Categories: ଫୁରସତ

ଲଗାତାର ବଧୂଙ୍କ ଫଟୋ ଉଠାଉଥିଲେ କ୍ୟାମେରାମ୍ୟାନ୍‌, ରାଗରେ ବର ମାରିଲେ ଚାପୁଡ଼ା; ପରେ ଯାହା ଘଟିଲା…

ନୂଆଦିଲ୍ଲୀ: ବିବାହ ଭୋଜିରେ ଫଟୋଗ୍ରାଫର ବରବଧୂଙ୍କ ସହ ଅତିଥିଙ୍କ ଭଳିକି ଭଳି ପୋଜ୍‌ରେ ଫଟୋ ନେଇଥାନ୍ତି। ହେଲେ ସେଭଳି କରିବା ଜଣେ କ୍ୟାମେରାମ୍ୟାନ୍‌ଙ୍କୁ ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ।

ଭିଡିଓଟିରେ ଷ୍ଟେଜ୍‌ ଉପରେ ଛିଡ଼ା ହୋଇଥିବା ବର ଏବଂ ବଧୂଙ୍କୁ ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ଫଟୋଗ୍ରାଫର ଲଗାତାର ଭାବେ ବଧୂଙ୍କ ଫଟୋ ଉଠାଇ ଚାଲୁଛି। ଏହା ଦେଖି ବରଜଣଙ୍କ ଏକ କଣକୁ ଚାଲିଯାଉଛନ୍ତି। ଏପରି କିଛି ସମୟ ଶାନ୍ତ ରହିବା ପରେ ହଠାତ୍‌ ସେ ଫଟୋଗ୍ରାଫରଙ୍କୁ ଚାପୁଡ଼ା ମାରୁଛନ୍ତି। ଏହାପରେ ଯାହା ହେଲା ତାହା ସେଠାରେ ଉପସ୍ଥିତ ଅତିଥିମାନଙ୍କୁ ଚକିତ କରିଦେଇଥିଲା। କାରଣ ଫଟୋଗ୍ରାଫର ଚାପୁଡ଼ା ଖାଇ ହସିବା ପରେ ବଧୂଜଣଙ୍କ ହସି ହସି ତଳେ ଗଡ଼ିଥିଲେ।

ଏହାର ଭିଡିଓକୁ କେହି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହା ବେଶ ଭାଇରାଲ ହେଉଛି। ଏଯାବତ ୩ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ୧୦ ହଜାରରୁ ଅଧିକ କମେଣ୍ଟ ମିଳିଛି। ଅନେକ ବଧୂଙ୍କୁ ପସନ୍ଦ କରୁଛନ୍ତି। ରାଗର ମାହୋଲରୁ ସେ ହସର ଖୋରାକ ଯୋଗାଇ ଦେଇଥିବା କହୁଛନ୍ତି।

Share