ପିକ୍‌ନିକ୍‌ ସ୍ପଟ୍‌: ‘ଢୁ ଢୁଆ’ ଜଳପ୍ରପାତ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଖୋର୍ଦ୍ଧା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଏଠାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ ସ୍ପଟଗୁଡ଼ିକ ଜିଲା, ରାଜ୍ୟ, ଦେଶ ସମେତ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହା ମଧ୍ୟରେ ଅନ୍ୟତମ ହେଲା ଜିଲାର ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅଧୀନ ବରବରା ଜଙ୍ଗଲ ମଧ୍ୟରେ ରହିଥିବା ‘ଢୁ ଢୁଆ’ ଜଳପ୍ରପାତ। ଲୁକ୍କାୟିତ ହୋଇ ରହିଥିବା ଏହି ଜଳପ୍ରପାତ ସମ୍ପର୍କରେ କିଛିବର୍ଷ ପୂର୍ବେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କଠାରୁ ସୂଚନା ମିଳିଥିଲା। ଏହି ଖବର ପ୍ରଚାରିତ ହେବା ପରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ବଣଭୋଜି ପାଇଁ ଏହି ସ୍ଥାନ ଅନୁକୂଳ ହୋଇଥିବା ବେଳେ ପ୍ରପାତରେ ଗାଧୋଇବା ମଧ୍ୟ ନିରାପଦ। ପର୍ଯ୍ୟଟକମାନେ ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ନିକଟରେ ଥିବା ପ୍ରସିଦ୍ଧ ମା’ ବିରଜାଈ ଠାକୁରାଣୀ, ମା’ ତାରିଣୀ ପୀଠ ଏବଂ ବାଣପୁରର ମା’ ଭଗବତୀଙ୍କ ପୀଠ ଦର୍ଶନ କରିପାରିବେ। ତେବେ ଏହି ଜଳପ୍ରପାତକୁ ପର୍ଯ୍ୟଟକ କିଭଳି ବହୁ ସଂଖ୍ୟାରେ ଆସିପାରିବେ ଏବଂ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

କେମିତି ଯିବେ
ବାଣପୁରଠାରୁ ୨୦କିଲୋମିଟର ଦୂରରେ ରହିଛି ନୀଳାଦ୍ରିପ୍ରସାଦ ଗ୍ରାମ। ସେଠାରୁ ମା’ ବିରଜାଈ ମନ୍ଦିର ରାସ୍ତାରେ ୨କି.ମି. ଅତିକ୍ରମ କଲେ ପଡ଼ିବ ବ୍ରହ୍ମପଦା ପ୍ରାଥମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟ ପାର୍ଶ୍ୱ ଦେଇ ଯାଇଛି ଏକ ମାଟି ରାସ୍ତା। ଏହି ରାସ୍ତାରେ ଏକ କିଲୋମିଟର ଗଲେ ପଡ଼ିବ ଡିମିରି ସାହି। ସାହି ପାର୍ଶ୍ୱ ଦେଇ ପାଦଚଲା ରାସ୍ତାରେ ୫୦ମିଟର ପରେ ‘ଢୁ ଢୁଆ’ ଜଳପ୍ରପାତରେ ପହଞ୍ଚିପାରିବେ।

ରିପୋର୍ଟ: ସଂଗ୍ରାମ ପାଇକରାୟ, ବାଲୁଗଁା


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri