ଓଲଟିଲା ପିକ୍‌ନିକ୍‌ ବସ୍‌: ଜଣେ ମୃତ, ୩୫ ଆହତ

ଦିଗପହଣ୍ଡି,୩୧।୧୨: ବର୍ଷର ଶେଷ ଦିନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମ ଜିଲାର ତପ୍ତପାଣି ଘାଟିରେ ଏକ ପିକ୍‌ନିକ୍‌ ବସ୍‌ ଓଲଟିପଡିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ ଜଣ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିବା ଜଣାପଡିଛି। ବସ୍‌ରେ ମୋଟ ୬୦ ଜଣ ଯାତ୍ରୀ ଥିଲେ। ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଯାଜପୁର ଜିଲାର ଦଶରଥପୁରପରୁ ବସ୍‌ କିଛି ଲୋକ ବସ୍‌ ଯୋଗେ ପିକ୍‌ନିକ୍‌ ଯାଇଥିଲେ। ଜିରାଙ୍ଗରୁ ଫେରୁଥିବାବେଳେ ବସ୍‌ରେ ଓଲଟି ପଡ଼ିଥିବା ସୂଚନା ମିଳିଛି।