ମାଟ୍ରିକ ଫାଷ୍ଟ ଡିଭିଜନରେ ପାସ କଲେ ଫୁଲବାଣୀ ବିଧାୟକ

ଫୁଲବାଣୀ ଅଫିସ, ୬।୭- ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ୍ ପାସ୍ କରିଛନ୍ତି । ବିଧାୟକ କହଁର ବି-୧ ଗ୍ରେଡ଼  ପାଇଛନ୍ତି l  ମୋଟ୍ ୫୦୦ ମାର୍କରୁ ୩୬୪ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି । ଯାହାକି ମୋଟ ମାର୍କର  ୭୨. ୮ ପ୍ରତିଶତ । ସେ ଚଳିତ ୨୦୨୨ରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ।
ମାଟ୍ରିକ୍ ପରୀକ୍ଷାରେ ପାସ୍ ହେବା ପରେ ବିଧାୟକ କହଁର ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏଥିସହ ସେ ପରୀକ୍ଷା ଦେଇଥିବା ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ବାସା ଓ ସହକାରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସେ ଆଗକୁ ମଧ୍ୟ ପାଠପଢା ଜାରି ରଖିବେ ବୋଲି କହିଛନ୍ତି । ପାସ୍ ହେବା ପରେ ବିଧାୟକ କହଁର ସାଙ୍ଗସାଥି, ଦଳୀୟ କର୍ମୀ, ପରିବାର ଲୋକଙ୍କ ମଧରେ ଖୁସିର ଲହରୀ ଖେଳିଯାଇଛି ।