Categories: ଜାତୀୟ

ରାଜସ୍ଥାନ ରାଜନୀତିକୁ ନେଇ ମୁହଁ ଖୋଲିଲା ଭାଜପା

ନୂଆଦିଲ୍ଲୀ,୧୮।୭: ରାଜସ୍ଥାନ ରାଜନୀତିରେ ଏବେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଶନିବାର ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି। ସେ କହିଛନ୍ତି କଂଗ୍ରେସର ଲଢେଇ ଏବେ ରାସ୍ତା ଉପରକୁ ଚାଲି ଆସିଛି। ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେଉଁ ଟଣାଓଟରା ଚାଲିଛି ପ୍ରଥମରୁ ହିଁ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଏହା ଥିଲା। ଫୋନ୍‌ ଟ୍ୟାପିଙ୍ଗକୁ ନେଇ ସମ୍ବିତ କିଛି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ବିପରିତ ପରିସ୍ଥିତିରେ ପଡି ଅସମ୍ବିଧାନିକ ରାସ୍ତା ଆପଣାଉ ନାହିଁ ତ? ରାଜସ୍ଥାନର ଯେ କୌଣସି ଦଳର ନେତାଙ୍କ ଫୋନ୍‌ ଟାପିଙ୍ଗ କରାଯାଉଛି କି? ଏସବୁ ପ୍ରଶ୍ନ ପରେ ସମ୍ବିତ ଫୋନ ଟାପ୍‌ ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି। ତେବେ ଏହି ମାମଲାକୁ ନେଇ ଯେଉଁ ଏଫ୍‌ଆଇଆର୍‌ ଦିଆଯାଇଛି ସେଥିରେ ତଥାକଥିତ ଶବ୍ଦ ବ୍ୟବାହାର କରାଯାଇଥିବା ବେଳେ କଂଗ୍ରେସ ଏହାକୁ ଅଶ୍ଳିଳ ବୋଲି କହୁଥିବା ସମ୍ବିତ କହିଛନ୍ତି। ଯଦି ଏହା ସତ ତେବେ କ’ଣ ସମସ୍ତଙ୍କର ଫୋନ ଟାପ୍‌ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ପରେ ପାଇଲଟ ତାଙ୍କ ପଦ ହରାଇଛନ୍ତି। ଏଥିରେ କେତେଜଣ କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିବା ବେଳେ ଏବେ ଏହି ମାମାଲା ଭିନ୍ନ ମୋଡ ନେବାରେ ଲାଗିଛି।

Share