Posted inଜାତୀୟ

Video: ବିମାନରୁ ଡେଇଁ ନଥିଲେ, ଏମିତି ବଞ୍ଚିଥିଲା ରମେଶ ବିଶ୍ୱାସଙ୍କ ଜୀବନ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି କଲେ ବର୍ଣ୍ଣନା

ଅହମ୍ମଦାବାଦ, ୧୩ା୬: ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା କେବଳ ସମଗ୍ର ଦେଶକୁ ନୁହେଁ, ବିଦେଶର ଲୋକଙ୍କୁ ମଧ୍ୟ ଝଟକା ଦେଇଛି। ଅତ୍ୟଧିକ ଗତିରେ ଟେକଅଫ କରୁଥିବା ବିମାନଟି ସିଧାସଳଖ ଏକ ହସ୍ପିଟାଲର ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା। ତୀବ୍ର ବିସ୍ଫୋରଣ, ନିଆଁ, ଧୂଆଁ ଏବଂ ଚିତ୍କାର ମଧ୍ୟରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଯେଉଁଠାରେ ୨୬୫ ଜଣଙ୍କ ଜୀବନ ଚାଲିଯାଇଥିଲା, ସେଠାରେ ଚମତ୍କାର ଭାବେ ବଞ୍ଚିଥିବା ବିମାନରେ ଯାତ୍ରା କରୁଥିବା ରମେଶ ବିଶ୍ୱାସ କୁମାରଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ।

ହସ୍ପିଟାଲ ବେଡ୍‌ରେ ଶୋଇଥିବା ବିଶ୍ୱାସ କୁମାର ଏକ ନ୍ୟୁଜ୍‌ ଚ୍ୟାନେଲକୁ ନିଜର ଅନୁଭବ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ବିମାନଟି ରନୱେରେ ଗତି ବଢ଼ାଇବା ଆରମ୍ଭ କରିବା ମାତ୍ରେ କିଛି ଅଜଣା ଅନୁଭବ ହୋଇଥିଲା। ହଠାତ୍‌ ୫-୧୦ ସେକେଣ୍ଡ ପାଇଁ ସବୁକିଛି ଯେପରି ଅଟକି ଯାଇଥିଲା। କେବଳ ନୀରବତା…, ତା’ପରେ ହଠାତ୍‌ ସବୁଜ ଏବଂ ଧଳା ଲାଇଟ୍‌ଗୁଡ଼ିକ ଜଳି ଉଠିଥିଲା। ଲାଗୁଥିଲା ଯେପରି ପାଇଲଟ ଟେକଅଫ ପାଇଁ ପୂରା ଶକ୍ତି ଲଗାଇଥିଲେ। ତା’ପରେ କ’ଣ ହେଲା, ସେହି ଗତି ସହିତ ବିମାନଟି ସିଧାସଳଖ ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା।

ବିଶ୍ୱାସ କହିଥିଲେ ଯେ, ମୋର ସିଟ୍‌ ବିମାନର ଯେଉଁ ଭାଗରେ ଥିଲା, ତାହା ବିଲ୍ଡିଂର ନିମ୍ନ ଭାଗ ସହ ଧକ୍କା ଖାଇଥିବ। ଉପର ଭାଗରେ ନିଆଁ ଲାଗି ଯାଇଥିଲା, ଅନେକ ଲୋକ ସେଠାରେ ଫସି ରହିଥିଲେ। ସମ୍ଭବତଃ ମୁଁ ସିଟ୍‌ ସହିତ ତଳକୁ ଖସି ପଡ଼ିଥିଲି। ମୁଁ କୌଣସି ପ୍ରକାରେ ବାହାରି ପାରିଥିଲି। ଦ୍ୱାରଟି ଭାଙ୍ଗି ଯାଇଥିଲା, ଆଗରେ କିଛି ଖାଲି ଜାଗାରେ ଦେଖା ଯାଇଥିଲା, ତେଣୁ ବାହାରିବାକୁ ଚେଷ୍ଟା କରିଥିଲି। ସେ କହିଛନ୍ତି ଯେ ଅନ୍ୟ ପାର୍ଶ୍ୱରେ ଏକ କାନ୍ଥ ଥିଲା, ସେଠାରୁ ବୋଧହୁଏ କେହି ବାହାରି ପାରିନଥିଲେ। ରମେଶ ବିଶ୍ୱାସ କହିଥିଲେ ଯେ ତାଙ୍କ ଆଖି ଆଗରେ ଦୁଇଜଣ ଏୟାର ହୋଷ୍ଟେସ, ଜଣେ ମାମୁଁ-ମାଉସୀ ଏବଂ ସବୁକିଛି ଜଳୁଥିବା ଦେଖିଥିଲେ। ଏହି ଦୁର୍ଘଟଣାରେ ବିଶ୍ୱାସଙ୍କର ବାମ ହାତ ପୋଡ଼ି ଯାଇଥିଲା, କିନ୍ତୁ ଜୀବନ ବଞ୍ଚି ଯାଇଥିଲା। ସେ କହିଛନ୍ତି ଯେ ବାହାରକୁ ଆସିବା ମାତ୍ରେ ନିଆଁ ବ୍ୟାପି ଯାଇଥିଲା। ଯଦି କିଛି ସେକେଣ୍ଡ ବିଳମ୍ବ ହୋଇଥାନ୍ତା, ତେବେ ବୋଧହୁଏ… ବଂଚି ପାରି ନଥାନ୍ତେ।”


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri