ପ୍ରଭାବଶାଳୀଙ୍କୁ ଅନୁକମ୍ପା, ଗରିବଙ୍କୁ ପ୍ରତାରଣା: ଜମି ଦଲାଲଙ୍କ ଅକ୍ତିଆରରେ ସରକାରୀ ଜମି

ପଟ୍ଟାମୁଣ୍ଡାଇ,୭ା୧୦ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଦିନକୁଦିନ ସରକାରୀ ଜମି ଜବରଦଖଲ ବଢ଼ିଚାଲିଛି। ଖାଲି ପଡ଼ିଥିବା ସରକାରୀ ଜମିକୁ ଯିଏ ଯେଉଁଠି ପାରୁଛି ଜବରଦଖଲ କରୁଛି। ପ୍ରଭାବଶାଳୀ ଓ ଜମି ଦଲାଲମାନେ ମଧ୍ୟ ସରକାରୀ ଜମିକୁ ଅକ୍ତିଆର କରି ନିଜର ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି। ନଦୀ ପଠା, ଗୋଚର ଓ ଅନାବାଦୀ ଜମିକୁ ଦଲାଲମାନେ ବେଆଇନ ଭାବେ କିସମ ପରିବର୍ତ୍ତନ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି। ରାସ୍ତାପାଶର୍‌ବରେ ଜଳ ନିଷ୍କାସନ ପାଇଁ ଥିବା ସଫେଇନାଳ ଓ ନୟନଯୋରୀକୁ ଅନେକ ସ୍ଥାନରେ ପୋତାଯାଇ ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ (ପକ୍କାଘର) ନିର୍ମାଣ କରାଯାଇଛି। ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ପୌର ଅଧିକାରୀ, ତହସିଲଦାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ରାଜନୈତିକ ଚାପ ଓ ପ୍ରଭାବଶାଳୀ ଲୋକଙ୍କ ପ୍ରଭାବରେ କୌଣସି କାର୍ଯ୍ୟାନୁଷ୍ଠାନ ଅଦ୍ୟାବଧି ଗ୍ରହଣ କରାଯାଇନାହଁି। ମାତ୍ର ଗରିବ ଲୋକଟିଏ ନିଜ ପରିବାର ପ୍ରତିପୋଷଣ ପାଇଁ ସହରର ଖାଲି ସ୍ଥାନରେ କରିଥିବା ଉଠା ଦୋକାନକୁ ପୌର ପ୍ରଶାସନ ଭାଙ୍ଗିରୁଜି ଦେଇଛି। ଫଳରେ ସେମାନେ ନିଜର ରୋଜଗାର ହରାଇ ହତାଶ ହୋଇ ପଡିଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ ଥିବାବେଳେ ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇରେ ପ୍ରଭାବଶାଳୀଙ୍କୁ ଅନୁକମ୍ପା ଦେଖାଉଥିବା ବେଳେ ଗରିବଙ୍କୁ ପ୍ରତାରଣା କରାଯାଉଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।
ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଯେଉଁସବୁ ଜାଗା ଦିନେ ଗୋରୁଙ୍କ ପାଇଁ ଚରାଭୂଇଁ ଥିଲା, ଆଜି ସେହି ଗୋଚର, ଅନାବାଦୀ, ନଦୀ ପଠା ଜମି ଲୋକଙ୍କ ଜବରଦଖଲରେ ରହି ବଡ଼ ବଡ଼ କୋଠା ନିର୍ମାଣ ହୋଇଛି। ଚାଷବାସ ସମୟରେ ଚାଷୀ ବୁଲା ଗୋରୁ, ଷଣ୍ଢଙ୍କୁ ଘଉଡାଇ ଦେଉଛନ୍ତି। ଫଳରେ ସେମାନେ ସହରରେ ପଡୁଥିବା ଅଳିଆ ଅବର୍ଜନା ଖାଇବା ସହ ରାସ୍ତାରେ ଏକାଠି ହୋଇ ଶୋଉଛନ୍ତି। ଏ ନେଇ ସହର ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହିତ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଗୋପାଳକ ଅଶୋକ ବେହେରା କହିଛନ୍ତି, ଜମି ଦଲାଲଙ୍କ କବ୍‌ଜାରେ ଗୋଚର, ଅନାବାଦୀ, ନଦୀପଠା ରହିଥିବାରୁ ଗୃହପାଳିତ ପ୍ରାଣୀଙ୍କୁ କେଉଁଠି ଚରାଇବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ଏତେ ପରିମାଣରେ ଗୋଚର ଜମି ଥାଇ ମଧ୍ୟ ଆଜି ଗୋପାଳକମାନେ ନିଜ ଗୋରୁଙ୍କୁ ଚରାଇ ପାରୁନାହାନ୍ତି। ଫଳରେ ରଖିଥିବା ଗୋରୁ ବାହାରକୁ ଛାଡି ଦେଉଛନ୍ତି। ସାମାଜିକ କର୍ମୀ ପ୍ରବୀର ନାୟକ କହିଛନ୍ତି, ପୂର୍ବ କାଳରୁ ସର୍ବସାଧାରଣ ଚଳପ୍ରଚଳ ପାଇଁ ଗୋଚର, ଅନାବାଦୀ, ବଗଚର, ଶ୍ମଶାନ, ଜଙ୍ଗଲ ଜମି, ନଦୀପଠା, ରକ୍ଷିତ, ସର୍ବସାଧାରଣ ରାସ୍ତା ଆଦି କିସମ କରାଯାଇ ଲୋକମାନଙ୍କ ସେବାରେ ଲାଗୁଥିଲା। ସାଧାରଣତଃ ଗୋଚର ଓ ନଦୀ କିସମରେ କୌଣସି ପ୍ରକାର ସରକାରୀ କି ବେସରକାରୀ ପ୍ରକଳ୍ପ ହେବା ଆଇନଗତ ଅପରାଧ ନିୟମ ଅଛି। ଏଥିନେଇ ସମସ୍ତ ଜିଲାପାଳଙ୍କୁ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହାକୁ ଉଲ୍ଲଂଘନ କରାଯାଉଛି। ଏଠାରେ ବହୁ ଏକର ଗୋଚର ଓ ପୋତା ଗୋବରୀ ନଦୀ ଜମି ଜବରଦଖଲ କରାଯାଇ କିସମ ପରିବର୍ତ୍ତନ ହୋଇ ଅଟ୍ଟାଳିକା ଠିଆ ହୋଇଛି। କାଉନସିଲର ମଳୟ ଓଝା କହିଛନ୍ତି, ଦିନକୁ ଦିନ ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ଧାର ପୋତା ଗୋବରୀ ନଦୀ ପ୍ରଭାବଶାଳୀ ଲୋକେ ଦଖଲ କରିଚାଲିଛନ୍ତି। ଏହି ନଦୀ ଜମିକୁ ଜବରଦଖଲ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଅଳିଆ ଫିଙ୍ଗାଯାଉଛି। ଆଉ ଏହି ଅଳିଆ ଉପରେ ମାଟି ଫିଲିଂ କରି ଜବରଦଖଲ କରାଯାଉଛି। ପୂର୍ବରୁ ସରକାରୀ କାର୍ଯ୍ୟାଳୟରେ ଥିବା ଜାଗା ଏବେ ବ୍ୟକ୍ତିଗତ ମାଲିକନା ଚାଲି ଯାଇଛି। ଅସାଧୁ ସରକାରୀ ଅଧିକାରୀଙ୍କ ଯୋଗୁ ସରକାରୀ ଜାଗା ଶୂନ୍ୟ ହେବାକୁ ବସିଲାଣି। ବର୍ତ୍ତମାନ ପଟ୍ଟାମୁଣ୍ଡାଇ ଦେଇ ଯାଇଥିବା କେନାଲ ଉପରେ ଜବରଦଖଲକାରୀଙ୍କ ନଜର ପଡିଛି। ପରିବହନ ବିଭାଗର ବେଲତଳ ବୌଜାର ବହୁ ଏକର ଜାଗା ଲୋକଙ୍କ କବ୍‌ଜାରେ ଅଛି। ପଟ୍ଟାମୁଣ୍ଡାଇ ପୌର ପରିଷଦ, ତହସିଲ ଅଧୀନରେ ଥିବା ଜବରଦଖଲ ଜାଗାଗୁଡ଼ିକୁ ଚିହ୍ନଟ କରାଯାଇ ଦଖଲକୁ ନିଆଯାଏ ବହୁ ଜମି ସରକାରୀ ଖାତାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି। ଏ ସମ୍ପର୍କରେ ଜିଲାର ଜଣେ ଉଚ୍ଚ ପଦାଅଧିକାରୀଙ୍କୁ କହିବା ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶ ପରେ ବହୁବାର ଜବରଦଖଲ ଉଚ୍ଛେଦ ଲାଗି ପ୍ରୟାସ ସହ ନୋଟିସ କରାଯାଇଛି। ଜବରଦଖଲକାରୀ ଆଇନର ଆଶ୍ରୟ ନେଇ ରଦ୍ଦ କରି ଦେଇଛନ୍ତି। ଫଳରେ ଗୋଚର, ଅନାବଦୀରେ ଥିବା ଘରକୁ ଉଚ୍ଛେଦ କରାଯାଇ ପାରୁନାହିଁ।

 

Dharitri – Odisha’s No.1, Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri