Posted inଜାତୀୟ

ଉଡ଼ୁଥିବା ଅବସ୍ଥାରେ ୬୫ ଥର ବିମାନ ଇଞ୍ଜିନ୍‌ ଶଟ୍‌ଡାଉନ୍‌: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୧୬ା୭:ଭାରତରେ ୨୦୨୦ରୁ ୨୦୨୫ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ଉଡ଼ୁଥିବା ଅବସ୍ଥାରେ ୬୫ ଥର ବିମାନ ଇଞ୍ଜିନ୍‌ ଶଟ୍‌ଡାଉନ୍‌ ହୋଇଛି। ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆବେଦନ ବଳରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏକ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଅର୍ଥାତ୍‌ ପ୍ରତି ମାସରେ ପାଖାପାଖି ଗୋଟିଏ ଇଞ୍ଜିନ୍‌ ଅଚଳ ଘଟଣା ଘଟୁଛି। ତେବେ ଉକ୍ତ ସମସ୍ତ ଘଟଣାରେ ପାଇଲଟ୍‌ ନିରାପଦର ସହ ଗୋଟିଏ ଇଞ୍ଜିନରେ ବିମାନକୁ ସୁରକ୍ଷିତ ଅବତରଣ କରାଇପାରିଛନ୍ତି। ଏଥିସହିତ ଗତ ୧୭ ମାସ ମଧ୍ୟରେ ବିଭିନ୍ନ ବିମାନର କକ୍‌ପିଟ୍‌ରୁ ୧୧ ଥର ‘ମେଡେ’ ସଙ୍କଟକାଳୀନ କଲ୍‌ କରାଯାଇଛି। ଉପରୋକ୍ତ ତଥ୍ୟରୁ ଭାରତରେ ବିମାନ ସେବା ଯୋଗାଉଥିବା ଏୟାରଲାଇନ୍ସଗୁଡ଼ିକ ଯାତ୍ରୀଙ୍କ ସୁରକ୍ଷା ପ୍ରତି କେତେ ସଚେତନ ତାହା ପରିଲକ୍ଷିତ ହେଉଛି।
ଡିଜିସିଏ ତଥ୍ୟ ଅନୁଯାୟୀ, ୨୦୨୪ ଜାନୁଆରୀ ୧ରୁ ୨୦୨୫ ମେ’ ୩୧ ମଧ୍ୟରେ ୧୧ଟି ବିମାନରୁ ସଙ୍କଟକାଳୀନ କଲ୍‌ ହୋଇଛି। ପାଇଲଟ୍‌ମାନେ ବିଭିନ୍ନ ପ୍ରଯୁକ୍ତିଗତ ତ୍ରୁଟି ଦର୍ଶାଇ ଜରୁରୀ ଅବତରଣ ଚାହିଁଛନ୍ତି। ତେବେ ଉକ୍ତ ତଥ୍ୟରେ ଜୁନ୍‌ ୧୨ ଅହମଦାବାଦ ବିମାନ ଦୁର୍ଘଟଣା ଏବଂ ଜୁନ୍‌ ୧୯ରେ ଇଣ୍ଡିଗୋ ବିମାନର ରୁଟ୍‌ ପରିବର୍ତ୍ତନ ବିଷୟ ଉଲ୍ଲେଖ ନାହିଁ। ସୂଚନା ଅନୁଯାୟୀ, ୧୧ଟି ବିମାନ ମଧ୍ୟରୁ ୪ଟି ବୈଷୟିକ ତ୍ରୁଟି ଦର୍ଶାଇ ମେଡେ କଲ୍‌ କରିଥିଲେ ଏବଂ ହାଇଦ୍ରାବାଦରେ ଜରୁରୀ ଅବତରଣ କରିଥିଲେ। ବିମାନରେ ନିଆଁ ଲାଗିବା, ଇଞ୍ଜିନ ଅଚଳ ହେବା କିମ୍ବା ବିପଦ ନିଶ୍ଚିତ ଭଳି ପରିସ୍ଥିତି ଉପୁଜିଲେ ଉଡ଼ାଣ ଜାରି ରଖିବା ସୁରକ୍ଷିତ ନୁହେଁ ଦର୍ଶାଇ ତୁରନ୍ତ ଅବତରଣ ପାଇଁ କ୍ରିଉ ସଦସ୍ୟ ମେଡେ କଲ୍‌ କରିଥାନ୍ତି ବୋଲି ଏୟାରଲାଇନ୍ସ ପାଇଲଟ୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ସମ୍ପାଦକ ଅନିଲ ରାଓ କହିଛନ୍ତି।
ଜୁନ୍‌ ୧୨ରେ ଏୟାର ଇଣ୍ଡିଆର ଏଆଇ ୭୮୭୦୮ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନିକଟରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ ବ୍ୟୁରୋ (ଏଏଆଇବି) ପ୍ରକାଶ କରିଥିବା ପ୍ରାରମ୍ଭିକ ରିପୋର୍ଟରେ କହିଛି, ଇଞ୍ଜିନକୁ ଇନ୍ଧନ ବନ୍ଦ ହୋଇଯିବାରୁ ୨ଟି ଯାକ ଇଞ୍ଜିନ୍‌ ଅଚଳ ହୋଇ ଦୁର୍ଘଟଣା ଘଟିଥିଲା। ଏହି ରିପୋର୍ଟ ଆସିବାର ୨ ଦିନ ପରେ ଡିଜିସିଏ ସମସ୍ତ ବୋଇଂ ୭୮୭ ଏବଂ ୭୩୭ ବିମାନର ଫୁଏଲ୍‌ ସୁଇଚ୍‌ ଲକିଂ ସିଷ୍ଟମ୍‌ର ଯାଞ୍ଚ କରାଇବାକୁ ସୋମବାର ଏୟାରଲାଇନ୍ସଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଭାରତୀୟ ଏୟାରଲାଇନ୍ସ ୧୫୦ରୁ ଊର୍ଦ୍ଧ୍ୱ ବୋଇଂ ୭୩୭ ଏବଂ ୭୮୭ ବିମାନ ଚଳାଉଛନ୍ତି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌, ଆକାଶ ଏୟାର, ସ୍ପାଇସ୍‌ଜେଟ୍‌ ଏବଂ ଇଣ୍ଡିଗୋ ପାଖରେ ଏହି ବିମାନ ରହିଛି। ଇଣ୍ଡିଗୋ ପାଖରେ ୭ଟି ବି୭୩୭ ଏବଂ ଗୋଟିଏ ବି୭୮୭-୯ ବିମାନ ରହିଛି। ଏଗୁଡ଼ିକୁ ଉକ୍ତ ଏୟାରଲାଇନ୍ସ ଲିଜ୍‌ରେ ଆଣି ଚଳାଉଥିବାରୁ ଭାରତରେ ପଞ୍ଜୀକୃତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri