ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ। ଶାଳ, ପିଆଶାଳ, ଶାଗୁଆନ ଆଦି ବୃକ୍ଷରାଜିରେ ପରିପୂର୍ଣ୍ଣ ଏହି ବନ। ଶାନ୍ତିବନରେ ପ୍ରବେଶକଲା ମାତ୍ରେ ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଏକ ଆଧ୍ୟାତ୍ମିକ ଭାବନା। ମନର ପରିକଳ୍ପନାରେ ଭାସିଉଠେ ଦ୍ୱାପରଯୁଗର ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ପର୍ବତର ଚିତ୍ରକଳା। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସୁମଧୁର ସ୍ବରରେ ଶାନ୍ତି ବନ ଆଣିଦିଏ ପ୍ରଶାନ୍ତି। ଏମିତି ଏକ ସୁନ୍ଦର ସବୁଜ ବନାନୀ ମଧ୍ୟରେ ଗିରିଗୋବର୍ଦ୍ଧନ ପୀଠ ବିରାଜିତ। ସମ୍ମୁଖରେ ରହିଛି ଏକ ବିରାଟ ପୋଖରୀ ଓ ପୋଖରୀ ଭିତରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ରହିଛି। ଏହାବ୍ୟତୀତ ସୁନ୍ଦର ଉଦ୍ୟାନ (ପାର୍କ) ମଧ୍ୟ ରହିଛି। ୧୯୮୫ ମସିହାରେ ଉଭୟ ମ. ରାମପୁର ଓ କର୍ଲାମୁଣ୍ଡା ଅଞ୍ଚଳବାସୀଙ୍କ ଉଦ୍ୟମରେ ୯୯ ଏକର ଜମିରେ ସୃଷ୍ଟି ହୋଇଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ। ୧୯୯୧ ମସିହାରୁ ଏଠାରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଆସୁଛି। ଶାନ୍ତିବନରେ ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପର୍ଯ୍ୟଟକମାନେ ଆନନ୍ଦରେ ଭୋଜିଭାତ କରି ଫେରିଥାନ୍ତି।

କିପରି ଯିବେ…..
ଭୁବନେଶ୍ୱରଠାରୁ କେସିଙ୍ଗାକୁ ବସ୍‌ ଓ ଟ୍ରେନ୍‌ର ସୁବିଧା ରହିଛି। କେସିଙ୍ଗାଠାରୁ ପ୍ରାୟ ୩୦ କି.ମି. ଦୂର ୫୯ ଜାତୀୟ ରାଜପଥରେ ଜୋରାଡ଼ବରା ଛକରୁ ୨ କି.ମି. ଗଲାପରେ ଶାନ୍ତି ବନ ପଡ଼େ। ଏଥିପାଇଁ କେସିଙ୍ଗାରୁ ବସ୍‌, କାର୍‌ ଯୋଗେ ଆସିବାକୁ ହେବ। ଭୁବନେଶ୍ୱରଠାରୁ ମ. ରାମପୁର ଓ ଜୋରାଡ଼ବରା ଛକ ପର୍ଯ୍ୟନ୍ତ ବସ୍‌ ସୁବିଧା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋକୋଲମା: ଶେଷ ହେଲା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବଙ୍କ ମାଘ ଝାମୁ ଯାତ୍ରା…

ଥୁଆମୂଳ ରାମପୁର,୨୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଝାମୁ ଯାତ୍ରା…

ଡକରବାଡ଼ି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣା: ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦରମା ବନ୍ଦ… 

ଦାରିଙ୍ଗବାଡ଼ି, ୨୭।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଡକରବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିନା ନୋଟିସରେ ତାଲା ପକାଇ ବନ୍ଦ ରଖିବା…

ଆଜିଠୁ ଗୋପାଳପୁର ବେଳାଭୂମୀ ମହୋତ୍ସବ: କୁଲାଡ଼ରୁ ଗଲା ମଶାଲ ଶୋଭାଯାତ୍ରା…

ଭଞ୍ଜନଗର,୨୭।୧(ବାବୁଲା ପ୍ରଧାନ)- ମଙ୍ଗଳବାରଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି। ତେଣୁ ଚଳିତ ବର୍ଷ ଏନେଇ ବ୍ୟାପକ ଆୟୋଜନ ହୋଇଥିବା ବେଳେ ମହୋତ୍ସବକୁ ଲୋକାଭିମୁଖୀ କରିବା ସହ…

ଆସନ୍ତା ୩ରେ ଜିଲାପାଳ ଅଫିସ ଘେରାଉ କରିବ ବିଜେଡି: କାର୍ଯ୍ୟକାରିଣୀ ବୈଠକରେ…

ଭବାନୀପାଟଣା, ୨୭।୧ (ଉତ୍ତମ କୁମାର ଦାଶ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମଙ୍ଗଳବାର ଭବାନୀପାଟଣା ବ୍ଲକ ମେଦିନୀପୁର…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri