Posted inଜାତୀୟ

ପିନାରାଇ ବିଜୟନ ସବୁଠାରୁ ବଡ ଡନ୍‌, କାହିଁକି ଏତେବଡ଼ ଅଭିଯୋଗ ଆଣିଲେ ଶୋଭା ସୁରେନ୍ଦ୍ରନ

ଥିରୁଭାନନ୍ତପୁରମ,୨।୧୧: ଶନିବାର କେରଳର ଭାଜପା ନେତା ଶୋଭା ସୁରେନ୍ଦ୍ରନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ରାଜ୍ୟର ସବୁଠାରୁ ବଡ ଡନ୍‌ ବୋଲି ବର୍ଣ୍ଣନା କରିଛନ୍ତି। ଶୋଭା ସୁରେନ୍ଦ୍ରନ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜୟନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କେରଳରେ ମୋର ଉପସ୍ଥିତି ଚାହୁଁ ନାହାଁନ୍ତି। ସେ ମୋ ଉପରେ ବହୁତ ରାଗିଛନ୍ତି। ମୁଁ ତାଙ୍କ ଝିଇ ବୀଣା ବିଜୟନଙ୍କ ସମେତ ତାଙ୍କର ସମସ୍ତ ଜିନିଷ ଉପରେ ନଜର ରଖିଛି, ତେଣୁ ସେ ମୋ ବିରୁଦ୍ଧରେ ଅଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ନେତା ଇପି ଜୟରାଜନଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ, ଯିଏ ମୋ ସହ ଭାଜପାରେ ଯୋଗଦେବା ବିଷୟରେ ଆଲୋଚନା କରିଥିଲେ।

ବାର୍ତ୍ତାଳାପ ସମୟରେ ଶୋଭା ସୁରେନ୍ଦ୍ର ଗଣମାଧ୍ୟମର ଏକ ବିଭାଗ ଉପରେ ଖୁବ ବର୍ଷିଛନ୍ତି। ଏପରିକି ସେ କେତେକ ଅନୁଷ୍ଠାନର ନାମ ନେଇଥିଲେ ଏବଂ ୨୦୨୧ରେ କୋଡକରା ହାୱାଲା ମାମଲାରେ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରକାଶ କରୁଥିବା ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ଭାଜପା ନେତାଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ଚଳିତ ସପ୍ତାହ ଆରମ୍ଭରେ ଏହି ବିଷୟ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା।
ଶୋଭା କହିଛନ୍ତି ଯେ ଭାଜପାର ପୂର୍ବତନ ତ୍ରୀସୁର ଜିଲା କାର୍ଯ୍ୟାଳୟ ସଚିବ ତିରୁର ସତୀଶନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ନିକଟରେ ପ୍ରକାଶ କରିଛନ୍ତି ଯେ କୋଡକରାରୁ ଚୋରି ହୋଇଥିବା ନଗଦ ଅର୍ଥ ରାଜ୍ୟ ନିର୍ବାଚନ ଖର୍ଚ୍ଚ ପାଇଁ ରାଜ୍ୟ ଭାଜପା ନେତାମାନେ ଗ୍ରହଣ କରିଥିବା ହାୱାଲା ଅର୍ଥର ଏକ ଅଂଶ। ଏଥିରେ କ୍ରୋଧିତ ଶୋଭା କହିଛନ୍ତି, ମୋର ଏହା ସହିତ କୌଣସି ସମ୍ପର୍କ ନାହିଁ। ମୋତେ ଟାର୍ଗେଟ କରାଯାଉଛି ଗଣମାଧ୍ୟମ ଦର୍ଶାଉଛି ଯେ ମୁଁ ତିରୁର ସତ୍ୟଶନଙ୍କ ପଛରେ ଅଛି। ମୁଁ ଏହାକୁ ବରଦାସ୍ତ କରିବି ନାହିଁ। ମୁଁ ଏହାର ଦୃଢ ଉତ୍ତର ଦେବି, କାରଣ ମୋର ଏହା ସହ କୌଣସି ସମ୍ପର୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri