ପିପିଲି ଉପନିର୍ବାଚନ: ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୨୪.୭୬% ମତଦାନ

ପୁରୀ ଅଫିସ,୩୦ା୯: ଆଜି ଅନୁଷ୍ଠିତ ହେଉଛି ପିପିଲି ଉପନିର୍ବାଚନ। ଏନେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପିପିଲିବାସୀ। ବିଭିନ୍ନ ବୁଥ୍‌ରେ ସକାଳୁ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ତଥା କୋଭିଡ୍‌ କଟକଣା ମଧ୍ୟରେ ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି। ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି ।

ସକାଳ ୭ଟାରୁ ବୁଥ୍‌ଗୁଡ଼ିକୁ ଭୋଟରମାନେ ଆସି ସେମାନଙ୍କ ମତ ସାବ୍ୟସ୍ତ କରୁଥିବା ବେଳେ ୪ଟି ବୁଥ୍‌ରେ ଇଭିଏମ ଅଚଳ ହୋଇଯାଇଥିଲା। ଫଳରେ କିଛି ସମୟ ଧରି ଉକ୍ତ କେନ୍ଦ୍ରଗୁଡ଼ିକରେ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା।