ମୁମ୍ବାଇ,୭ା୯: ଭାରତୀୟ ଏଡଟେକ୍ ପ୍ଲାଟଫର୍ମ ଫିଜିକ୍ସଓ୍ଵାଲା ୩,୮୨୦ କୋଟି ଟଙ୍କା ($୪୩୭ ନିୟୁତ) ମୂଲ୍ୟର ଆଇପିଓ ପାଇଁ ଡ୍ରାଫ୍ଟ ପେପର ଦାଖଲ କରିଛି। ଏଡଟେକ୍ କ୍ଷେତ୍ରରେ ମାନ୍ଦାବସ୍ଥା ସତ୍ତ୍ଵେ ନୂଆ ଲିଷ୍ଟିଂ ବଜାର ଗତି ପାଇଛି। ଓ୍ଵେଷ୍ଟବ୍ରିଜ ଓ ହର୍ନବିଲ କ୍ୟାପିଟାଲ ସମର୍ଥିତ ଫିଜିକ୍ସଓ୍ଵାଲା ୩,୧୦୦ କୋଟି ଟଙ୍କାର ନୂଆ ଶେୟାର ଜାରି କରିବାକୁ ଯୋଜନା କରୁଛି, ବାକି ରାଶି ସହ-ପ୍ରତିଷ୍ଠାତା ଅଲଖ ପାଣ୍ଡେ ଓ ପ୍ରତୀକ ବୁବଙ୍କ ଶେୟାର ବିକ୍ରିରୁ ଆସିବ।
ଗତ ବର୍ଷ ସେପ୍ଟେମ୍ବରରେ ୨.୮ ବିଲିୟନ ଡଲାର ମୂଲ୍ୟାୟିତ ଏହି ପ୍ଲାଟଫର୍ମ ଆଇପିଓ ଟଙ୍କାରୁ ଫିଜିକାଲ କୋଚିଂ ସେଣ୍ଟର, ଟେକ୍ନୋଲୋଜି, ମାର୍କେଟିଂ ଓ ଅଧିଗ୍ରହଣ ପାଇଁ ଖର୍ଚ୍ଚ କରିବ। ମାର୍ଚ୍ଚ ୩୧ରେ ସମାପ୍ତ ଆର୍ଥିକ ବର୍ଷରେ କମ୍ପାନୀର ରାଜସ୍ଵ ୪୯% ବୃଦ୍ଧି ପାଇ ୨,୮୮୭ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ କ୍ଷତି ୧,୧୩୧ କୋଟିରୁ ୨୪୩ କୋଟିକୁ ହ୍ରାସ ପାଇଛି।


