Categories: ଫୁରସତ

୨୧ ବର୍ଷୀୟ ଶ୍ରୀରାମଙ୍କ ଚିତ୍ର

ନୂଆଦିଲ୍ଲୀ: ନିକଟରେ ଭଗବାନ ଶ୍ରୀରାମଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଫଟୋରେ ଶ୍ରୀରାମ ସାଦା ଏବଂ ଅନ୍ୟ ଏକ ଫଟୋରେ ଶ୍ରୀରାମ ସାମାନ୍ୟ ହସୁଥିବାର ଦେଖିବାକୁ ମିଳିଛି। କୁହାଯାଉଛି କି ଶ୍ରୀରାମ ୨୧ ବର୍ଷ ବୟସରେ ଏପରି ଦେଖାଯାଉଥିଲେ। ଏହି ଫଟୋକୁ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ପ୍ରସ୍ତୁତ କରିଛି। ବାଲ୍ମୀକି ରାମାୟଣ, ରାମଚରିତମାନସ ସଂହିତା ଆଦିରେ ଶ୍ରୀରାମଙ୍କ ଚରିତ୍ରକୁ ଯେଉଁଭଳି ଭାବରେ ବର୍ଣ୍ଣନା କରାଯାଇଛି, ତାହାକୁ ଆଧାର କରି ଏଆଇ ଏପରି ଏକ ଚିତ୍ର ପ୍ରସ୍ତୁତ କରିଛି। କେତେ ଲୋକ ଏହି ଚିତ୍ରକୁ ପସନ୍ଦ କରୁଥିବାବେଳେ କେତେକ ଏହାକୁ ଭୁଲ ବୋଲି କହିଛନ୍ତି। ମହର୍ଷି ବାଲ୍ମୀକିଙ୍କ ଲିଖିତ ରାମାୟଣରେ ରାମଙ୍କ ଚେହେରା ଚନ୍ଦ୍ରଙ୍କ ଭଳି ଚମକ, କୋମଳ ଏବଂ ସୁନ୍ଦର। ତାଙ୍କ ଆଖି ପଦ୍ମ ଭଳି ସୁନ୍ଦର। ନାକ ଲମ୍ବା, ଓଠ ସୂର୍ଯ୍ୟଙ୍କ ରଙ୍ଗ ପରି ଲାଲ, କାନ ବହୁତ ବଡ଼ ଥିଲା। ତାଙ୍କ ଚୁଟି ବହୁତ ଗହ, ସୁନ୍ଦର ଏବଂ ଲମ୍ବା ଥିଲା। ରାମଚରିତମାନସ ସଂହିତାରେ କୁହାଯାଇଛି, ମଣିଷ ଆଖି ବନ୍ଦ କରି ଶ୍ରୀରାମଙ୍କୁ ଧ୍ୟାନ କଲେ, ତାଙ୍କ ପ୍ରକୃତ ସ୍ବରୂପ ଦେଖିପାରିବ।

Share