Posted inଜାତୀୟ

ବାଇକ ମେକାନିକଙ୍କ ସହିତ କାମ କରୁଥିବା ରାହୁଲଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୨୮।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାଇକ ମେକାନିକ ସହିତ ଫଟୋ ଏବେ ସାମ୍ନାକୁ ଆସିଛି। ଏହାର କିଛି ଫଟୋ କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ମଧ୍ୟ ଶେୟାର କରାଯାଇଛି। ନିକଟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ଟ୍ରକରେ ବସିଥିବାର ନଜର ଆସିଥିଲେ ଏବଂ ସେହି ସମୟରେ ତାଙ୍କୁ ଡେଲିଭରି ବାଳକ ପଛରେ ବସିଥିବାର ମଧ୍ୟ ଦେଖାଯାଇଥିଲା। ଏବେ ତାଙ୍କୁ ଦିଲ୍ଲୀର କରୋଲ ବାଗରେ ଏକ ମୋଟରସାଇକେଲ ମେକାନିକ ଦୋକାନରେ ଦେଖିବାକୁ ମିଳିଛି। ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ରାହୁଲ ଗାନ୍ଧୀଙ୍କ ଫଟୋ ସହିତ କଂଗ୍ରେସ ଟୁଇଟରରେ ଲେଖିଛି, ଏହି ହାତ ଭାରତକୁ ତିଆରି କରେ, ଏହି ପୋଷାକରେ ଲାଗିଥିବା କଳା ଆମର ଆତ୍ମ ସମ୍ମାନ ଏବଂ ଗର୍ବ, କେବଳ ଜଣେ ଲୋକ ନେତା ଏହିପରି ହାତକୁ ଉତ୍ସାହିତ କରିବା କାର୍ଯ୍ୟ କରନ୍ତି। ଭାରତ ଯୋଡୋ ଯାତ୍ରା ଜାରି ରହିଛି । ରାହୁଲ ବାଇକ ମେକାନିକଙ୍କଠାରୁ ବିଭିନ୍ନ ଯନ୍ତ୍ରାଶଂ ବିଷୟରେ ମଧ୍ୟ ପଚାରି ବୁଝିଥିଲେ।

ଲୋକମାନେ ମଧ୍ୟ କରୋଲ ବାଗରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ଭିଡ ଜମାଇଥିଲେ। ସେ ମଧ୍ୟ ସମସ୍ତଙ୍କ ସହ ହାତ ମିଳାଇଥିଲେ।
ଏହା ପ୍ରଥମ ଘଟଣା ନୁହେଁ ଯେ ରାହୁଲଙ୍କ ଏଭଳି ଫଟୋ ସାମ୍ନାକୁ ଆସିଛି। ଏହାପୂର୍ବରୁ ମେ ୨୩ ରେ ରାହୁଲ ଦିଲ୍ଲୀରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଟ୍ରକରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ରାହୁଲ ସେମାନଙ୍କ ସମସ୍ୟା ବୁଝିବା ପାଇଁ ଟ୍ରକ ଡ୍ରାଇଭରମାନଙ୍କ ସହ କଥାବାର୍ତ୍ତା କରିଥିଲେ। ନିକଟରେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କର ଆମେରିକା ଗସ୍ତ ସମୟରେ ଏକ ଟ୍ରକରେ ଯାଉଥିବା ଦେଖିବାକୁ ମିଳିଥିଲା। ଗତ ଜୁନ ୧୩ ରେ, ସେ ନ୍ୟୁୟର୍କ ଯିବା ବାଟରେ ଏକ ଟ୍ରକରେ ଯାତ୍ରା କରିଥିଲେ ଏବଂ ଜଣେ ଭାରତୀୟ ଆମେରିକୀୟ ଟ୍ରକ ଡ୍ରାଇଭରଙ୍କ ସହ କଥାବାର୍ତ୍ତା ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri