ଚାରିପଟୁ ଆକ୍ରମଣ ଯୋଜନା…

ମସ୍କୋ/କ୍ୱିଭ୍‌,୨୪।୨ : ଗତ ଦୁଇ ଦିନ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସଙ୍କଟର ପରିସ୍ଥିତି ଦ୍ରୁତ ଗତିରେ ବଦଳି ଯାଇଛି। ରୁଷିଆ ସୈନ୍ୟମାନେ ପୂର୍ବ ୟୁକ୍ରେନରେ ପ୍ରବେଶ କରିଛନ୍ତି। ପୃଥିବୀର ବହୁ ଦେଶ ରୁଷିଆକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରୁଷିଆ ୟୁକେନ୍‌କୁ ଚାରିପଟୁ ଘେରିବାର ଯୋଜନା କରିଛି। ବେଲାରୁଷ୍‌ ପଟୁ ୩୦ ହଜାର ସୈନ୍ୟ ୟୁକ୍ରେନ୍‌ ମୁହାଁ ହେବାରେ ଲାଗିଛନ୍ତି। ଅପରପକ୍ଷରେ ପୂର୍ବ ପଟୁ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଡୋନେସ୍କ ଏବଂ ଲୁହାନସ୍କ ସହରର ବହୁ ଅଞ୍ଚଳ ବିଦ୍ରୋହୀ ଦଖଲ କରିସାରିଛନ୍ତି।

ରୁଷିଆ ସୈନ୍ୟ ବେଲଗୋରେଦ୍‌ ବାଟେ କାରକିଓ୍ବ ରାସ୍ତାଦେଇ କରମଓ୍ବେୁକ୍‌ରେ ଦେଇ ନାଇପର ନଦୀ ତଟରେ ପହଞ୍ଚିବେ। ଏହା ପୂର୍ବ ୟୁକ୍ରେନ୍‌ର ସୀମାକୁ ଲାଗିଛି। ନଦୀ ବାଟେ ପଶ୍ଚିମ ୟୁକ୍ରେନ୍‌ରେ ପହଞ୍ଚିବାକୁ ରୁଷିଆ ସୈନ୍ୟ ଯୋଜନା କରିଛନ୍ତି। ରୁଷିଆ ସମର୍ଥିତ ବିଦ୍ରୋହୀ ଯୁଦ୍ଧରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି। ଫଳରେ ରୁଷିଆ ପାଇଁ ୟୁକ୍ରେନ୍‌ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ କରିବା ସହଜ ହୋଇ ପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

କ୍ରିମିୟା ବାଟେ ରୁଷିଆ ସୈନ୍ୟ ନାଇପର ନଦୀ ଦେଇ କ୍ୱିଭ୍‌ ଦଖଲ କରିବାର ଯୋଜନା କରିଛନ୍ତି। ଏଥିରେ ପୂର୍ବପଟେ ଥିବା ରୁଷିଆ ସୈନ୍ୟ ତଥା ବିଦ୍ରୋହୀ ଆବଶ୍ୟକ ସହାୟତା ଯୋଗାଇ ଦେବେ। କୃଷ୍ଣ ସାଗରରେ ଥିବା ରୁଷିଆ ନୌବାହିନୀ ଏକ୍ଷେତ୍ରରେ ମଧ୍ୟ ସହାୟତା କରିବ।

ମିତ୍ର ଦେଶ ପୋଲାଣ୍ଡ, ହଙ୍ଗେରୀ ମଧ୍ୟ ସହଯୋଗ କରିବେ। ଏହାଦ୍ୱାରା ଶରଣାର୍ଥୀ ସଙ୍କଟ ବୃଦ୍ଧି ପାଇବେ। ଭିଟାମାଟି ଛାଡ଼ି ଲୋକେ ଜୀବନ ବିକଳରେ ରୋମାନିଆ ଏବଂ ମୋଲଦଓ୍ବା ମୁହାଁ ହେବେ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଇତିମଧ୍ୟରେ ରୁଷିଆକୁ ବିରୋଧ କରି ୟୁକ୍ରେନ୍‌କୁ ସହାୟତା ପାଇଁ ଆମେରିକା, ବ୍ରିଟେନ୍‌, କାନାଡ଼ା, ଜର୍ମାନୀ, ଅଷ୍ଟ୍ରେଲିଆ ସହିତ ଜାପାନ ମଧ୍ୟ କଟକଣା ଲାଗୁ କରିଛନ୍ତି। ୟୁକ୍ରେନ୍‌ର ଦୁର୍ବଳ ସରକାର ରୁଷିଆର ପ୍ରତିରୋଧ କରିବାରେ ବିଫଳ ହେଉଥିବାରୁ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି।

ସେହିପରି ରୁଷିଆ ବିରୋଧରେ ନାଟୋର ପଦକ୍ଷେପ ସଶକ୍ତ ହୋଇପାରୁ ନାହିଁ। ଫଳରେ ରୁଷିଆକୁ ରୋକିବା ସମ୍ଭବ ହେଉନି। ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ଥିବା ରୁଷିଆ ନିଜର ଭିଟୋ ଅଧିକାର ଯୋଗୁ ଅଧିକ ଶକ୍ତିଶାଳୀ ହୋଇ ଉଠିଛି। ଫଳରେ ଜାତିସଂଘ ମଧ୍ୟରେ ରୁଷିଆକୁ ରୋକିବାରେ ବିଫଳ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri