ନିର୍ମାଣର ମାସେ ନ ପୂରୁଣୁ ଉଠିଲା ପିଚୁ

ଚଣ୍ଡିଖୋଲ,୨୪ା୨(ଡି.ଏନ.ଏ.):ଯାଜପୁର ଜିଲା ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନରେ ରହିଛି ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତା। ଏହି ରାସ୍ତା ନିର୍ମାଣ ଗତ ମାସରେ ସମ୍ପୂର୍ଣ୍ଣ ହୋଇଥିଲାବେଳେ ଏହାକୁ ମାସେ ନ ପୁରୁଣୁ ଏଥିରୁ ପିଚୁ ଉଠି ଯାଇଥିବା ଦେଖାଦେଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଧିବାସୀମାନେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି।
ଜାରକା ଡିଭିଜନ ଓ ଚଣ୍ଡିଖୋଲ ସବ୍‌ଡିଭିଜନ ଅଧୀନରେ ରହିଥିବା ବାଉଜଙ୍ଗ ଧାଉଡ଼ିଆପଦା ରାସ୍ତା କାର୍ଯ୍ୟ ୨୦୨୧ ମେ’୨୭ରେ ଆରମ୍ଭ ହୋଇଥିଲା। ବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ ପାଇଁ ୩କୋଟି ୪୫ ଲକ୍ଷ ୧୭ହଜାର ୨୨୧ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ନିର୍ମାଣର ଶେଷ ଅବଧି ରହିଥିଲା ୨୦୨୨ ଏପ୍ରିଲ୍‌ ୨୬। ଏକ ବର୍ଷ ମଧ୍ୟରେ ରାସ୍ତା କାମ ଶେଷ କରିବାକୁ ଠିକାଦାର ପ୍ରିୟବ୍ରତ ସାମଲଙ୍କୁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଅବଧି ସମୟ ମଧ୍ୟରେ ଏହାର କାର୍ଯ୍ୟ ଶେଷ ହେଲାନାହଁି। ବାରମ୍ବାର ଅବଧି ସମୟ ବୃଦ୍ଧି କରାଯାଇ ଗତ ଜାନୁୟାରୀରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏହି ରାସ୍ତାର ୫ କି.ମି. ୫୦୦ ମିଟର ଲମ୍ବ ରହିଥିଲାବେଳେ ଏହାର ୧.୫ କିଲୋମିଟର କଂକ୍ରିଟ୍‌ ଓ ୪ କିଲୋମିଟର ପିଚୁ କରାଯିବ ବୋଲି ବରାଦ କରାଯାଇଥିଲା। ଯଦିଓ ରାସ୍ତାଟି କେନାଲ ଉପରିଭାଗରେ ଯାଇଛି ସେଥିପାଇଁ ଉଭୟ ପଟରେ ପାଚେରି ନିର୍ମାଣ କରିବାକୁ କୁହାଯାଇଥିଲା। ତେବେ ଏହି କାର୍ଯ୍ୟ ସମୟରେ ବିଭାଗୀୟ ନିର୍ଦ୍ଦେଶନାମାକୁ ଅନୁପାଳନ କରା ଯାଇନାହଁି। ତେଣୁ ଖୁବ୍‌ କମ୍‌ ଦିନ ଭିତରେ ରାସ୍ତାର ଉଭୟ ପାର୍ଶ୍ୱ ଭୁଶୁଡ଼ି ଯିବା ଆଶଙ୍କା ସୃଷ୍ଟି ହୋଇଛି। ରାସ୍ତାରେ ଗତ ଜାନୁୟାରୀରେ ପିଚୁ କାର୍ଯ୍ୟ ଶେଷ କରାଯାଇଥିଲା। ଏହା ମଧ୍ୟରେ ମାତ୍ର ୨୦ ଦିନ ବିତିଛି। ହେଲେ ରାସ୍ତାରୁ ପିଚୁ ଉଠିଗଲାଣି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତ୍ୟେକ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ନିର୍ମାଣ ଆରମ୍ଭ ସମୟରେ ଫଳକ ଲଗାଯିବା କଥା। ମାତ୍ର ଏଠାରେ ଠିକାଦାର ଏହାକୁ ଅଣଦେଖା କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଗ୍ରସ୍ତ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିନାହଁି। କେବଳ ସେତିକି ନୁହେଁ ଏହି ରାସ୍ତାରେ ପ୍ରତ୍ୟେକ ବର୍ଷ ବିଭାଗ ତରଫରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ମାତ୍ର ଏତେ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାସ୍ତାର ଅବସ୍ଥା ସୁଧୁରି ନାହଁି। ଏ ସମ୍ପର୍କରେ ବିଭାଗୀୟ ସହାକରୀ ନିର୍ବାହୀ ଯନ୍ତ୍ରୀ ଜଳନ୍ଧର ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ରାସ୍ତା ପରିଦର୍ଶନ କରିବା ପରେ ପରିସ୍ଥିତି ସମ୍ପର୍କରେ ମତ ଦେବେ। ଏବେ ଦେଖିବାକୁ ଅପେକ୍ଷା କେବେ ସେ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri