ମୋହନା,୮ା୧( ମନ୍ମଥ ମିଶ୍ର ): ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ଗାଁରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ତେଲ ବୋଝେଇ ପିକଅପ୍ । ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଡି ଚାଳକ ।
ସୂଚନା ଅନୁସାରେ, କେନ୍ଦୁଝର ଜିଲାରୁ ଏକ ପିକଅପ( OD33AU 3286 ) ରେ କେଷ୍ଟ୍ରୋଲ ଅଇଲ ବୋଝେଇ ହୋଇ କୋରାପୁଟ ଜିଲାକୁ ନେଇ ଯାଉଥିଲା । ଗୁରୁବାର ସକାଳେ ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ଗାଁ ନିକଟରେ ଭୀମଦଲି ଘାଟିରେ ଏକ ଯାତ୍ରୀବାହୀ ବସକୁ ସାଇଡ ଦେଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ସୌଭାଗ୍ୟ ବଶତଃ ଗାଡି ଚାଳକ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

