Posted inଜାତୀୟ

କଳା କପଡା ପିନ୍ଧୁଥିବା ଲୋକଙ୍କର ଆଜିବି କଳା, ଭବିଷ୍ୟତ ବି କଳା, ବିରୋଧୀଙ୍କୁ ଟାର୍ଗେଟ କଲେ ଗୋୟଲ

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ଲଗାତାର ପ୍ରଧାନମନ୍ତ୍ରୀଙ୍କୁ ଏହାର ଜବାବ ମାଗି ଚାଲିଛନ୍ତି।ଏ ସମ୍ପର୍କରେ ଗତ କିଛି ଦିନ ହେବ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଉତ୍ତେଜନା ଦେଖାଦେଇଥିବାବେଳେ ବିରୋଧୀ ଏମପିମାନେ କଳା ପୋଷାକ ପିନ୍ଧି ଗୃହରେ ପହଞ୍ଚିଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏ ସମ୍ପର୍କରେ ବିରୋଧୀଙ୍କୁ ଉତ୍ତର ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଏଭଳି ଗମ୍ଭୀର ବିଷୟକୁ ନେଇ ରାଜନୀତିକରଣ କରାଯାଉଛି। ଏହା ହେଉଛି ଭାରତର ପରିଚୟର ପ୍ରଶ୍ନ। ଗୋୟଲ କହିଛନ୍ତି ଯେ କଳା ପୋଷାକ ପିନ୍ଧିଥିବା ଲୋକମାନେ ଆଜି ଦେଶର ବଢୁୁଥିବା ଶକ୍ତି କ’ଣ ବୁଝିିପାରୁ ନାହାଁନ୍ତି।

କଳା ପୋଷାକ ପିନ୍ଧି ପାର୍ଲାମେଣ୍ଟରେ ପହଞ୍ଚିଥିବା ବିରୋଧୀ ଏମପିଙ୍କ ବିଷୟରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଯେଉଁମାନଙ୍କ ମନରେ କଳା, ଦେହରେ କଳା ଅଛି, ସେମାନଙ୍କ ହୃଦୟରେ କ’ଣ ଲୁଚି ରହିଛି। ହୃଦୟରେ କଳା ଅଛି, କଳା ଟଙ୍କା ଲୁଚି ରହିଛି କି ବୋଲଇ ସେ ପ୍ରଶ୍ନ କରିଛନ୍ତି। ସେମାନଙ୍କର କାର୍ଯ୍ୟ କ’ଣ, ଯାହା ସେମାନେ ଦେଖାଇବାକୁ ଚାହାଁନ୍ତି ନାହିଁ।
ଗୋୟଲ ଆହୁରି ମଧ୍ୟ ତାଙ୍କ ଅଭିଭାଷଣରେ ପାର୍ଲାମେଣ୍ଟ ପରିସରରେ ଆମ ଆଦମୀ ପାର୍ଟି (ଏ,ପି) ଏମପି ରାଘବ ଚଢାଙ୍କ ଉପରେ କାଉ ଆକ୍ରମଣ କରି ଥିବା କଥା କହି ପରିହାସ କରିଥିଲେ। ସେ କହିଛନ୍ତି, ଆଜିକାଲି କଳା କାଉ ମଧ୍ୟ ସେମାନଙ୍କ ପ୍ରତି ଆକର୍ଷିତ ହେଉଛନ୍ତି। ସେମାନଙ୍କର ଆସନ୍ତାକାଲି ମଧ୍ୟ କଳା, ଆଜି ମଧ୍ୟ କଳା ଏବଂ ଭବିଷ୍ୟତ ମଧ୍ୟ କଳା ଅଟେ। ଆମେ ନକାରାତ୍ମକ ମାନସିକ ବ୍ୟକ୍ତି ନୁହଁନ୍ତ। ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଅନ୍ଧକାର ସେମାନଙ୍କ ଜୀବନରେ ମଧ୍ୟ ଶେଷ ହେବ ଏବଂ ସେମାନଙ୍କ ଜୀବନରେ ମଧ୍ୟ ଆଲୋକ ଆସିବ। କଳା କପଡା କଳା କାମ, ଭାରତ ସହ୍ୟ କରିବ ନାହିଁ।
ଗୋୟଲଙ୍କ ଭାଷଣ ପରେ ସମସ୍ତ ଏନଡିଏ ଏମପିମାନେ କଳା କପଡା, କଳା କାମ, ହିନ୍ଦୁସ୍ତାନକୁ ବରଦାସ୍ତ କରିବେ ନାହିଁ। ଏଥି ସହିତ ବିରୋଧୀ ଏମପିମାନେ ମଧ୍ୟ ସ୍ଲୋଗାନ ଦେଇଥିଲେ। ଉଭୟ ପକ୍ଷର ସ୍ଲୋଗାନକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଜଗଦୀପ ଧନଖର ସମସ୍ତ ଏମପିଙ୍କୁ ଚୁପ କରିଥିବାର ନଜର ଆସିଥିଲା। ଏହା ପରେ ଉତ୍ତେଜନା କାରଣରୁ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri