ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ। ଶାଳ, ପିଆଶାଳ, ଶାଗୁଆନ ଆଦି ବୃକ୍ଷରାଜିରେ ପରିପୂର୍ଣ୍ଣ ଏହି ବନ। ଶାନ୍ତିବନରେ ପ୍ରବେଶକଲା ମାତ୍ରେ ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଏକ ଆଧ୍ୟାତ୍ମିକ ଭାବନା। ମନର ପରିକଳ୍ପନାରେ ଭାସିଉଠେ ଦ୍ୱାପରଯୁଗର ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ପର୍ବତର ଚିତ୍ରକଳା। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସୁମଧୁର ସ୍ବରରେ ଶାନ୍ତି ବନ ଆଣିଦିଏ ପ୍ରଶାନ୍ତି। ଏମିତି ଏକ ସୁନ୍ଦର ସବୁଜ ବନାନୀ ମଧ୍ୟରେ ଗିରିଗୋବର୍ଦ୍ଧନ ପୀଠ ବିରାଜିତ। ସମ୍ମୁଖରେ ରହିଛି ଏକ ବିରାଟ ପୋଖରୀ ଓ ପୋଖରୀ ଭିତରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ରହିଛି। ଏହାବ୍ୟତୀତ ସୁନ୍ଦର ଉଦ୍ୟାନ (ପାର୍କ) ମଧ୍ୟ ରହିଛି। ୧୯୮୫ ମସିହାରେ ଉଭୟ ମ. ରାମପୁର ଓ କର୍ଲାମୁଣ୍ଡା ଅଞ୍ଚଳବାସୀଙ୍କ ଉଦ୍ୟମରେ ୯୯ ଏକର ଜମିରେ ସୃଷ୍ଟି ହୋଇଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ। ୧୯୯୧ ମସିହାରୁ ଏଠାରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଆସୁଛି। ଶାନ୍ତିବନରେ ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପର୍ଯ୍ୟଟକମାନେ ଆନନ୍ଦରେ ଭୋଜିଭାତ କରି ଫେରିଥାନ୍ତି।

କିପରି ଯିବେ…..
ଭୁବନେଶ୍ୱରଠାରୁ କେସିଙ୍ଗାକୁ ବସ୍‌ ଓ ଟ୍ରେନ୍‌ର ସୁବିଧା ରହିଛି। କେସିଙ୍ଗାଠାରୁ ପ୍ରାୟ ୩୦ କି.ମି. ଦୂର ୫୯ ଜାତୀୟ ରାଜପଥରେ ଜୋରାଡ଼ବରା ଛକରୁ ୨ କି.ମି. ଗଲାପରେ ଶାନ୍ତି ବନ ପଡ଼େ। ଏଥିପାଇଁ କେସିଙ୍ଗାରୁ ବସ୍‌, କାର୍‌ ଯୋଗେ ଆସିବାକୁ ହେବ। ଭୁବନେଶ୍ୱରଠାରୁ ମ. ରାମପୁର ଓ ଜୋରାଡ଼ବରା ଛକ ପର୍ଯ୍ୟନ୍ତ ବସ୍‌ ସୁବିଧା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ଡ୍ରୋନ ସର୍ଭେ ଦ୍ୱାରା ଜଙ୍ଗଲ ନିଆଁ ଚିହ୍ନଟ, ରାତିସାରା ଅକ୍ଲାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ

ପାଟଣା,୧୪।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ ଅଟେଈ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତି ୨ଟାରେ ଲାଗିଥିବା ନିଆଁକୁ ବନବିଭାଗ କର୍ମଚାରୀ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

କାମ ସାରି ଫେରୁଥିବାବେଳେ ଦଳିଦେଲା ହାତୀ: ୧୨ ଘଣ୍ଟାରେ ୩ ଜଣଙ୍କ ଗଲା ଜୀବନ

ଜି.ଉଦୟଗିରି/ରାଇକିଆ,୧୪/୩(ଚିନ୍ମୟ କୁମାର ସେଠୀ/ପ୍ରଦୀପ ବେହେରା): କନ୍ଧମାଳ ଜିଲା ଜି.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କ ଦେଖା ଦେଇଛି । ଗତ କାଲି ସନ୍ଧ୍ୟାରୁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ହତ୍ୟା କରି ପାଣିଟାଙ୍କି ଉପରେ ଲୁଚିଥିବା ଅଭିଯୁକ୍ତ ପିଇଦେଲେ ବିଷ, ତା’ପରେ…

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri