Categories: ବାଣିଜ୍ୟ

ପିଜିଆଇର ନୂତନ କଲେକ୍ସନ

ଭୁବନେଶ୍ୱର, ୧୭।୧୦: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍‌ ତଥା ପ୍ଲାଟିନମ୍‌ ଗିଲ୍‌ଡ ଇଣ୍ଟରନ୍ୟାଶନାଲ(ପିଜିଆଇ)ର ନୂତନ କଲେକ୍ସନ ‘ପ୍ଲାଟିନମ୍‌ ଲଭ୍‌ ବ୍ୟାଣ୍ଡ୍‌’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ୯୫% ଶୁଦ୍ଧ ଓ ବିରଳ ପ୍ଲାଟିନମ୍‌ରେ ଗଢ଼ା ଏହି କଲେକ୍ସନ ପ୍ରେମର ଚରମ ପ୍ରତୀକ ବୋଲି ପିଜିଆଇ ପକ୍ଷରୁ କୁହାଯାଇଛି। ଏପରିକି ଏଭଳି କିଛି ଡିଜାଇନ ଦ୍ୱାରା ଭଲ ପାଇବାକୁ ବାଛନ୍ତି, ଯାହା ଆଧୁନିକ ମୂଲ୍ୟବୋଧ ଉପରେ ନିର୍ମିତ ହୋଇଥାଏ। ଯେଉଁଥିରେ ପରସ୍ପରର ଭାବନା ପ୍ରତିଫଳିତ ହୋଇଥାଏ। ସେହିଭଳି ଏକ ବିରଳ ପ୍ରେମକୁ ପାଳନ କରିବା ପାଇଁ ପ୍ଲାଟିନମ ଏକ ନୂଆ କଲେକ୍ସନକୁ ଉପସ୍ଥାପନ କରୁଛି। ଏହି ସୂକ୍ଷ୍ମ ସଂଗ୍ରହକୁ ଯତ୍ନର ସହ ଡିଜାଇନ କରାଯାଇଛି, ଯେଉଁଥିରେ କିଛି ସ୍ବତନ୍ତ୍ର ଶୈଳୀ, ଡିଜାଇନ ଓ ଚମତ୍କାର ମୋଟିଫ ରହିଛି। ଏହି କଲେକ୍ସନ ମଧ୍ୟରେ ଥିବା ପ୍ରତିଟି ଡିଜାଇନ ହେଉଛି ଏକ ମାଷ୍ଟର ପିସ୍‌, ଯାହା ସ୍ବତନ୍ତ୍ରତାର ପରିଚୟ ଦେଇଥାଏ। ଏହା ଉଭୟ ଆନନ୍ଦଦାୟକ ଓ ଚ୍ୟାଲେଜିଂ ମୁହୂର୍ତ୍ତକୁ ପ୍ରଦର୍ଶିତ କରିଥାଏ। ଏହା ଦମ୍ପତିଙ୍କ ମନରେ ଏକ ସୁଖଦ ଅନୁଭୂତି ସୃଷ୍ଟି କରିଥାଏ। ଏହି ଉପାଦାନଗୁଡ଼ିକ ଗଭୀର ଓ ଅର୍ଥପୂର୍ଣ୍ଣ ସଂଯୋଗର ମୂଳଦୁଆ ସୃଷ୍ଟି କରିଥାଏ। ଅପରପକ୍ଷରେ ଚଳିତ ଉତ୍ସବ ଋତୁ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମନରେ ଉତ୍ସବକୁ ସ୍ମରଣୀୟ କରିବା ଭାବନା ସୃଷ୍ଟି ହୋଇଥାଏ।

Share