କପୋତ ଆଜି ଉଡ଼ନ୍ତା ମୂଷା

କନିଷ୍ଠ ପ୍ରେମ ଓ ଭରସାର ପ୍ରତୀକ, ସେବା, ସମର୍ପଣ ଓ ସାଥିରେ ରହିବାର ଚିହ୍ନ ଏବଂ ମାନବର ଦାମ୍ପତ୍ୟ ଜୀବନର ଆଦର୍ଶ ରୂପେ ବ୍ୟବହୃତ ହୁଏ ‘କପୋତ କପୋତୀ’। ସତରେ କେତେ ଶାନ୍ତ, କମନୀୟ ସେମାନଙ୍କର ଶବ୍ଦ, ରୂପ ଓ ଗୁଣ। କାହିଁ କେତେକାଳରୁ ମଣିଷର ସାଥୀ ସେମାନେ। ସେଇଥିପାଇଁ ଖ୍ରୀ:ପୂ: ୫୦୦୦ ବର୍ଷ ପୂର୍ବରୁ ଏକ ଗୃହପାଳିତ ପକ୍ଷୀ ରୂପେ ସ୍ବୀକୃତିପ୍ରାପ୍ତ ଶାନ୍ତି ଓ ମୈତ୍ରୀର ପ୍ରତୀକ କପୋତ ବା ପାରା। ତଥ୍ୟ ଅନୁସାରେ ୧୮୦୦ ମସିହାରୁ ଭାରତ ଓ ୟୁରୋପରେ ଡାକସେବାର ସେମାନେ ଥିଲେ ଏକ ମାଧ୍ୟମ। ତା’ ସହିତ ଯୁଦ୍ଧ ଓ ବିପଦ ସମୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସଙ୍କେତ ନେବା ଆଣିବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏକଦା ବ୍ରିଟିଶ୍‌ ଦ୍ୱାରା ତାଲିମପ୍ରାପ୍ତ ଚେରଆମି ନାମକ ଏକ କପୋତକୁ ଯୁକ୍ତରାଷ୍ଟ୍ର ଆମେରିକାର ସେନା ସଙ୍କେତ ବାହକ ଭାବରେ ବ୍ୟବହାର କରିଥିଲା। ୧୯୧୮ ଅକ୍ଟୋବରରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଫ୍ରାନ୍ସର ଆର୍ଗୋନ ଜଙ୍ଗଲରେ ନିଜ ଛାତିରେ ଗୁଳି, ଗୋଟିଏ ଆଖି ନଷ୍ଟ ଏବଂ ଗୋଟିଏ ଗୋଡ଼ ହରାଇ ଘଞ୍ଚ ଜଙ୍ଗଲରେ ଲୁଚି ଲୁଚି ଯାଇ ପ୍ରାୟ ୧୯୪ ସୈନିକଙ୍କ ଜୀବନ ବଞ୍ଚାଇଥିଲା ସେହି କପୋତ । ଆଜି ସେହି ଶାନ୍ତ ସାହାଯ୍ୟକାରୀ କପୋତର ବଂଶଧରଙ୍କୁ ‘ଉଡ଼ନ୍ତା ମୂଷା’ ବୋଲି ଅଭିହିତ କରିବା ଖାଲି ଏକ ଅପମାନଜନକ ଶବ୍ଦ ନୁହେଁ, ବରଂ ସବୁଠାରୁ ବହୁଚର୍ଚ୍ଚିତ ଅପମାନ ମଧ୍ୟରୁ ଗୋଟିଏ। ଏପରି ଭାଷା କେବଳ ଅରୁଚିକର ନୁହେଁ ବରଂ ପ୍ରକୃତିକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରି ନ ଥିବା କିଛି ବ୍ୟକ୍ତିଙ୍କ ଆଳାପ ଭଳି ମନେହୁଏ।
ସାମ୍ପ୍ରତିକ ସମୟରେ ଜଣାଶୁଣା ନୀଳରଙ୍ଗର କପୋତ ଯାହାକୁ ଠାକୁର ପାରା ମଧ୍ୟ କୁହାଯାଏ, ସେଗୁଡ଼ିକ ଆଜି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସାଧାରଣତଃ ଗ୍ରାମ ଓ ସହରାଞ୍ଚଳରେ ଥିବା କୋଠାଘରର ବାଲ୍‌କୋନି, କାନ୍ଥର ଖୋପ ଓ ଛାତ ଉପରେ ବାସ କରୁଥିବା ଏହି ଶାନ୍ତ ଓ ସୁନ୍ଦର ପକ୍ଷୀକୁ ବର୍ତ୍ତମାନ ଆସ୍ପର୍ଗିଲୋସିସ ନାମକ ଏକ ରୋଗର ବାହକ ଭାବରେ ବର୍ଣ୍ଣନା କରାଯାଇଛି। ଆସ୍ପର୍ଗିଲୋସିସ ହେଉଛି ଆସ୍ପର୍ଗିଲସ ଫ୍ୟୁମିଗାଟସର ଏକ କ୍ଷୁଦ୍ରତମ ବାୟୁଗତ ବୀଜାଣୁ ଉତ୍ପାଦନର କାରକ। ଯେତେବେଳେ ଏହି ବୀଜାଣୁଗୁଡ଼ିକ ବିଶେଷକରି ଦୁର୍ବଳ ପ୍ରତିରୋଧ କ୍ଷମତା ବା ପୂର୍ବରୁ ଫୁସଫୁସ ରୋଗଥିବା କିମ୍ବା ଧୂଳିମୟ ଦୂଷିତ ପରିବେଶରେ ଦୀର୍ଘ ସମୟ ଧରି ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରବେଶ କରିଥାଏ ସେତେବେଳେ ସେମାନଙ୍କୁ ସହଜରେ ସଂକ୍ରମିତ କରିଥାଏ ଓ ଶ୍ୱାସକ୍ରିୟାଜନିତ ରୋଗ ସୃଷ୍ଟି କରିଥାଏ। ତଥାପି, ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସ୍ପରଗିଲସ ସର୍ବବ୍ୟାପୀ ଯାହା କମ୍ପୋଷ୍ଟଖତ, ଧୂଳି, ପୁରୁଣା କୋଠା ସାମଗ୍ରୀ, ଏୟାର-କଣ୍ଡିସନିଂ ସିଷ୍ଟମ,ପାଣିଲିକରୁ ସୃଷ୍ଟ କାନ୍ଥର ନଷ୍ଟ ହୋଇଥିବା ପ୍ଲାଷ୍ଟରିଂ, ବିଭିନ୍ନ ପକ୍ଷୀଙ୍କ ମଳ, ଗାଧୁଆ ଘରର ଓଦା ସନ୍ତସନ୍ତିଆ କୋଣ, ଅପରିଷ୍କାର ନଳୀ କିମ୍ବା ଅଣଦେଖା ହୋଇଥିବା ପୁରୁଣା ଉଦ୍ଭିଦର ଅବଶେଷ, ଅପରିଷ୍କାର ମାଟି ଏବଂ ଏପରି କି ମସଲା ଗୁଣ୍ଡରେ ମଧ୍ୟ ଏହା ରହିଥାଏ। ଏହା ଓଦା ଏବଂ ଉତ୍ତମ ବାୟୁ ଚଳାଚଳ ନ ଥିବା ଅଞ୍ଚଳରେ ସହଜରେ ବ୍ୟାପିଥାଏ। ବୀଜାଣୁଟି ଦୈନନ୍ଦିନ ଜୀବନର ନିଃଶ୍ୱାସ ନେବା ସମୟରେ ଏକ ଅଂଶ ଭାବରେ ପ୍ରବେଶ କରିଥିଲେ ମଧ୍ୟ ସାଧାରଣତଃ ସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ କ୍ଷତିକାରକ ନୁହେଁ। ସେଥିପାଇଁ ପ୍ରାକୃତିକ ଭାବରେ ଘଟୁଥିବା ରୋଗଟିର ବିସ୍ତାର ପାଇଁ କେବଳ ପାରାଗୁଡ଼ିକୁ ଦାୟୀ କରିବା ବୈଜ୍ଞାନିକ ଭାବରେ ଭିତ୍ତିହୀନ। ପ୍ରକୃତ ସମସ୍ୟା ହେଉଛି ପରିବେଶଗତ ପରିଚ୍ଛନ୍ନତା। ପାରାମାନଙ୍କ ବା ଗୃହପାଳିତ ଅନ୍ୟ ପକ୍ଷୀମାନଙ୍କ ପକ୍ଷ ଝାଡ଼ିଦେଲେ ଯେଉଁ ଧୂଳିକଣା ବାହାରେ ସେଥିରେ ବି ଏହି ବୀଜାଣୁ ରହିପାରନ୍ତି। ତେବେ ପାରାମାନଙ୍କର ସଂଖ୍ୟା ସହରାଞ୍ଚଳଗୁଡ଼ିକରେ ଅତିମାତ୍ରାରେ ବୃଦ୍ଧିପାଇବା କେବଳ ମନୁଷ୍ୟକୃତ। ଆମର ମନେରଖିବା ଉଚିତ ଯେ ୧୯୭୦ ପୂର୍ବରୁ ଭାରତରେ କୋଠାଘର କହିଲେ କେବଳ ମଠ, ମନ୍ଦିର, ଧର୍ମଶାଳା, ସରକାରୀ ଅଫିସ, କିଛି ଧନିକ ଶ୍ରେଣୀ ଇତ୍ୟାଦି ମଧ୍ୟରେ ସୀମିତ ଥିଲା। ପାରାଗୁଡ଼ିକ ପ୍ରାୟତଃ ମନ୍ଦିରଗୁଡ଼ିକରେ ଅଧିକ ଦେଖାଯାଉଥିଲେ ଓ ସେଠାରେ ସହଜରେ ଖାଦ୍ୟ ମିଳୁଥିଲା। ମାତ୍ର କାଳକ୍ରମେ ସହର ଓ ଗ୍ରାମାଞ୍ଚଳରେ କୋଠାଘରଗୁଡ଼ିକର ବୃଦ୍ଧି ସହିତ ଆମର ଅଧିକ ଧର୍ମ ବିଶ୍ୱାସ ଏବଂ ପାରାମାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାଯୋଗୁ ପାରା ବା କପୋତମାନଙ୍କୁ ମନ୍ଦିର ପାଖରୁ ଆମ ନିକଟକୁ ଟାଣି ଆଣିଲା। ସେମାନଙ୍କୁ ନିୟମିତ ଖାଦ୍ୟ ଓ ଦାନା ମିଳିବାଦ୍ୱାରା ମଣିଷମାନଙ୍କ ପ୍ରତି ବିଶ୍ୱାସ ବୃଦ୍ଧି ପାଇଲା ଓ କ୍ରମଶଃ ସେମାନେ ମନ୍ଦିର ଛାଡ଼ି କୋଠାଘରଗୁଡ଼ିକୁ ସୁରକ୍ଷିତ ବାସସ୍ଥାନ ଭାବି ରହିଲେ ଓ ସେମାନଙ୍କ ବଂଶ ବୃଦ୍ଧିପାଇଲା। ତେଣୁ ସେମାନଙ୍କ ବଂଶବୃଦ୍ଧି ପାଇଁ ଆମେ ଦାୟୀ, ସେମାନେ ନୁହନ୍ତି। ଆମେ ଅଜାଣତରେ ସେମାନଙ୍କୁ ରହିବା, ଖାଦ୍ୟ ଯୋଗାଇବା, ବସା ନିର୍ମାଣ କରିବା ଏବଂ ସଂଖ୍ୟା ବୃଦ୍ଧି କରିବାକୁ ନିମନ୍ତ୍ରଣ କରିଛୁ। ବର୍ତ୍ତମାନ ବୁଲିପଡ଼ି ସେମାନଙ୍କୁ ଗାଳିଦେବା କେବଳ ବିଡ଼ମ୍ବନାପୂର୍ଣ୍ଣ ନୁହେଁ, ଏକ ଘୋର ଅନ୍ୟାୟ କାରଣ ସେମାନେ ତ ପକ୍ଷୀ।
ଘୃଣା ବିନା ଏହି ସମସ୍ୟାର ସମାଧାନ ମଧ୍ୟ ଆମ ହାତରେ ଅଛି। ଯଦି କପୋତ ବା ପାରାଙ୍କ ଅତ୍ୟଧିକ ସଂଖ୍ୟା ପ୍ରକୃତରେ ଏକ ଚିନ୍ତାର ବିଷୟ, ତେବେ ଏହାକୁ ପରିଚାଳନା କରିବାର ମାନବୀୟ ଏବଂ ପ୍ରଭାବଶାଳୀ ଉପାୟ ଅଛି। ପ୍ରଥମ ଏବଂ ସର୍ବୋପରି, ସେମାନଙ୍କୁ ଖାଇବାକୁ ଦେବା ବନ୍ଦ କରିବାକୁ ପଡ଼ିବ। ଯେତେବେଳେ ଖାଦ୍ୟର ଉତ୍ସ ବନ୍ଦହୋଇଯିବ, କପୋତ ବା ପାରାମାନେ ଅନ୍ୟତ୍ର ଖାଦ୍ୟ ଖୋଜିବାକୁ ଚାଲିଯିବେ। ଦ୍ୱିତୀୟତଃ, ଘର ଏବଂ କୋଠାଗୁଡ଼ିକୁ ବିଭିନ୍ନ ପ୍ରକାରର ଜାଲି ଦ୍ୱାରା ପ୍ରତିରୋଧ କରିବା ଏକ ଜରୁରୀ ପଦକ୍ଷେପ। ଜାଲି କିମ୍ବା ଗଡ଼ାଣିଆ ସ୍ଥାନ ସ୍ଥାପନ କରିବା ଯାହା ଫଳରେ ସେମାନେ ନୂଆ ବସା କରିପାରିବେ ନାହିଁ । ବାଲକୋନି, କାନ୍ଥରେ ଥିବା ଗାତ, ଲିଫ୍ଟର ଫାଟ ଏବଂ ଅନ୍ୟାନ୍ୟ ସ୍ଥାନକୁ ସିଲ୍‌ କରିବା ଦ୍ୱାରା ସମ୍ଭାବ୍ୟ ବାସସ୍ଥାନର ପ୍ରବେଶକୁ ରୋକାଯାଇପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପଦକ୍ଷେପଗୁଡ଼ିକ ସକ୍ରିୟ ହେବା ଉଚିତ, ପ୍ରତିକ୍ରିୟାଶୀଳ ନୁହେଁ।
ଇଣ୍ଟରନେଟ୍‌ ଯୁଗରେ ଫେସବୁକ, ହାଟ୍ସଆପ, ଲିଙ୍କଡଇନ,ଟୁଇଟର ଇତ୍ୟାଦି କପୋତ ବା ପାରାଗୁଡ଼ିକର ଡାକ ଓ ତା’ର ସେବା ଓ ସଙ୍କେତ ବାହକ ସେବାକୁ ଇତିହାସର ଗର୍ଭକୁ ଠେଲିଦେଇଛି ଓ ସେମାନଙ୍କୁ ବାର୍ତ୍ତାବାହକ ଏବଂ ଯୁଦ୍ଧ ନାୟକରୁ ସୁବିଧାଜନକ ଭାବରେ ଦୋଷଦେଇ ଅବୈଜ୍ଞାନିକ ଭାବରେ ଉଡନ୍ତା ମୂଷା ନାମରେ ଅପମାନିତ କରିଚାଲିଛି। ଏହା ମଣିଷର ସାର୍ଥପର, ଅବୈଜ୍ଞାନିକ ଓ ଅମାନବିକ ଗୁଣର ଖୋଲା ପରିଚୟକୁ ସ୍ପଷ୍ଟ ଭାବରେ ସୂଚିତ କରୁଛି। ଏଣୁ ଠିକ୍‌ ତଥ୍ୟ ଉପସ୍ଥାପନ କରିବାର ମାଧ୍ୟମ କେବଳ ବୈଜ୍ଞାନିକ ଦୃଷ୍ଟିକୋଣର ବିଚାର ଦ୍ୱାରା ହିଁ ସମ୍ଭବ। ବିପଦରେ ସହାୟ ହୋଇଥିବା ବନ୍ଧୁକୁ ଅପମାନ କଲେ ତାକୁ କୃତଘ୍ନ ବା ବିଶ୍ୱାସଘାତକ କୁହାଯିବ, ମଣିଷ ନୁହେଁ।

ଡ. ବିମଳ ଷଡ଼ଙ୍ଗୀ
ମୋ:୯୪୩୭୧୨୩୮୯୨


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଯୁଦ୍ଧ ବନ୍ଦ କରିବାର ସର୍ତ୍ତ ଶୁଣାଇଲେ ଇରାନ ରାଷ୍ଟ୍ରପତି, ଟ୍ରମ୍ପ ଶୁଣିଲେ…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କଲ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ଯୁଦ୍ଧ ଆରମ୍ଭ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ? ପରମାଣୁ ଆଟାକ୍‌ ନେଇ ଆମେରିକା-ଇସ୍ରାଏଲକୁ ଖୋଲା ଧମକ ଦେଲେ ପୁଟିନ୍‌!

ମସ୍କୋ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ ନେଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ ସମୃଦ୍ଧି କେନ୍ଦ୍ର ନାଟାଞ୍ଜ ଉପରେ ଏକ ଭୟଙ୍କର…

‘ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି’, ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବୟାନକୁ ନେଇ ସାରା ବିଶ୍ୱ ଥରହର

ନୂଆଦିଲ୍ଲୀ,୨୨।୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଇରାନ ସମ୍ପର୍କରେ ଏକ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଇରାନ ବିରୁଦ୍ଧରେ ଏକଜୁଟ୍‌ ହେଲେ ୨୨ଟି ଦେଶ, କହିଲେ ତୁରନ୍ତ ଧମକ ବନ୍ଦ କର, ନଚେତ୍‌…

ନୂଆଦିଲ୍ଲୀ,୨୨।୩: ଇରାନ-ଆମେରିକା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀର ସଙ୍କଟ ବିଶ୍ୱ ଅର୍ଥନୀତି ପାଇଁ ଏକ ଲାଲ ପତାକା ପାଲଟିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ, ବାହାରିନ, ଜାପାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri