ପ୍ରତି ୨୧ ଘଣ୍ଟାରେ ଗ୍ରହର ନୂଆ ବର୍ଷ

ବ୍ରିସ୍‌ବେନ୍‌, ୨୮।୧୧:ଜ୍ୟୋତିର୍ବିଜ୍ଞାନୀମାନେ ଆମ ସୌର ଜଗତ ବାହାରେ ଏକ ବିରଳ ଗ୍ରହର ଆବିଷ୍କାର କରିଛନ୍ତି, ଯାହାର ଗୋଟିଏ ବର୍ଷ ମାତ୍ର ୨୧ ଘଣ୍ଟାରେ ଶେଷ ହୋଇଥାଏ। ‘ଟିଓଆଇ-୩୨୬୧ ବି’ ନାମକ ଏହି ଗ୍ରହ ନେପଚ୍ୟୁନ ଆକାରର ହୋଇଥିବାବେଳେ ତା’ର ନକ୍ଷତ୍ର ମଣ୍ଡଳରେ ସୂର୍ଯ୍ୟଙ୍କ ଭଳି ନକ୍ଷତ୍ରଠାରୁ ଅତି ନିକଟରେ ରହିଥିବା ହେତୁ ଏହା ଅତ୍ୟଧିକ ଗରମ ଏବଂ ବାଷ୍ପୀୟ ଗ୍ରହ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ଦକ୍ଷିଣ କ୍ୟୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋର୍ତିବିଜ୍ଞାନୀ ଏମ୍ମା ନାବିଙ୍କ ନେତୃତ୍ୱରେ ବୈଜ୍ଞାନିକଙ୍କ ଏକ ଟିମ୍‌ ଏହି ବିରଳ ଗ୍ରହର ଆବିଷ୍କାର କରିଛନ୍ତି। ‘ସର୍ଭାଇଭିଂ ଇନ୍‌ ଦି ହଟ୍‌ ନେପଚ୍ୟୁନ ଡେଜର୍ଟ’ ଶୀର୍ଷକ ଏହି ଗବେଷଣାର ରିପୋର୍ଟ ‘ଦି ଆଷ୍ଟ୍ରୋନୋମିକାଲ’ ପତ୍ରିକାରେ ପ୍ରକାଶିତ ହୋଇଛି।
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ‘ଟିଓଆଇ-୩୨୬୧ ବି’ ଗ୍ରହ ତାରାଗୁଡ଼ିକର ଅତି ନିକଟ କକ୍ଷପଥରେ ଅତିକ୍ରମ କରିଥାଏ। ଫଳରେ ଏହା ମାତ୍ର ୨୧ ଘଣ୍ଚାରେ ବର୍ଷେ ପୂରଣ କରିଥାଏ। ଏହି ବୈଶିଷ୍ଟ୍ୟ ସମ୍ପ୍ରତି ଗ୍ରହଗୁଡ଼ିକର ଗଠନକୁ ନେଇ ରହିଥିବା ପ୍ରଚଳିତ ତତ୍ତ୍ୱକୁ ଚ୍ୟାଲେଞ୍ଜ କରୁଛି। ସାଧାରଣତଃ ତାରାଗୁଡ଼ିକର ଏତେ ନିକଟରେ ଘନ ଗ୍ୟାସୀୟ ବାୟୁମଣ୍ଡଳକୁ ବଜାୟ ରଖିବା କୌଣସି ଗ୍ରହ ପାଇଁ କଷ୍ଟକର ହୋଇପଡ଼ିଥାଏ। କିନ୍ତୁ ତାହା ‘ଟିଓଆଇ-୩୨୬୧ ବି’ ଗ୍ରହ କ୍ଷେତ୍ରରେ ସମ୍ଭବ ହୋଇପାରିଛି। ବୈଜ୍ଞାନିକମାନେ ଅନୁମାନ କରିଛନ୍ତି, ପ୍ରାରମ୍ଭିକ ସମୟରେ ଏହି ଗ୍ରହ ସବୁଠୁ ବଡ଼ ବୃହସ୍ପତି ଗ୍ରହ ଆକାରର ରହିଥିଲା। ତେବେ ପରେ ଏହା ନିଜର ଗୁରୁତ୍ୱପୂର୍ଣ୍ଣ ଅଂଶ ହରାଇଥିଲା। ନେପଚ୍ୟୁନଠାରୁ ୨ ଗୁଣା ଅଧିକ ଘନ ହୋଇଥିବା ‘ଟିଓଆଇ-୩୨୬୧ ବି’ ଗ୍ରହରେ ସମ୍ପ୍ରତି କେବଳ ଭାରୀ ବାୟୁ ମଣ୍ଡଳୀୟ ଉପଦାନଗୁଡ଼ିକ ରହିଛି। ଏହାର ବୈଶିଷ୍ଟ୍ୟ ସୌର ଜଗତ ବାହାରେ ଗ୍ରହ ଗଠନ ସମ୍ବନ୍ଧିତ ପରବର୍ତ୍ତୀ ଅଧ୍ୟୟନ ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଅଧ୍ୟୟନ ଅନୁଯାୟୀ, ଆମେରିକୀୟ ମହାକାଶ ସଂସ୍ଥା(ନାସା)ର ‘ଜେମ୍ସ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ’କୁ ବ୍ୟବହାର କରି ‘ଟିଓଆଇ-୩୨୬୧ ବି’ ଗ୍ରହର ବାୟୁମଣ୍ଡଳୀୟ ବିଶ୍ଳେଷଣ କରାଯାଇପାରିବ। ତେବେ କେବଳ ‘ଟିଓଆଇ-୩୨୬୧ ବି’ ନୁହେଁ ୨୦୨୦ ପରେ ‘ଏଲ୍‌ଟିଟି-୯୭୭୯ବି’, ‘ଟିଓଆଇ-୮୪୯ ବି’, ‘ଟିଓଆଇ ୩୩୨ ବି’ ପରି ଗ୍ରହର ଆବିଷ୍କାର ହୋଇଛି, ଯାହାର ବୈଶିଷ୍ଟ୍ୟ ଗ୍ରହ ନିର୍ମାଣ ଏବଂ ବିକାଶ ପାଇଁ ରହିଥିବା ପାରମ୍ପରିକ ବୈଜ୍ଞାନିକ ତତ୍ତ୍ୱଠାରୁ ଭିନ୍ନ ରହିଛି। ‘ଟିଓଆଇ-୩୨୬୧ ବି’ ଗ୍ରହକୁ ନେଇ ଅଧିକ ଅଧ୍ୟୟନ ଦ୍ୱାରା ସୌର ଜଗତ ବାହାରେ ଗରମ ଏବଂ ବିଶାଳ ଗ୍ରହ ଗଠନ ନେଇ ଭୌତିକ ପ୍ରକ୍ରିୟା ସମ୍ବନ୍ଧିତ ଗଭୀର ଜ୍ଞାନ ଆରୋହଣ କରିବାକୁ ମିଳିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri