ଯୋଜନ ଦୂରରେ ଯୋଜନା

ଖମାର,୨୦ା୭(ଡି.ଏନ.ଏ.) – ଗରିବ, ଅସହାୟଙ୍କ ଉନ୍ନତି ପାଇଁ ସରକାର କରିଛନ୍ତି ଅନେକ ଯୋଜନା। ରହିବାକୁ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାନୀୟ ଜଳ ଓ ଖାଦ୍ୟ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଉଛି। ବୃଦ୍ଧାବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ରୋଜଗାର ନିମନ୍ତେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବର୍ଷକୁ ଶହେ ଦିନର କାର୍ଯ୍ୟ ଯୋଗାଇ ଦିଆଯାଉଛି। ହେଲେ ପାଲଲହଡ଼ା ବ୍ଲକ ଆଲୋରି ପଞ୍ଚାୟତର ଅନ୍ଧାରୀ ସାହିବାସୀଙ୍କ ଠାରୁ ଏସବୁ ଯୋଜନା ଯୋଜନ ଯୋଜନ ଦୂରରେ ରହିଥିବା ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନ୍ଧାରୀ ନଦୀ କୂଳରେ ଥିବା ଏହି ସାହିରେ ୨୫ ପରିବାର ବସବାସ କରନ୍ତି। ଲୋକ ସଂଖ୍ୟା ପ୍ରାୟ ୧୫୦ ହେବ। କିନ୍ତୁ ସାହିକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଆମ୍ବୁଲାନ୍ସ ମଧ୍ୟ ଆସିପାରୁ ନାହିଁ। ପାନୀୟ ଜଳ ବ୍ୟବସ୍ଥା ପାଇଁ ଗୋଟିଏ ମାତ୍ର ନଳକୂଅ ଖନନ କରାଯାଇଥିଲା। କିନ୍ତୁ ତାହା ୬ ମାସ ହେବ ଖରାପ ହୋଇପଡ଼ିରହିଛି। ଲୋକେ ବାଧ୍ୟ ହୋଇ ନଦୀ ପାଣି ପିଉଛନ୍ତି। ପଞ୍ଚାୟତ ଅଫିସ ୧୫ କିଲୋମିଟର ଦୂରରେ ଥିବାରୁ ସେଠାକୁ ଭତ୍ତା ଆଣିବାକୁ ଲୋକଙ୍କୁ ବଣ ପାହାଡ଼ ଦେଇ ୪ରୁ ୫ କିଲୋମିଟର ଚାଲିକରି ଯିବାକୁ ପଡ଼ୁଛି। ଏହି କାରଣରୁ କେତେଜଣ ହିତାଧିକାରୀ ଭତ୍ତା ଆଣିବାକୁ ଯାଇପାରୁ ନାହାନ୍ତି। ବହୁ ବୟସ୍କଙ୍କୁ ଏଯାଏ ଭତ୍ତା ଯୋଜନାରେ ସାମିଲ କରାଯାଇ ନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଆଣିବାକୁ ୭ରୁ ୮ କିଲୋମିଟର ଦୂର ନୂଆଗାଁକୁ ଯିବାକୁ ପଡ଼ୁଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଯୋଗାଇ ଦିଆଯାଉ ନାହିଁ। ସାହିର ସମସ୍ତ ପରିବାର ଆଦିବାସୀ ହୋଇଥିଲେ ମଧ୍ୟ ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ ନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ସାହିବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମେଗା ପ୍ରକଳ୍ପ କରାଯାଉଛି
ଅନ୍ଧାରୀ ସାହି ସମସ୍ୟା ସମ୍ପର୍କରେ ଅବଗତ ଅଛି। ପାନୀୟ ଜଳ ଅଭାବ ଦୂର ନିମନ୍ତେ ମେଗା ପ୍ରକଳ୍ପ କରାଯାଉଛି। ଭତ୍ତା ପାଉ ନ ଥିବା ବୟସ୍କମାନେ ଏଥିପାଇଁ ଆବେଦନ କରିପାରିବେ। ଘର ନିକଟରେ କିପରି ରାଶନ ସାମଗ୍ରୀ ଦିଆଯିବ ସେ ନେଇ ଚେଷ୍ଟା କରାଯାଉଛି।
-ଯୋଗେଶ୍ୱର ଶୁଣ୍ଢୀ, ସରପଞ୍ଚ, ଆଲୋରୀ
ସମାଧାନ ନିମନ୍ତେ ଚେଷ୍ଟା କରାଯିବ
ସାହିବାସୀଙ୍କ ପାନୀୟ ଜଳ ସମସ୍ୟା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ଡାକି ଆଲୋଚନା କରାଯିବ। ଭତ୍ତା, ଆବାସ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଯେପରି ସାହିବାସୀ ଉପକୃତ ହେବେ ସେ ନେଇ ବ୍ୟବସ୍ଥା ହେବ। ରାଶନ ସାମଗ୍ରୀ ଯେପରି ଲୋକେ ଠିକ୍‌ ଭାବେ ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ।
-ସୁମନ ମିଞ୍ଜ, ବିଡିଓ, ପାଲଲହଡ଼ା
ଭତ୍ତା ପାଇଁ ଯୋଗ୍ୟ ହୋଇପାରୁନି
ଆଧାର କାର୍ଡରେ ବୟସ ୬୫ ହେଲାଣି। ହେଲେ ଭତ୍ତା ଯୋଜନାରେ ସାମିଲ କରାଯାଉ ନାହିଁ। ଭୋଟର କାର୍ଡରେ ତଥ୍ୟ ଭୁଲ ଥିବା ଅଧିକାରୀ କହୁଛନ୍ତି। ଗ୍ରାମର ଅନେକ ବୟସ୍କ ଏମିତି ଭତ୍ତା ଯୋଜନାରୁ ବଞ୍ଚିତ ରହିଛନ୍ତି।
-ରଘୁ ନାଏକ, ଅନ୍ଧାରୀ ଗ୍ରାମବାସୀ
ଚାଉଳ ମୁଣ୍ଡାଇ ପାହାଡ଼ ଚଢ଼ୁଛୁ
ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ସାମିଲ କରିଛନ୍ତି। ହେଲେ ଚାଉଳ ମୁଣ୍ଡାଇ ଆମକୁ ୫ରୁ ୭ କିଲୋମିଟର ଆସିବାକୁ ପଡୁଛି। ଯାତାୟାତ ସୁବିଧା ନ ଥିବାରୁ ସାହି ନିକଟରେ ଚାଉଳ ଦିଆଗଲେ ଭଲ ହୁଅନ୍ତା। -ସୁନାଦି ନାଏକ, ଅନ୍ଧାରୀ ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri