Posted inUncategorized

ବୈତରଣୀ ନଦୀଶଯ୍ୟାରୁ ବାଲି, ପଥର ଉଠାଣ

ଝୁମ୍ପୁରା,୧୪।୧୧(ଶଶିଭୂଷଣ ସାହୁ): କେନ୍ଦୁଝର ଝୁମ୍ପୁରା ତହସିଲ ଅନ୍ତର୍ଗତ ମଲଦା ରାଜସ୍ବ ସର୍କଲରେ ଉନ୍ନୟନମୂଳକ କାମ ଆଳ ଦେଖାଇ ପ୍ରକୃତି ପ୍ରଦତ୍ତ ନଦୀ, ଝରଣା, ଜଙ୍ଗଲ ଆଦି ଲଘୁ ଖଣିଜ ନଷ୍ଟ କରାଯାଉଛି। ରାଜସ୍ବ ବିଭାଗର ନୀରବତା କାରଣରୁ ରାଜସ୍ବ କ୍ଷତି ହେଉଛି। ଏ ନେଇ ଭିନ୍ନ ଭିନ୍ନ ସମୟରେ ସ୍ଥାନୀୟ ବାସିନ୍ଦା ରାଜସ୍ବ ସର୍କଲରେ ଅଭିଯୋଗ ତଥା ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ସମ୍ପୃକ୍ତ ଅଧିକାରୀ ଉକ୍ତ ଜାଗା ଦେଖିବା ପାଇଁ ମଧ୍ୟ ଯାଉ ନ ଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଆବଶ୍ୟକତା ଦୃଷ୍ଟିରୁ ମଲଦା ପଞ୍ଚାୟତର ପଟୁଆକୁଦ-ବସନ୍ତପୁର ରାସ୍ତାର ବୈତରଣୀ ନଦୀ ଉପରେ ବିଜୁସେତୁ ଯୋଜନାରେ ଏକ ପୋଲ ନିର୍ମାଣାଧୀନ ରହିଛି। କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ (ଡିଭିଜନ-୨) ଦ୍ୱାରା ଟେଣ୍ଡର କରାଯାଇ ନିର୍ମାଣାଧୀନ ପୋଲର ବ୍ୟୟ ଅଟକଳ ୯ କୋଟି ୪୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ସୂଚନା ଫଳକ ଅନୁଯାୟୀ, ପୋଲ ନିର୍ମାଣ ୪ ଏପ୍ରିଲ ୨୦୧୮ ମସିହାରେ ଶେଷ ହେବାର ଥିଲେ ହେଁ କାମ ଏଯାଏ ସରିନାହିଁ। ପୋଲ ନିର୍ମାଣରେ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ରହିଛି। ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବାରୁ ଠିକାଦାର ସବୁ ସମୟରେ ସ୍ଥାନୀୟ ବାସିନ୍ଦାଙ୍କୁ ଧମକ ଦେବା ସହ ନିଜର ମନମାନିରେ କାମ କରୁଛନ୍ତି। ବର୍ତ୍ତମାନ ପୋଲର ଆପ୍ରୋଚ୍‌ ରାସ୍ତା ନିର୍ମାଣ ଚାଲୁ ରହିଥିବା ବେଳେ ଠିକାଦାର ସଂସ୍ଥା ବୈତରଣୀ ନଦୀଶଯ୍ୟାରୁ ବେନିୟମ ଭାବେ ବାଲି, ପଥର ଉଠାଇ ଆପ୍ରୋଚ୍‌ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଛି। ଏହି ଜାଗାରେ ସାଧାରଣତଃ ନଦୀର ସ୍ରୋତ ଖୁବ୍‌ ପ୍ରଖର ହୋଇଥାଏ। ନଦୀଶଯ୍ୟାରୁ ବାଲି ପଥର ଉଠାଇବା ଯୋଗୁ ନଦୀର ଗତିପଥ ବଦଳିବା ଆଶଙ୍କା ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି କରୁଛି। ନଦୀରେ ପୋକ୍‌ଲିନ୍‌ ମେଶିନ ଲଗାଇ ହାଇୱା ଗାଡ଼ି ସାହଯ୍ୟରେ ବାଲିପଥର ବୁହାଯାଉଥିଲେ ହେଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ, ରାଜସ୍ବ ବିଭାଗ ଅଧିକାରୀ ନୀରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ନେଇ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେଶବ ଚନ୍ଦ୍ର ପ୍ରଧାନ କହିଛନ୍ତି, ଅଭିଯୋଗ ମିଳିଛି, କ’ଣ ହୋଇଛି ଦେଖିବେ। ମଲଦା ରାଜସ୍ବ ବିଭାଗ ଅଧିକାରୀ ଜ୍ଞାନରଞ୍ଜନ ପାତ୍ର କହିଛନ୍ତି, ଏ ନେଇ ମୋ ପାଖରେ ଖବର ନାହିଁ, କ’ଣ ହୋଇଛି ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

ବିମାନ ଦୁର୍ଘଟଣାରେ ଏହି ୭ ବଡ଼ ନେତାଙ୍କ ଯାଇଛି ଜୀବନ: ଲିଷ୍ଟ୍‌ରେ ୩ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତ ୭ ମାସ ମଧ୍ୟରେ ଦେଶ ବିମାନ ଦୁର୍ଘଟଣାରେ ଆଉ ଜଣେ ବଡ଼ ନେତାଙ୍କୁ…

Ajit Pawar Last Photo: ଅଜିତ ପାଓ୍ବାରଙ୍କ ସେହି ଶେଷ ଫଟୋ, ଫଡନବିସ୍‌ଙ୍କ ସହ କ୍ୟାବିନେଟ୍‌ ବୈଠକରେ ହୋଇଥିଲା ଏହି…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କର ବୁଧବାର ସକାଳେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଅଜିତ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ। ତାଙ୍କର…

ବନ୍ଦରେ ମଲ ଭିତରେ ହଙ୍ଗାମା: ସାମଗ୍ରୀ ଫୋପାଡ଼ିଲେ…

ବଲାଙ୍ଗୀର,୨୮।୧:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳେ ପିକେଟିଙ୍ଗ ସମୟରେ ଭାଗିରଥି ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri