ମହାମନ୍ତ୍ର ଲେଖି ଇଣ୍ଡିଆ ବୁକ୍‌ ଅଫ୍‌ ରେର୍କଡ୍ସରେ ସ୍ଥାନ

ସିମୁଳିଆ, ୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ପଣ୍ଡୁ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ପ୍ରଭାସଚନ୍ଦ୍ର ଗିରି (୬୭) ୩ହଜାର ଘଣ୍ଟାରେ ୬ହଜାର ପୃଷ୍ଠାରେ ୧ଲକ୍ଷ ୯୪ହଜାର ୫୨୪ ଥର ‘ଓଁ ନମୋ ଭଗବତେ ବାସୁଦେବାୟ’ ଲେଖି ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ-୨୦୨୨’ରେ ସ୍ଥାନ ପାଇଛନ୍ତି ା ଗତ ୨୦୧୩ରେ ଖଇରା ବ୍ଲକର କୁରୁଣ୍ଟା ହାଇସ୍କୁଲରୁ ଶିକ୍ଷକ ପ୍ରଭାସଚନ୍ଦ୍ର ଅବସର ନେଇଥିଲେ। ଗତ ୧ା୧ା୨୧ରୁ ୭ା୧୨ା୨୧ ପର୍ଯ୍ୟନ୍ତ ସେ ଏହି ମହାମନ୍ତ୍ର ଲେଖା ଆରମ୍ଭ କରିଥିଲେ। ପରେ ସେ ନିଜର ଲେଖାଗୁଡ଼ିକୁ ସ୍କାନିଂ କରି ରେକଡର୍‌ସକୁ ପଠାଇଥିଲେ। ପ୍ରତ୍ୟେକ ଦିନ ସେ ୭ରୁ ୧୧ଘଣ୍ଟା ଏହି ଲେଖା ପାଇଁ ସମୟ ଦେଇଥିବାରୁ ସେ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି ା ଏଥିପାଇଁ ତାଙ୍କୁ ଏକ ମେଡାଲ ସହିତ ବ୍ୟାଜ୍‌, ବହି ଓ କଲମ ଉପହାର ମିଳିଛି ା
ଆଧ୍ୟାମତ୍ିକ ଦିଗରେ ସ୍ଥିର ଚିତ୍ତ ହେଲେ ଜଣେ ଭଲ ମଣିଷ ହୋଇପାରିବା ଲକ୍ଷ୍ୟ ନେଇ ତାଙ୍କ ବାପା ଏହି ମହାମନ୍ତ୍ର ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରଭାସ କୁହନ୍ତି। ତେବେ ପୂର୍ବରୁ ମଧ୍ୟ ସେ ୭ଲକ୍ଷ ଥର ଏହି ମହାମନ୍ତ୍ର ଲେଖିଥିଲେ ହେଁ ଏହାକୁ ପଠାଇ ନ ଥିଲେ। ଶିକ୍ଷକତା ସହିତ ୫ଖଣ୍ଡ ନାଟକ, ୩ଖଣ୍ଡ କାବ୍ୟ, ୨ଖଣ୍ଡ କବିତା ସଂକଳନ, ୫ଖଣ୍ଡ ଶିଶୁ କବିତା ସଂକଳନ ସହିତ ଖଣ୍ଡିଏ ଉପନ୍ୟାସ ମଧ୍ୟ ସେ ଲେଖିଛନ୍ତି। ଏଥିପାଇଁ ତାଙ୍କୁ ୨୦୦୮ରେ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ‘ଆଦର୍ଶ ଶିକ୍ଷକ’ ସମ୍ମାନ, ୨୦୦୯ରେ ଖୋର୍ଦ୍ଧାରେ ‘ମେଘ ମହ୍ଲାର’ ସମ୍ମାନ, ୨୦୧୨ରେ ଖଇରା ପ୍ରତିଭା ପରିବାର ପକ୍ଷରୁ ‘ଆଦର୍ଶ ଶିକ୍ଷକ’ ସମ୍ମାନ ଓ ପଦ୍ମଲୋଚନ ପାଠାଗାର-ପାଖର ପକ୍ଷରୁ ‘ସାରସ୍ବତ’ ସମ୍ମାନ, ୨୦୧୩ ତ୍ରୟୋଦଶ ରାଜ୍ୟସ୍ତରୀୟ ସାମାରୋହରେ ‘କୁଞ୍ଜକଳିକା ସାରସ୍ବତ’ ସମ୍ମାନ, ୨୦୧୪ରେ ଓଡ଼ିଶା ଅକ୍ଷୟ ମହାନ୍ତି ଫାଉଣ୍ଡେଶନ ପକ୍ଷରୁ ‘ବ୍ୟାସକବି ଫକୀରମୋହନ ବାଣୀ ଭୂଷଣ’ ସମ୍ମାନ, ୨୦୧୬ରେ ରାଷ୍ଟ୍ରୀୟ କିଷାନ ପରିବାର ପକ୍ଷରୁ ‘ସବୁଜ ସାହିତ୍ୟ ରତ୍ନ’ ସମ୍ମାନ ଆଦି ୨୦ଟି ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ତେବେ ୧୯୭୫ରେ କଲେଜ ପଢ଼ିବା ସମୟରୁ ଲେଖାଲେଖି ପ୍ରତି ଆଗ୍ରହୀ ହୋଇଥିବା ଶିକ୍ଷକ ପ୍ରଭାସ ଗିନିଜ ବୁକ୍‌ରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ା