ପୀତବାସ ପଣ୍ଡା ହତ୍ୟାକାଣ୍ଡ: ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୪ ଓକିଲ

ଗଞ୍ଜାମ,୨୪।୧୦: ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ବିକ୍ରମଙ୍କୁ ଗିରଫ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି।

ଅନ୍ୟପକ୍ଷରେ, ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ। ଏନେଇ ସେମାନେ ଆଜି କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି। ବିକ୍ରମଙ୍କ ସହ କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ଏହି ଓକିଲମାନେ ଲଢ଼ିବେ। ସେମାନଙ୍କ ଜାମିନ ପାଇଁ ଆଜି କୋର୍ଟରେ ଆବେଦନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ)ଙ୍କ ସମେତ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡ ପଛରେ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିବା ଏସପି ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି।

ସଦ୍ୟ ଖବର ଅନୁଯାୟୀ, ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତା। ଅଭିଯୁକ୍ତମାନଙ୍କୁ ଜୟପୁରର ଏକ ଫାର୍ମ ହାଉସରେ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୁନୀଲଙ୍କୁ କୋର୍ଟ ଚାଲାଣ ପରେ ଜେଲ୍‌ ପଠାଯାଇଛି ଏବଂ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଅନ୍ୟ ତିନିଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri