Posted inଜାତୀୟ

Video: ବିମାନରୁ ଡେଇଁ ନଥିଲେ, ଏମିତି ବଞ୍ଚିଥିଲା ରମେଶ ବିଶ୍ୱାସଙ୍କ ଜୀବନ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି କଲେ ବର୍ଣ୍ଣନା

ଅହମ୍ମଦାବାଦ, ୧୩ା୬: ଗୁଜରାଟର ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା କେବଳ ସମଗ୍ର ଦେଶକୁ ନୁହେଁ, ବିଦେଶର ଲୋକଙ୍କୁ ମଧ୍ୟ ଝଟକା ଦେଇଛି। ଅତ୍ୟଧିକ ଗତିରେ ଟେକଅଫ କରୁଥିବା ବିମାନଟି ସିଧାସଳଖ ଏକ ହସ୍ପିଟାଲର ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା। ତୀବ୍ର ବିସ୍ଫୋରଣ, ନିଆଁ, ଧୂଆଁ ଏବଂ ଚିତ୍କାର ମଧ୍ୟରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଯେଉଁଠାରେ ୨୬୫ ଜଣଙ୍କ ଜୀବନ ଚାଲିଯାଇଥିଲା, ସେଠାରେ ଚମତ୍କାର ଭାବେ ବଞ୍ଚିଥିବା ବିମାନରେ ଯାତ୍ରା କରୁଥିବା ରମେଶ ବିଶ୍ୱାସ କୁମାରଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ।

ହସ୍ପିଟାଲ ବେଡ୍‌ରେ ଶୋଇଥିବା ବିଶ୍ୱାସ କୁମାର ଏକ ନ୍ୟୁଜ୍‌ ଚ୍ୟାନେଲକୁ ନିଜର ଅନୁଭବ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ବିମାନଟି ରନୱେରେ ଗତି ବଢ଼ାଇବା ଆରମ୍ଭ କରିବା ମାତ୍ରେ କିଛି ଅଜଣା ଅନୁଭବ ହୋଇଥିଲା। ହଠାତ୍‌ ୫-୧୦ ସେକେଣ୍ଡ ପାଇଁ ସବୁକିଛି ଯେପରି ଅଟକି ଯାଇଥିଲା। କେବଳ ନୀରବତା…, ତା’ପରେ ହଠାତ୍‌ ସବୁଜ ଏବଂ ଧଳା ଲାଇଟ୍‌ଗୁଡ଼ିକ ଜଳି ଉଠିଥିଲା। ଲାଗୁଥିଲା ଯେପରି ପାଇଲଟ ଟେକଅଫ ପାଇଁ ପୂରା ଶକ୍ତି ଲଗାଇଥିଲେ। ତା’ପରେ କ’ଣ ହେଲା, ସେହି ଗତି ସହିତ ବିମାନଟି ସିଧାସଳଖ ହଷ୍ଟେଲ ବିଲ୍ଡିଂରେ ପଶି ଯାଇଥିଲା।

ବିଶ୍ୱାସ କହିଥିଲେ ଯେ, ମୋର ସିଟ୍‌ ବିମାନର ଯେଉଁ ଭାଗରେ ଥିଲା, ତାହା ବିଲ୍ଡିଂର ନିମ୍ନ ଭାଗ ସହ ଧକ୍କା ଖାଇଥିବ। ଉପର ଭାଗରେ ନିଆଁ ଲାଗି ଯାଇଥିଲା, ଅନେକ ଲୋକ ସେଠାରେ ଫସି ରହିଥିଲେ। ସମ୍ଭବତଃ ମୁଁ ସିଟ୍‌ ସହିତ ତଳକୁ ଖସି ପଡ଼ିଥିଲି। ମୁଁ କୌଣସି ପ୍ରକାରେ ବାହାରି ପାରିଥିଲି। ଦ୍ୱାରଟି ଭାଙ୍ଗି ଯାଇଥିଲା, ଆଗରେ କିଛି ଖାଲି ଜାଗାରେ ଦେଖା ଯାଇଥିଲା, ତେଣୁ ବାହାରିବାକୁ ଚେଷ୍ଟା କରିଥିଲି। ସେ କହିଛନ୍ତି ଯେ ଅନ୍ୟ ପାର୍ଶ୍ୱରେ ଏକ କାନ୍ଥ ଥିଲା, ସେଠାରୁ ବୋଧହୁଏ କେହି ବାହାରି ପାରିନଥିଲେ। ରମେଶ ବିଶ୍ୱାସ କହିଥିଲେ ଯେ ତାଙ୍କ ଆଖି ଆଗରେ ଦୁଇଜଣ ଏୟାର ହୋଷ୍ଟେସ, ଜଣେ ମାମୁଁ-ମାଉସୀ ଏବଂ ସବୁକିଛି ଜଳୁଥିବା ଦେଖିଥିଲେ। ଏହି ଦୁର୍ଘଟଣାରେ ବିଶ୍ୱାସଙ୍କର ବାମ ହାତ ପୋଡ଼ି ଯାଇଥିଲା, କିନ୍ତୁ ଜୀବନ ବଞ୍ଚି ଯାଇଥିଲା। ସେ କହିଛନ୍ତି ଯେ ବାହାରକୁ ଆସିବା ମାତ୍ରେ ନିଆଁ ବ୍ୟାପି ଯାଇଥିଲା। ଯଦି କିଛି ସେକେଣ୍ଡ ବିଳମ୍ବ ହୋଇଥାନ୍ତା, ତେବେ ବୋଧହୁଏ… ବଂଚି ପାରି ନଥାନ୍ତେ।”


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri