ଜାରଓ୍ବା ବଞ୍ଚାଅ

ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ନିକୋବର ଦ୍ୱୀପମାଳ ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧ ନଭେମ୍ବର ୧୯୫୬ରେ ଗଠନ କରାଯାଇଥିଲା। ୫୭୨ଟି ଦ୍ୱୀପକୁ ନେଇ ଗଠିତ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମାତ୍ର ୩୮ଟି ଦ୍ୱୀପରେ ଲୋକ ରହୁଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ, ଏହାର ଲୋକସଂଖ୍ୟା ଥିଲା ୩,୮୦, ୫୮୧। ସମଗ୍ର ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବବିବିଧତାରେ ପରିପୂର୍ଣ୍ଣ। ଏଠାରେ ଗ୍ରେଟ୍‌ ଆଣ୍ଡାମାନିଜ, ଓଞ୍ଜେ, ଜାରଓ୍ବା, ସେଣ୍ଟିନିଲିଜ, ନିକୋବରିଜ ଏବଂ ଶୋମ୍ପେନ ଭଳି ଆଦିବାସୀ ବାସ କରନ୍ତି। ଗ୍ରେଟ୍‌ ଆଣ୍ଡାମାନିଜ, ଓଞ୍ଜେ, ଜାରଓ୍ବା, ସେଣ୍ଟିନିଲିଜ ଓ ଶୋମ୍ପେନ ହେଉଛନ୍ତି ପୁରାତନ ଆଦିବାସୀ ବର୍ଗର। ଦକ୍ଷିଣ ଓ ମଧ୍ୟ ଆଣ୍ଡାମାନ ଦ୍ୱୀପର ପଶ୍ଚିମ ଉପକୂଳରେ ରହୁଛନ୍ତି ଜାରଓ୍ବା। ଏବେ ୧୯ ଜଣ ଜାରଓ୍ବାଙ୍କୁ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସାମିଲ କରାଯାଇଛି। ସେମାନଙ୍କୁ ଆଣ୍ଡାମାନ ନିକୋବର ଦ୍ୱୀପମାଳର ମୁଖ୍ୟ ଶାସନ ସଚିବ ଚନ୍ଦ୍ର ଭୂଷଣ କୁମାର ଭୋଟର ପରିଚୟ ପତ୍ର ପ୍ରଦାନ କରବା ସହ ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଜାରଓ୍ବା ଆଦିବାସୀଙ୍କ ସଂଖ୍ୟା ଏବେ ୩୪୧ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ ଆଣ୍ଡାମାନ ନିକୋବରରେ ଥିବା ଅନ୍ୟ ପୁରାତନ ଜନଜାତି ଗ୍ରେଟ୍‌ ଆଣ୍ଡାମାନିଜଙ୍କ ସଂଖ୍ୟା ଏବେ ୫୯, ଓଞ୍ଜେ ୧୧୦, ସେଣ୍ଟିନିଲିଜ ୨୦୦ରୁ କମ୍‌ ଏବଂ ଶୋମ୍ପେନଙ୍କ ସଂଖ୍ୟା ୩୦୦ରୁ କମ୍‌ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଉଲ୍ଲେଖନୀୟ ଯେ, ଜାରଓ୍ବା ଭୋଟ ଅଧିକାର ପାଇବା ପୂର୍ବରୁ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଶୋମ୍ପେନ ଜନଜାତିରି ୬୨ ଜଣ ଭୋଟ ଦେଇଥିଲେ। ୨୦୧୯ରେ ଓଞ୍ଜେ ଓ ଗ୍ରେଟ୍‌ ଆଣ୍ଡାମାନିଜ ପ୍ରଥମ ଥର ଭୋଟ ଦେଇଥିଲେ। ନିକୋବରିଜ ସମ୍ପ୍ରଦାୟ ସବୁଠୁ ଅଧିକ ଭୋଟ ଦେଉଥିବାବେଳେ ସେଣ୍ଟଲିନିଜଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିନାହିଁ। କାରଣ ସେଣ୍ଟିଲିନିଜମାନେ ତଥାକଥିତ ସଭ୍ୟତା ସହିତ ସମ୍ପର୍କ ସ୍ଥାପନ କରିବାକୁ ଅରାଜି। ତାଙ୍କ ଦ୍ୱୀପକୁ ଯେ କୌଣସି ବ୍ୟକ୍ତି ଯାଇଛନ୍ତି, ସେଠାରୁ ବଞ୍ଚିକରି ଫେରିନାହାନ୍ତି। ସେଣ୍ଟିନିଲିଜମାନେ ଧନୁଶର ଓ ବର୍ଚ୍ଛାରେ ଆକ୍ରମଣ କରି ଅନେକଙ୍କୁ ମାରି ଦେଇଥିବାର ଜଣାଶୁଣା। ଏହା ଫଳରେ ଆଧୁନିକ ସଭ୍ୟତାଠୁ ଦୂରେଇ ରହୁଥିବା ହେତୁ ସେମାନଙ୍କ ପାଖରେ କୌଣସି ଡାକ୍ତର କିମ୍ବା ଔଷଧ ପହଞ୍ଚିପାରେ ନାହିଁ।
ସେଣ୍ଟିନିଲିଜଙ୍କ ଭଳି ତୀବ୍ର ନହେଲେ ମଧ୍ୟ ଜାରଓ୍ବା ଓ ଅନ୍ୟ କ୍ଷୁଦ୍ର ଆଦିବାସୀସମୂହ ସଭ୍ୟତା ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତିି। ଏହି ଆଦିବାସୀ ଲୋକଙ୍କୁ ଭୋଟ ଅଧିକାର ଦେଇ ସରକାର ବାହାବା ନେଉଛନ୍ତି। କିନ୍ତୁ ଏହା ମଧ୍ୟ ଧ୍ୟାନ ଦେବା ଜରୁରୀ ଯେ, ପୁରାତନ ଜନଜାତିଙ୍କ ସଂଖ୍ୟା କ୍ରମଶଃ କମୁଥିବା ସେମାନଙ୍କ ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷ କରି ଜାରଓ୍ବାଙ୍କ କଥା ବିଚାରକୁ ନେଲେ ଜଣାପଡ଼େ ଯେ, ଇଂରେଜମାନେ ୧୭୮୯ରେ ଆଣ୍ଡାମାନ ନିକୋବରରେ ଉପନିବେଶ ସ୍ଥାପନ କଲା ପରେ ସବୁ ଜନଜାତି ମୁଖ୍ୟତଃ ଜାରଓ୍ବାଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି ହେବା ଆରମ୍ଭ ହୋଇଥିଲା। ୧୯୭୦ ଦଶକରେ ଜାରଓ୍ବା ରହୁଥିବା ଅଞ୍ଚଳରେ ଗ୍ରେଟ୍‌ ଆଣ୍ଡାମାନ ଟ୍ରଙ୍କ ରୋଡ ଯିବାପରଠାରୁ ବିପଦ ଆହୁରି ବଢ଼ିଲା। ୧୯୯୬ରେ ପ୍ରଥମ ଥର ଜଣେ ଆହତ ଜାରଓ୍ବାଙ୍କୁ ଚିକିତ୍ସା କରିବାକୁ ଯାଇ ସେମାନଙ୍କ ସହ ପ୍ରଥମ ସାମାଜିକ ସମ୍ପର୍କ ସ୍ଥାପନ କରାଯାଇଥିଲା। ପରେ ୧୯୯୯ ଓ ୨୦୦୬ରେ ଭୟଙ୍କର ମିଳିମିଳା ରୋଗରେ ପ୍ରାୟ ୧୦% ଜାରଓ୍ବାଙ୍କ ମୃତ୍ୟୁ ଘଟିଥିଲା। ଏହି ଜନଜାତିକୁ ମୁଖ୍ୟ ସ୍ରୋତରେ ସାମିଲ କରି ଆଧୁନିକ ସମାଜ ଆଡକୁ ଆଣିବା ପ୍ରକୃତରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହା ବ୍ୟତୀତ ପର୍ଯ୍ୟଟକମାନେ ସେମାନଙ୍କ ଅଞ୍ଚଳକୁ ଅବାଧରେ ପ୍ରବେଶ କରୁଥିବାରୁ ସେମାନେ ଅଧିକ ରୋଗଗ୍ରସ୍ତ ହେବାର ଆଶଙ୍କା ବୃଦ୍ଧି ପାଇଛି। ହ୍ୟୁମାନ ସଫାରି ପାଇଁ ସେମାନଙ୍କ ଜାଗା ଦଖଲ କରାଯାଉଛି। ଜାରଓ୍ବା ରହୁଥିବା ଅଞ୍ଚଳରେ ବାହାର ଲୋକମାନେ ବେଆଇନ ଶିକାର କରିବା, ଜାରଓ୍ବା ମହିଳାଙ୍କୁ ଯୌନ ନିର୍ଯାତନ ଦେବା, ବାଧ୍ୟକରି ଖଟାଇବା ଓ ବାହାରର ନିଶାଦ୍ରବ୍ୟ ସେବନ କରାଇବା ଅଭିଯୋଗ ମଧ୍ୟ ଆସୁଛି। ଏବେ ସରକାର ଜାରଓ୍ବାଙ୍କୁ ଭୋଟିଂ ଅଧିକାର ଦେଇ ଗଣତନ୍ତ୍ରରେ ସେମାନଙ୍କୁ ଭାଗୀଦାରି କରିବାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। କିନ୍ତୁ ପ୍ରାଥମିକତା ହେଉଛି ସେମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ବଂଶରକ୍ଷା କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମକା ଖାଇଲା ବେଳେ ତାହାକୁ ବାନ୍ଧି ରଖିଥିବା ତନ୍ତୁଜାତୀୟ ଖୋଳକୁ ବର୍ଜ୍ୟ ମନେକରି ବାହାରେ ଫିଙ୍ଗି ଦିଆଯାଏ। ସମସ୍ତେ ଭାବନ୍ତି, ଏସବୁ ଅଦରକାରୀ ଜିନିଷ। କିନ୍ତୁ...

ପ୍ରତିଶ୍ରୁତି ରକ୍ଷା ପାଇଁ ଉଦ୍ୟମ

ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଏକତା ଓ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷାକରିବା ପାଇଁ ଉତ୍ତମ ସରକାର ଓ ନିର୍ମଳ ଶାସନର ଆବଶ୍ୟକତା...

ସାମ୍ପ୍ରତିକ ଶିକ୍ଷା ଓ ଶିକ୍ଷାୟତନ ସମସ୍ୟା

ଅଧୁନା ସମାଜରେ ଶିକ୍ଷା ଏକ ପ୍ରସଙ୍ଗଭିତ୍ତିକ ପ୍ରବନ୍ଧ ସଦୃଶ ସବୁଠି ଚର୍ଚ୍ଚାର ବିଷୟବସ୍ତୁ; ହୁଏତ ସେ ପୁରାତନ ଶିକ୍ଷାର ବିଷୟବସ୍ତୁର ଶୀର୍ଷକ ମଳିନ ପଡିଯାଇ ନୂତନତା...

ଟ୍ରମ୍ପ୍‌, ଚାଇନା ଓ କରୋନା

କୋଭିଡ୍‌-୧୯ ବା କରୋନା ମହାମାରୀରେ ବିଶ୍ୱର ପାଖାପାଖି ୭୧ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା, ଯାହାଦ୍ୱାରା ୨୦୧୯ରୁ ୨୦୨୧ ମଧ୍ୟରେ ବୈଶ୍ୱିକ ସମ୍ଭାବିତ ଆୟୁଷ ୧.୬...

ଧର୍ମରେ ନୃତ୍ୟ

ନୃତ୍ୟ ହେଉଛି ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏକ ପ୍ରଦର୍ଶନର ବିଷୟ ହୋଇଥିବାରୁ ଏହା ସ୍ଥାନ କାଳପାତ୍ରରେ ପରିବର୍ତ୍ତନ ହୁଏ। ତେଣୁ ସଙ୍ଗୀତ ପରି...

ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନୀରେ ଥିବା ଇଣ୍ଟିଗ୍ରେଟେଡ...

ବନରୁ ଜୀବନ

ପରିବର୍ତ୍ତନର ବିରାଟ କଳାବାଦଲ ଆଜି ସାରା ବିଶ୍ୱର ଭାଗ୍ୟାକାଶକୁ ଆଚ୍ଛାଦିତ କରିଛି। କ୍ରମାଗତ ବୃଦ୍ଧି ପାଉଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ପରିବେଶ...

ଟ୍ରମ୍ପଙ୍କ ହିସାବ

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ । ଏହି ସମାରୋହକୁ ସେ କେତୋଟି ହାତଗଣତି ଦେଶର ମୁଖ୍ୟତଃ ଦକ୍ଷିଣପନ୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri