ରିଷିଡା,୮।୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ .ରାମପୁର ବନାଞ୍ଚଳ କର୍ଲାମୁଣ୍ଡା ବ୍ଲକ ମଦନପୁର ସେକ୍ସନ ଜଗନ୍ନାଥ ଡିଗ୍ରୀ କଲେଜ, ସରସ୍ବତୀ ଶିଶୁମନ୍ଦିର ଓ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବ ଶକ୍ତିପୀଠରେ ୭୬ତମ ବନ ମହୋତ୍ସବ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ବନ ସଂରକ୍ଷ୍ୟକ ଅସିତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ବନପାଳ ସମ୍ପଦ କୁମାର ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ବନରକ୍ଷୀ ସତ୍ୟଭାମା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ ମହତ୍ତ୍ୱ,ଏହାର ଉପକାର,ବନ ମହୋତ୍ସବର ଉଦ୍ଦେଶ୍ୟ ଉପରେ ଛାତ୍ରୀଛାତ୍ରଙ୍କୁ ସଚେତନ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ମଲ୍ଲିକ, ସିଆରସିସି ବିଶିକେଶନ ସୁନା, ମନ୍ଦିର କମିଟି ସଭାପତି କୈଳାସ କୁମୁରା ସଂପାଦକ ସୁଶାନ୍ତ ମଲ୍ଲିକ ମହେନ୍ଦ୍ର ପ୍ରଧାନୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ମଣ୍ଟୁ ରଣା, ହୁଦାନନ୍ଦ ମଲ୍ଲିକ, କନ୍ଧପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅତିଥିମାନେ ପଣସ, ଅଁଳା, ପିଆଶାଳ, ଅଶୋକ, କରଞ୍ଜ ଭଳି ମନ୍ଦିର ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଚାରା ରୋପଣ କରିଥିଲେ।


