ପ୍ରତି ୨୧ ଘଣ୍ଟାରେ ଗ୍ରହର ନୂଆ ବର୍ଷ

ବ୍ରିସ୍‌ବେନ୍‌, ୨୮।୧୧:ଜ୍ୟୋତିର୍ବିଜ୍ଞାନୀମାନେ ଆମ ସୌର ଜଗତ ବାହାରେ ଏକ ବିରଳ ଗ୍ରହର ଆବିଷ୍କାର କରିଛନ୍ତି, ଯାହାର ଗୋଟିଏ ବର୍ଷ ମାତ୍ର ୨୧ ଘଣ୍ଟାରେ ଶେଷ ହୋଇଥାଏ। ‘ଟିଓଆଇ-୩୨୬୧ ବି’ ନାମକ ଏହି ଗ୍ରହ ନେପଚ୍ୟୁନ ଆକାରର ହୋଇଥିବାବେଳେ ତା’ର ନକ୍ଷତ୍ର ମଣ୍ଡଳରେ ସୂର୍ଯ୍ୟଙ୍କ ଭଳି ନକ୍ଷତ୍ରଠାରୁ ଅତି ନିକଟରେ ରହିଥିବା ହେତୁ ଏହା ଅତ୍ୟଧିକ ଗରମ ଏବଂ ବାଷ୍ପୀୟ ଗ୍ରହ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ଦକ୍ଷିଣ କ୍ୟୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋର୍ତିବିଜ୍ଞାନୀ ଏମ୍ମା ନାବିଙ୍କ ନେତୃତ୍ୱରେ ବୈଜ୍ଞାନିକଙ୍କ ଏକ ଟିମ୍‌ ଏହି ବିରଳ ଗ୍ରହର ଆବିଷ୍କାର କରିଛନ୍ତି। ‘ସର୍ଭାଇଭିଂ ଇନ୍‌ ଦି ହଟ୍‌ ନେପଚ୍ୟୁନ ଡେଜର୍ଟ’ ଶୀର୍ଷକ ଏହି ଗବେଷଣାର ରିପୋର୍ଟ ‘ଦି ଆଷ୍ଟ୍ରୋନୋମିକାଲ’ ପତ୍ରିକାରେ ପ୍ରକାଶିତ ହୋଇଛି।
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ‘ଟିଓଆଇ-୩୨୬୧ ବି’ ଗ୍ରହ ତାରାଗୁଡ଼ିକର ଅତି ନିକଟ କକ୍ଷପଥରେ ଅତିକ୍ରମ କରିଥାଏ। ଫଳରେ ଏହା ମାତ୍ର ୨୧ ଘଣ୍ଚାରେ ବର୍ଷେ ପୂରଣ କରିଥାଏ। ଏହି ବୈଶିଷ୍ଟ୍ୟ ସମ୍ପ୍ରତି ଗ୍ରହଗୁଡ଼ିକର ଗଠନକୁ ନେଇ ରହିଥିବା ପ୍ରଚଳିତ ତତ୍ତ୍ୱକୁ ଚ୍ୟାଲେଞ୍ଜ କରୁଛି। ସାଧାରଣତଃ ତାରାଗୁଡ଼ିକର ଏତେ ନିକଟରେ ଘନ ଗ୍ୟାସୀୟ ବାୟୁମଣ୍ଡଳକୁ ବଜାୟ ରଖିବା କୌଣସି ଗ୍ରହ ପାଇଁ କଷ୍ଟକର ହୋଇପଡ଼ିଥାଏ। କିନ୍ତୁ ତାହା ‘ଟିଓଆଇ-୩୨୬୧ ବି’ ଗ୍ରହ କ୍ଷେତ୍ରରେ ସମ୍ଭବ ହୋଇପାରିଛି। ବୈଜ୍ଞାନିକମାନେ ଅନୁମାନ କରିଛନ୍ତି, ପ୍ରାରମ୍ଭିକ ସମୟରେ ଏହି ଗ୍ରହ ସବୁଠୁ ବଡ଼ ବୃହସ୍ପତି ଗ୍ରହ ଆକାରର ରହିଥିଲା। ତେବେ ପରେ ଏହା ନିଜର ଗୁରୁତ୍ୱପୂର୍ଣ୍ଣ ଅଂଶ ହରାଇଥିଲା। ନେପଚ୍ୟୁନଠାରୁ ୨ ଗୁଣା ଅଧିକ ଘନ ହୋଇଥିବା ‘ଟିଓଆଇ-୩୨୬୧ ବି’ ଗ୍ରହରେ ସମ୍ପ୍ରତି କେବଳ ଭାରୀ ବାୟୁ ମଣ୍ଡଳୀୟ ଉପଦାନଗୁଡ଼ିକ ରହିଛି। ଏହାର ବୈଶିଷ୍ଟ୍ୟ ସୌର ଜଗତ ବାହାରେ ଗ୍ରହ ଗଠନ ସମ୍ବନ୍ଧିତ ପରବର୍ତ୍ତୀ ଅଧ୍ୟୟନ ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଅଧ୍ୟୟନ ଅନୁଯାୟୀ, ଆମେରିକୀୟ ମହାକାଶ ସଂସ୍ଥା(ନାସା)ର ‘ଜେମ୍ସ ଓ୍ବେବ୍‌ ସ୍ପେସ୍‌ ଟେଲିସ୍କୋପ’କୁ ବ୍ୟବହାର କରି ‘ଟିଓଆଇ-୩୨୬୧ ବି’ ଗ୍ରହର ବାୟୁମଣ୍ଡଳୀୟ ବିଶ୍ଳେଷଣ କରାଯାଇପାରିବ। ତେବେ କେବଳ ‘ଟିଓଆଇ-୩୨୬୧ ବି’ ନୁହେଁ ୨୦୨୦ ପରେ ‘ଏଲ୍‌ଟିଟି-୯୭୭୯ବି’, ‘ଟିଓଆଇ-୮୪୯ ବି’, ‘ଟିଓଆଇ ୩୩୨ ବି’ ପରି ଗ୍ରହର ଆବିଷ୍କାର ହୋଇଛି, ଯାହାର ବୈଶିଷ୍ଟ୍ୟ ଗ୍ରହ ନିର୍ମାଣ ଏବଂ ବିକାଶ ପାଇଁ ରହିଥିବା ପାରମ୍ପରିକ ବୈଜ୍ଞାନିକ ତତ୍ତ୍ୱଠାରୁ ଭିନ୍ନ ରହିଛି। ‘ଟିଓଆଇ-୩୨୬୧ ବି’ ଗ୍ରହକୁ ନେଇ ଅଧିକ ଅଧ୍ୟୟନ ଦ୍ୱାରା ସୌର ଜଗତ ବାହାରେ ଗରମ ଏବଂ ବିଶାଳ ଗ୍ରହ ଗଠନ ନେଇ ଭୌତିକ ପ୍ରକ୍ରିୟା ସମ୍ବନ୍ଧିତ ଗଭୀର ଜ୍ଞାନ ଆରୋହଣ କରିବାକୁ ମିଳିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବଜେଟ୍‌ ପରବର୍ତ୍ତୀ ରୂପରେଖ ଉପସ୍ଥାପନ କଲେ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ

କେନ୍ଦୁଝର,୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ସରକାରଙ୍କ ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍‌ ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ କେନ୍ଦୁଝରଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ…

ତପ୍ତପାଣି ଘାଟିରେ ଓଲଟିଲା ଅଟୋ, ୭ ଗୁରୁତର ଆହତ 

ଦିଗପହଣ୍ଡି,୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ରବିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ ଟାରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣା । ଅଟୋ ଓଲଟି…

ମ୍ୟାଚ ପୂର୍ବରୁ ବଡ଼ ନିଷ୍ପତ୍ତି, T20 ବିଶ୍ୱକପ୍ ଫାଇନାଲରେ ଖେଳିବେନି ଏହି ୪ ଖେଳାଳି

ନୂଆଦିଲ୍ଲୀ,୮।୩: ଟି-୨୦ ବିଶ୍ୱକପର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ପ୍ଲେଇଂ ଇଲେଭେନରେ କିଏ କିଏ ରହିବେ, ତାହା ଏବେ ବଡ଼…

କୁଏତ୍‌ର ନିଷ୍ପତ୍ତିରେ ବଢ଼ିଲା ପାକିସ୍ତାନର ଚିନ୍ତା, ଇରାନ ଯୁଦ୍ଧ ସମୟରେ ଏପରି ଘଟିଲା ​​ଯାହା…

କତାର,୮ା୩: ଇରାନରେ ବଢ଼ୁଥିବା ଯୁଦ୍ଧ ଏବେ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଅନେକ ତୈଳ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri