Posted inଖେଳ

ନାବାଳିକା ସହ ଶାରୀରିକ ସମ୍ପର୍କ: ଏନ୍‌ବିଏ ତଦନ୍ତର ସମ୍ମୁଖୀନ ହେବେ ଜୋଶ୍‌

ନ୍ୟୁୟର୍କ,୨୬।୧୧(ପି.ଟି.): ଏନ୍‌ବିଏ ଦଳ ଓକ୍‌ଲାହୋମା ସିଟି ଥଣ୍ଡରଗାର୍ଡ ଖେଳାଳି ଜୋଶ ଗିଡେ ଅଡୁଆରେ। ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ଆସିବା ପରେ ଏନ୍‌ବିଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଏକ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା। ଗିଡେଙ୍କ ସହିତ ଏକାଧିକ ଭିଡିଓରେ ନଜର ଆସିଥିବା ବାଳିକା ଜଣକ ଜଣେ ହାଇସ୍କୁଲ ଛାତ୍ର ବୋଲି ଉକ୍ତ ଆକାଉଣ୍ଟରୁ ଦାବି କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଉକ୍ତ ଆକାଉଣ୍ଟକୁ ଡିଆକ୍ଟିଭେଟ୍‌ କରାଯାଇଥିଲା। ଏନ୍‌ବିଏର ଭବିଷ୍ୟତର ତାରକା ଭାବେ ଗିଡେଙ୍କୁ ବିବେନା କରାଯାଏ। ଅଷ୍ଟ୍ରେଲିଆର ଏହି ୨୧ ବର୍ଷୀୟ ଖେଳାଳି ଜଣକ ଏହି ମାମଲାକୁ ନେଇ ନୀରବତା ଅବଲମ୍ବନ କରିଛନ୍ତି। ତେବେ ଏନ୍‌ବିଏ ସ୍ବତନ୍ତ୍ର ଭାବରେ ଏହି ମାମଲାର ତଦନ୍ତ କରିବ ବୋଲି ମୁଖପାତ୍ର ମାଇକେଲ୍‌ ବାସ୍‌ କହିଛନ୍ତି। ଖବରଦାତା ଏହି ମାମଲାକୁ ନେଇ ଗିଡେଙ୍କୁ ପ୍ରଶ୍ନ କରିବା ପରେ ସେ ବର୍ତ୍ତମାନ ଏହାକୁ ନେଇ କୌଣସି ମତାମତ ଦେବାକୁ ଚାହୁଁ ନ ଥିବା ପ୍ରକାଶ କରିଥିଲେ। ଓକ୍‌ଲାହୋମା ସିଟି ଥଣ୍ଡରଗାର୍ଡ ଦଳର କୋଚ୍‌ ମାର୍କ ଡାଇଗ୍ନେଲ୍ଟ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଏହା ଜୋଶଙ୍କ ବ୍ୟକ୍ତିଗତ ମାମଲା ହୋଇଥିବାରୁ ଆମେ କିଛି ମତାମତ ଦେବା ଶ୍ରେୟସ୍କର ହେବ ନାହିଁ। ୨୦୨୧ରେ ପ୍ରଥମ ଥର ଏନ୍‌ବିଏ ଖେଳିଥିବା ଜୋଶ୍‌ ଚଳିତ ସିଜନରେ ୧୨.୩ ହାରାହାରିରେ ସ୍କୋର କରୁଥିବା ବେଳେ ୫.୭ ରିବାଉଣ୍ଡ ଓ ୪.୫ ଆସିଷ୍ଟ ସ୍କୋର ରହିଛି। ପ୍ରଥମ ସିଜନରେ ସେ ହାରାହାରି ୧୬.୬ ପଏଣ୍ଟ ସ୍କୋର କରୁଥିବା ବେଳେ ରିବାଉଣ୍ଡରୁ ୭.୯ ଓ ଆସିଷ୍ଟରୁ ୬.୨ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri