Categories: ଖେଳ

ଅନ୍ତିମ ୪ ଓଭରରେ ମ୍ୟାଚ୍‌କୁ ଫେରିଲା ନ୍ୟୁଜିଲାଣ୍ଡ

ଶାରଜା,୫।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଶୁକ୍ରବାର ନାମ୍ବିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳ ଅନ୍ତିମ ୪ ଓଭରରେ ମ୍ୟାଚ୍‌ ଫେରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୧୬ ଓଭର ମଧ୍ୟରେ ୪ ପ୍ରମୁଖ ଉଇକେଟ ହରାଇ ମାତ୍ର ୯୬ ରନ୍‌ କରିଥିଲା। ଲାଗୁଥିଲା ଦଳୀୟ ସ୍କୋର ୧୩୦ ପାର କରିବା ମୁସ୍କିଲ। କିନ୍ତୁ ଅନ୍ତିମ ୪ ଓଭରରେ ମ୍ୟାଚ୍‌ର ମଙ୍ଗ ବଦଳାଇ ଦେଇଥିଲା ଗ୍ଲେନ ଫିଲିପ୍ସ ୩୫ (୧ ଚୌକା ଓ ୩ ଛକା) ଓ ଜେମ୍ସ ନିଶାମ ୩୫ (୧ ଚୌକା ଓ ୨ ଛକା)ଙ୍କ ଯୋଡ଼ି। ଦୁହେଁ ୫ମ ଉଇକେଟ ପାଇଁ ୭୭ ରନ୍‌ ଯୋଡ଼ିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଧାର୍ଯ୍ୟ ୨୦ ଓଭରରେ୪ ଉଇକେଟ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଛି।

Share