ଓଲଟିଲା ପିକ୍‌ଅପ୍‌, ୧୫ ଶ୍ରମିକ ଆହତ

ବରଗଡ଼ ଅଫିସ,୧୦ା୪: ବରଗଡ଼-ବଲାଙ୍ଗୀର ରାସ୍ତାର ବରପାଲି ବ୍ଲକ ଧାଙ୍ଗେରପାଲି ବୁଲାଣିରେ ରବିବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ପିକଅପ୍‌ ଭ୍ୟାନ( ନଂ-ଓଆର୍‌୧୦୩୭) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ସେଥିରେ ବସିଥିବା ୧୫ ଶ୍ରମିକ ଆହତ ହୋଇଛନ୍ତି। ପିକ୍‌ଅପ୍‌ଟି ବରପାଲିରୁ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଡ଼କୁ ଯାଉଥିଲା। ଧାଙ୍ଗେରପାଲି ବୁଲାଣିରେ  ଓଲଟି ପଡ଼ିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ହସ୍ପିଟାଲକୁ ପଠାଯାଇଛି।