଜାରଓ୍ବା ମହିଳାଙ୍କୁ ଯୌନ ନିର୍ଯାତନ ଦେବା, ବାଧ୍ୟକରି ଖଟାଇବା ଓ ବାହାରର ନିଶାଦ୍ରବ୍ୟ ସେବନ କରାଇବା ଅଭିଯୋଗ ମଧ୍ୟ ଆସୁଛି। ଏବେ ସରକାର ଜାରଓ୍ବାଙ୍କୁ ଭୋଟିଂ ଅଧିକାର ଦେଇ ଗଣତନ୍ତ୍ରରେ ସେମାନଙ୍କୁ ଭାଗୀଦାରି କରିବାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ପ୍ରାଥମିକତା ହେଉଛି ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ବଂଶରକ୍ଷା କରିବା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?