Posted inଫୁରସତ

ତାପମାତ୍ରା ନିୟନ୍ତ୍ରଣକରେ ଗୋଲାପି କବଚ

ୱାଶିଂଟନ: ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ଦେଖିବାକୁ ବହୁତ ସୁନ୍ଦର ଜୀବ। ଏହି ଜୀବର ଶରୀରରେ ଅଜବ ପ୍ରକାରର ତ୍ୱଚା ରହିଛି, ଯାହା ତାକୁ ସମସ୍ତଙ୍କଠାରୁ ଖାସ୍‌ ପ୍ରମାଣିତ କରୁଛି। ଏହା ଆର୍ମାଡିଲୋର ସବୁଠୁ ଛୋଟ ପ୍ରଜାତି। ଏହି ଜୀବ ପିଚିସିଏଗୋ ନାମରେ ମଧ୍ୟ ଜଣାଶୁଣା। ଆର୍ମାଡିଲୋ ମରୁଭୂମିରେ ମଧ୍ୟ ରହିପାରେ। ଜୀବର ଆକାର ଛୋଟ ହୋଇଥିବାରୁ ସେ ହାତମୁଠାରେ ମଧ୍ୟ ଜାଗା ହୋଇଯିବ। ରିପୋର୍ଟ ମୁତାବକ, ଆମେରିକା ଅଞ୍ଚଳରେ ଦେଖାଯାଉଥିବା ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ଆକାରରେ କେବଳ ୬ ଇଞ୍ଚ ଲମ୍ବା ହୋଇପାରେ। ଏମାନଙ୍କ ଓଜନ ୧୦୦ ଗ୍ରାମ ହୋଇଥାଏ। ଏହି ଜୀବ ଶରୀରରେ ଦୁଇଟି ତ୍ୱଚା ଦେଖିବାକୁ ମିଳେ, ଯାହାକୁ ସେ ସୁରକ୍ଷାକବଚ ରୂପେ ବ୍ୟବହାର କରେ। ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ବାଲି, ଘାସ, ମାଟି ଅଞ୍ଚଳରେ ରହିଥାଏ। ଅଧିକାଂଶ ସମୟ ଏମାନେ ଅଣ୍ଡରଗ୍ରାଉଣ୍ଡରେ ରୁହନ୍ତି। ମରୁଭୂମିର ବାଲି ଭିତରେ ପଶିଯାଇ ଲୁଚିପାରନ୍ତି। ବାଲିରେ ପହଁରୁଥିବା ଜୀବ ଭାବେ ମଧ୍ୟ ଏମାନେ ଜଣାଶୁଣା। ଶରୀରରେ ଥିବା ଗୋଲାପି ରଙ୍ଗର କବଚ ସେମାନଙ୍କ ତାପମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏମାନେ ସର୍ବହାରି ହୋଇଥିବାବେଳେ ପୋଷା ଜୀବ ଭାବେ ବଞ୍ଚିବା ଏମାନଙ୍କ ପାଖେ ସମ୍ଭବ ହୋଇ ନ ଥାଏ। ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ଏମାନେ ବଞ୍ଚିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri