କଳା ଟଙ୍କାରେ ଭୋଟ କିଣିବା ଥିଲା ଯୋଜନା: ଭାଜପା ନେତା

ଛତ୍ରପୁର,୧୧।୧୨(ସନ୍ତୋଷ ପାଢ଼ୀ ): କେନ୍ଦ୍ରୀୟ ଆୟକର ବିଭାଗ ଓଡ଼ିଶାରେ ଜବତ କରିଥିବା କଳା ଟଙ୍କାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଯେଉଁଭଳି ଭାବେ ଓଡ଼ିଶାରେ ବିଜେଡି ସରକାରଙ୍କ ପ୍ରୋତ୍ସାହନରେ କଂଗ୍ରେସ ଏମ୍‌ପିଙ୍କ ଦ୍ବାରା ଚାଲିଥିବା ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି ତାହା ସାରା ରାଜ୍ୟକୁ ବିଚଳିତ କରିଛି।

ବିଜେଡି ସରକାରଙ୍କ ବିନା ପ୍ରୋତ୍ସାହନରେ କ’ଣ କେହି କୋଟି କୋଟି କଳାଟଙ୍କା ରଖିପାରିବ କି ବୋଲି ଭାଜପା ପ୍ରଶ୍ନ ଉଠାଇଛି। ଏନେଇ ଭାଜପା ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁରରେ ମଧ୍ୟ ଗଞ୍ଜାମ ଜିଲା ଭାଜପା ସଭାପତି ସୁବାଷ ସାହୁଙ୍କ ନେତୃତ୍ୱରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଥସହ କୁଶପୁତ୍ତଳିକା ଦାହ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କଳା ଟଙ୍କା ଜବତ ପରେ ରାଜ୍ୟ ସରକାରଙ୍କ ମୁଖା ଖୋଲିଛି। କଂଗ୍ରେସ ଓ ବିଜେଡିର୍‌ ଭିତିରି ସମ୍ପର୍କ ପଦାକୁ ଆସିଛି ବୋଲି ଭାଜପା ଅଭିଯୋଗ କରିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ସରକାର ଏହି କଳା ଟଙ୍କାରେ ଭୋଟ କିଣିବା ପାଇଁ ଯୋଜନା ଥିବା ଭାଜପା ନେତା କହିଛନ୍ତି।