ସପ୍ତାହେ ନ ପୂରୁଣୁ ରାସ୍ତାରୁ ଉଠିଲାଣି ପିଚୁ

ଚନ୍ଦାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ଗ୍ରାମାଞ୍ଚଳରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲା ଚନ୍ଦହାଣ୍ଡି ବ୍ଲକ ଭତାଝରରୁ ଧୁରୁଆପଡ଼ା ରାସ୍ତାକୁ ଏସ୍‌ଆର ଫଣ୍ଡରେ ସଡ଼କ ଯୋଜନାରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ସଡକ ତିଆରି ହେଲା। ଟଙ୍କା ପାଣି ପରି ଖର୍ଚ୍ଚ ହେଉ ଥିବାବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ଏହି ଯୋଜନା ବିଫଳ ହେବାକୁ ବସିଛି। ରାସ୍ତା ନିର୍ମାଣର ସପ୍ତାହକ ମଧ୍ୟରେ ଏଥିରୁ ପିଚୁ ଉଠୁଛି। ଶନିବାର ଉକ୍ତ ରାସ୍ତା ପରିଦର୍ଶନରେ ପୂର୍ବତନ ଏମ୍‌ପି ତଥା ରାଜ୍ୟ ଭାଜପା ଉପ ସଭାପତି ବଳଭଦ୍ର ମାଝି ଯାଇଥିଲେ। ସେ ରାସ୍ତା ଦେଖି କ୍ଷୋଭ ପ୍ରକାଶ ସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅନ୍ତୋନୀ କିଷାନଙ୍କୁ ଏ ସମ୍ପର୍କରେ ପଚାରି ବୁଝିଥିଲେ। ତୁରନ୍ତ ମରାମତି କରିବାକୁ ତାଙ୍କୁ ତାଗିଦ କରାଯାଇଛି।
ଭତାଝରରୁ ଧୁରୁଆପଡ଼ା ୬.୪୫୦ କି.ମି. ରାସ୍ତା ପାଇଁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୫୮ ଲକ୍ଷ ଟଙ୍କା କେବଳ ମେଟାଲ ମୋରମ ପାଇଁ ବ୍ୟୟ କରାଯାଇଛି । କିନ୍ତୁ ରାସ୍ତାରେ ନିମ୍ନମାନର ଓଭର ସାଇଜର ମେଟାଲ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ଠିକାଦାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉକ୍ତ ରାସ୍ତା ଉପରେ୨ କି.ମି.କୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ପିଚୁ କରାଯାଇଛି। ଉକ୍ତ କାର୍ଯ୍ୟର ବୋର୍ଡ ମଧ୍ୟ ଲଗାଯାଇ ନାହିଁ। ଏହି କାମ ନୂଆପଡ଼ା ଜିଲାର ଜଣେ ଠିକାଦାରଙ୍କ ନାମରେ ଥିବାବେଳେ ତାହକୁ ଚନ୍ଦାହାଣ୍ଡିର ଜଣେ ପେଟି କଣ୍ଟ୍ରାକ୍ଟର କରୁଛନ୍ତି। ଏହି ରାସ୍ତାରେ ଏତେ ନିମ୍ନମାନର କାମ କରାଯାଇଛି ଯେ ହାତରେ ଘଷିଦେଲେ ସେଥିରୁ ପିଚୁ ଛାଡ଼ିଯାଉଛି। ସପ୍ତାହେ ନ ପୂରୁଣୁ ରାସ୍ତା ଉପରେ ଘାସ ଉଠିବା ସହ ତାହା ଖରାପ ହୋଇଗଲାଣି । ପିଚୁ ହେବା ପୂର୍ବରୁ ପ୍ରତି ୧ କି.ମି. ଟ୍ରାକକୋଟରେ ୭ ଡ୍ରମ ଆମ୍ଲୋସିନ ଅଏଲ ପକାଇବା ନିୟମ ଥିବାବେଳେ ଉକ୍ତ ରାସ୍ତାରେ ମାତ୍ର ୧ ଡ୍ରମ ଆମ୍ଲୋସିନ ଅଏଲ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନିର୍ବାହୀ ଯନ୍ତ୍ରୀ ଅନ୍ତୋନୀ କିଷାନଙ୍କୁ ପଚାରିବାରୁ ଉକ୍ତ ରାସ୍ତା ଖରାପ ହୋଇଥିବା ସେ ସ୍ବୀକାର କରିଛନ୍ତି। ଶୀଘ୍ର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାସ୍ତା କାମ କରୁଥିବା ଠିକାଦାରଙ୍କ ବିଭାଗୀୟ ଅଧିକାରୀ ହାତବାରିଶି ସାଜିଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ବିଭିନ୍ନ ନିର୍ମାଣ କାମରେ ଦୁର୍ନୀତି ସୀମା ଟପିଯାଇଥିବା ବେଳେ ଏଠି ଲୋକ ପ୍ରତିନିଧିମାନେ ହାତ ବାନ୍ଧି ବସିଛନ୍ତି ବୋଲି ବୁଦ୍ଧିଜୀବୀ କହିଛନ୍ତି। ଏହା ଏମ୍‌ପି ରମେଶ ମାଝି ଓ ବିଧାୟକ ପ୍ରକାଶ ମାଝିଙ୍କ ନିଜ ବ୍ଲକ। ନିଜେ ଜିଲା ଭିଜିଲାନ୍ସ ମନିଟରିଂ କମିଟିର ଅଛନ୍ତି। ନିମ୍ନମାନ କାମର ଭିଜିଲାନ୍ସ ତଦନ୍ତ କରାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri