ଶ୍ରୀଜଗନ୍ନାଥ ଷ୍ଟିଲ୍‌ କମ୍ପାନୀରେ ପିଲେଟ୍‌ ଉତ୍ପାଦନ ବନ୍ଦ

ବଡ଼ବିଲ, ୨୬।୫(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ନୂତନ ଏକ୍ସପର୍ଟ ଡ୍ୟୁଟି (ବହିଃ ଶୁଳ୍କ) ଲାଗୁ ହେବା ଯୋଗୁ ବିଭିନ୍ନ ଇସ୍ପାତ ଶିଳ୍ପରେ ଅଚଳାବସ୍ଥା ଦେଖାଦେଇଛି। କେନ୍ଦୁଝର ଜିଲା ବଡ଼ବିଲ ଉପକଣ୍ଠର ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ କମ୍ପାନୀର ପିଲେଟ କାରଖାନାରେ ଉତ୍ପାଦନକୁ ବୁଧବାରଠାରୁ ବନ୍ଦ କରାଯାଇଛି। କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କର ଏହି ନୂତନ ଏକ୍ସପର୍ଟ ଡ୍ୟୁଟିର ଦ୍ୱାହି ଦେଇ ନୋଟିସ ଜରିଆରେ ସମସ୍ତ ଠିକାଦାର ଓ କର୍ମଚାରୀଙ୍କୁ ଦିନେ ଛଡ଼ା ଦିନେ କାର୍ଯ୍ୟରେ ଯୋଗଦେବାକୁ ନିବେଦନ କରିଛି। ଏତଦ୍‌ବ୍ୟତୀତ ପ୍ରତ୍ୟେକ ରବିବାର ବାଧ୍ୟତାମୂଳକ ଛୁଟି ବୋଲି କମ୍ପାନୀ ଏହି ନିବେଦନରେ ଜଣାଇଛି। ଆସନ୍ତା ୨୬ ତାରିଖ ଠାରୁ ଏହି ନିୟମ ଲାଗୁ ହେବ ବୋଲି କମ୍ପାନୀର ନୋଟିସରେ ଉଲ୍ଲେଖ ରହିଛି। ଯାହାକି କର୍ମଚାରୀମାନଙ୍କୁ ପରୋକ୍ଷରେ ଛଟେଇ ସଦୃଶ ହୋଇଛି।
୩୦ ଦିନରୁ ଦିନେ ଛଡ଼ା ଦିନେ କାର୍ଯ୍ୟରେ ଯୋଗଦେଲେ ମାତ୍ର ୧୫ ଦିନର ଦରମାରେ କର୍ମଚାରୀମାନେ କିଭଳି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। କମ୍ପାନୀର କର୍ମଚାରୀ ସୁଧାଂଶୁ ଶେଖର ରାଉତ କହିଛନ୍ତି ଯେ, ଉକ୍ତ କମ୍ପାନୀରେ ପାଖାପାଖି ୬୦୦ ଶ୍ରମିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। କେନ୍ଦ୍ର ସରକାରଙ୍କର ଏକ୍ସପର୍ଟ ଡ୍ୟୁଟିରେ ୪୫ ପ୍ରତିଶତ ବୃଦ୍ଧି ଯୋଗୁ କମ୍ପାନୀରେ ଦେଢ ଲକ୍ଷରୁ ଦୁଇ ଲକ୍ଷ ଟନ୍‌ ପିଲେଟ ରପ୍ତାନୀ ହୋଇ ନ ପାରି ଗଚ୍ଛିତ ହୋଇ ରହିଛି। ଏହାଦ୍ୱାରା କମ୍ପାନୀର କ୍ଷତି ହୋଇଛି। ବହିଃ ଶୁଳ୍କ ବୃଦ୍ଧି ଯୋଗୁ କମ୍ପାନୀ ଉତ୍ପାଦନକୁ ବନ୍ଦ ରଖିଛି ଏବଂ କର୍ମଚାରୀଙ୍କୁ ପୁରା ଦରମା ଦେବାକୁ ପ୍ରସ୍ତୁତ ନାହିଁ। ତେଣୁ ଏନେଇ ସରକାରଙ୍କ ପକ୍ଷରୁ ଶ୍ରମିକ ଓ କର୍ମଚାରୀଙ୍କ ଜୀବିକା ରଖିବା ନିମନ୍ତେ ବିଚାରକୁ ଆଣି ଏହାର ସୁବ୍ୟବସ୍ଥା କଲେ ଉପକୃତ ହେବେ ବୋଲି ରାଉତ ଜଣାଇଛନ୍ତି।
ଜଗନ୍ନାଥ ଷ୍ଟିଲ କମ୍ପାନୀର ଏଚ୍‌ଆର ମୁଖ୍ୟ ଜ୍ୟୋତି ରଞ୍ଜନ ପାତ୍ରଙ୍କୁ ପଚାରିବାରୁ ୪୫% ଶୁଳ୍କ ଲାଗୁ ହେବା ଯୋଗୁ ଉତ୍ପାଦନ ଉପରେ ଏବଂ ବଜାର ଉପରେ ପ୍ରଭାବ ପକାଇଛି। କମ୍ପାନୀର ବହୁ ପରିମାଣର ମାଲ ବିକ୍ରି ହୋଇ ନ ପାରି ଗଚ୍ଛିତ ହୋଇ ରହିଛି। ଶ୍ରମିକ ଓ କର୍ମଚାରୀମାନଙ୍କୁ ଛଟେଇ ନ କରି କିଭଳି ସେମାନଙ୍କୁ ନିୟୋଜିତ କରିପାରିବୁ ସେ ନେଇ ଦିନେ ଛଡା ଦିନେ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି। ଯାହାକି ମଙ୍ଗଳବାର ନୋଟିସ ଦ୍ୱାରା ସମସ୍ତଙ୍କୁ ଅବଗତ କରାଯାଇଛି। ତେବେ ବର୍ତ୍ତମାନର ସ୍ଥିତିକୁ ଆୟତ୍ତରେ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଏ ନେଇ କେନ୍ଦ୍ର ସରକାର ଆଉ ଥରେ ଚିନ୍ତା କରି ଏକ୍ସପର୍ଟ ଡ୍ୟୁଟିକୁ ଅପସାରଣ କରନ୍ତୁ, ନଚେତ୍‌ ଇସ୍ପାତ୍‌ ଶିଳ୍ପ ଉପରେ ବହୁମାତ୍ରାରେ କୁପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri