ବାରିପଦା,୨୧ା୧: ଏନ୍ଏଚ୍ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍କୁ ଗୋଟିଏ ପିକ୍ଅପ୍ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍କୁ ଧକ୍କା ଦେଇଥିଲା ପିକ୍ଅପ୍। ଫଳରେ ପିକ୍ଅପ୍ରେ ଥିବା ୩ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ-ଟ୍ରକ୍ ଓ ପିକ୍ଅପ୍ ଜବତ ହୋଇଥିବାବେଳେ କାର୍ ନେଇ ଡ୍ରାଇଭର୍ ଚମ୍ପଟ ମାରିଛନ୍ତି।

