ପୋଷ୍ୟ ପ୍ରାଣୀ ଓ ମାନସିକ ପୀଡ଼ା

୧୯୭୭ ମସିହାରେ ବିଶିଷ୍ଟ ମନୋବିଜ୍ଞାନୀ ଲିଓ କେ ବୁଷ୍ଟାର୍ଡ ଏବଂ ମାଇକେଲ ଚିଜ ମ୍ୟାକୁଲକ ଆମେରିକାର ଓରିଗନ ରାଜ୍ୟର ପୋର୍ଟଲାଣ୍ଡ ସହରରେ ପ୍ରତିଷ୍ଠା କରିଥିଲେ ଡେଲା ସୋସାଇଟି, ଯାହାର ଉଦ୍ଦେଶ୍ୟ ହେଲା ପୋଷ୍ୟ ପ୍ରାଣୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସେମାନଙ୍କ ସାହାଯ୍ୟରେ ମାନସିକ ଭାରସାମ୍ୟହୀନ ରୋଗୀଙ୍କୁ ଆରୋଗ୍ୟ କରାଇବା। ବିଂଶ ଶତାବ୍ଦୀରେ ଏହାଥିଲା ଡିମେନସିଆ ବା ସ୍ମୃତିହୀନ, ଆଲଜିମରସ ଭଳି ମାନସିକ ରୋଗ ଆକ୍ରାନ୍ତ ବୟସ୍କ ବ୍ୟକ୍ତି, ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ ଡିସ୍‌ଅର୍ଡର, ଗୁରୁତର ଆଘାତପ୍ରାପ୍ତିର ପରବର୍ତ୍ତୀ ଅବସ୍ଥାରେ ମାନସିକ ଚାପବୃଦ୍ଧି ଜଡ଼ିତ ବ୍ୟାଧିରେ ଆକ୍ରାନ୍ତ ଏବଂ ଅବସରପ୍ରାପ୍ତ ସୈନିକ ଓ ଅଟିଜମ୍‌ ଆକ୍ରାନ୍ତ ଶିଶୁଙ୍କଠାରେ ମନୋରୋଗ ଉପଶମର ଅନ୍ୟତମ ବୃହତ୍‌ ପ୍ରତିଷ୍ଠାନ। ଯାହାକି ୨୦୧୨ରେ ପୋଷ୍ୟ ସାଥୀ ବା ପେଟ୍‌ ପାଟର୍ନସ ଭାବେ ନୂଆ ନାମରେ ନାମିତ ହୋଇଥିଲା। ତେବେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଖ୍ୟାତ ଗବେଷକ କୋଲେଙ୍କ ମତ ଅନୁଯାୟୀ, ମାନସିକ, ଶାରୀରିକ ଏପରି କି ମନୋ ସାମାଜିକ ଅବସ୍ଥାର ଉପଶମ ଓ ଉନ୍ନତି ବିଧାନ ପାଇଁ ପୋଷ୍ୟଭିତ୍ତିକ ଥେରାପି ଚିକିତ୍ସା ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବେ ପରିଚିତ । ଆମେ ଦେଖିଛେ ବିରାଡି ହୁଅନ୍ତୁ ବା କୁକୁର, ଗୋରୁ ଗାଈଙ୍କଠାରୁ ପକ୍ଷୀ, ଘୋଡ଼ା ହୁଅନ୍ତୁ ବା ଠେକୁଆ ଏପରିକି ଡଲ୍‌ଫିନଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ କରି ସେମାନଙ୍କୁ ମାନସିକ ପୀଡିତଙ୍କ ଶାରୀରିକ ସୁସ୍ଥତା ଓ ଆନନ୍ଦ ପ୍ରଦାନ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଏହି ମର୍ମରେ ଓୟେସ୍କ ଜର୍ନାଲ ଅଫ୍‌ ନର୍ସିଂ ରିସର୍ଚ୍ଚ ପତ୍ରିକାରେ ଉଲ୍ଲେଖ ରହିଛି ଯେ ମାନସିକ ରୋଗାକ୍ରାନ୍ତ ହୁଅନ୍ତୁ ବା ପୀଡ଼ିତ, ସେମାନଙ୍କର ପୁନର୍ବାସ କେନ୍ଦ୍ରରେ ରହିଥିବା ଆକ୍ୱାରିୟମର ରଙ୍ଗିନ ମାଛ ହେଉ ବା ଡଲ୍‌ଫିନର ଆନନ୍ଦମୟ ସନ୍ତରଣ ଦୃଶ୍ୟ ସେମାନଙ୍କୁ ଉଲ୍ଲସିତ ଓ ଆନନ୍ଦିତ କରିଥାଏ। ସମ୍ପ୍ରତି ଆମେରିକା ବ୍ୟତୀତ ନେଦରଲାଣ୍ଡ, ସୁଇଜରଲାଣ୍ଡ ଓ ବେଲଜିୟମରେ ପ୍ରାଣୀଙ୍କ ସହିତ ଆଲିଙ୍ଗନଜନିତ ଚିକିତ୍ସା ପଦ୍ଧତିକୁ ପ୍ରୋତ୍ସାହିତ କରାଯାଉଛି ।
ଭାରତ ମଧ୍ୟ ଏ କ୍ଷେତ୍ରରେ ପଛୁଆ ନାହିଁ। ଏହି ପ୍ରଚେଷ୍ଟା ମଧ୍ୟ ଆରମ୍ଭ ହୋଇଗଲାଣି। ପ୍ରଶିକ୍ଷିତ ପୋଷ୍ୟଜନ୍ତୁମାନଙ୍କ ସାହାଯ୍ୟରେ ମାନସିକ ସ୍ବାସ୍ଥ୍ୟ ପୁନରୁଦ୍ଧାର ପରି ସେବା ପ୍ରଚଳନ ପାଇଁ କାର୍ଯ୍ୟରତ ରହିଛି ଆନିମଲ ଆଞ୍ଜେଲସ ଫାଉଣ୍ଡେଶନ ଓ ମାନିବ ଫାଉଣ୍ଡେଶନ, ମୁମ୍ବାଇ, ଓୟେରାଭିଲେ, ବେଙ୍ଗାଲୁରୁ ଏବଂ ଫାର ବଲ ଷ୍ଟୋରି, ଦିଲ୍ଲୀ। ପ୍ରଥମ ଓ ଚତୁର୍ଥ କେନ୍ଦ୍ରରେ ପୋଷ୍ୟପ୍ରାଣୀ କୁକୁର, ଦ୍ୱିତୀୟ କେନ୍ଦ୍ରରେ ବିରାଡ଼ି ଏବଂ ତୃତୀୟ କେନ୍ଦ୍ରରେ ପୋଷ୍ୟ ହେଉଛି ଘୋଡ଼ା। ଜର୍ନାଲ ଅଫ୍‌ ସାଇକୋସୋମାଟିକ ରିସର୍ଚ୍ଚ ପତ୍ରିକାରେ ୨୦୦୦ରେ ପ୍ରକାଶିତ ଗବେଷଣା ନିବନ୍ଧରେ ମନୋବିଜ୍ଞାନୀ ଜେ.ଏସ୍‌. ଓଡେଣ୍ଟାଲ ଉଲ୍ଲେଖ କରିଛନ୍ତି, ମାନସିକ ରୋଗୀ ଏବଂ ପୋଷ୍ୟମାନଙ୍କ ଶାରୀରିକ ସାକ୍ଷାତରେ ସେମାନଙ୍କ ଉଭୟଙ୍କ ଦେହରେ ନିଉରୋକେସିକାଲ କ୍ଷରଣରେ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନ ସଂଘଟିତ ହୋଇଥାଏ, ଯାହା ସେମାନଙ୍କ ମଧ୍ୟରେ ପାରସ୍ପରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନରେ ସହାୟକ ଏବଂ ରୋଗୀର ରୋଗମୁକ୍ତରେ ଅତ୍ୟନ୍ତ ଫଳପ୍ରଦ। ଆମେରିକାନ ହାର୍ଟ ଆସୋସିଏଶନର ତଥ୍ୟ ଅନୁଯାୟୀ ପୋଷ୍ୟପ୍ରାଣୀଭିତ୍ତିକ ଚିକିତ୍ସା ମଧ୍ୟ ଫଳପ୍ରଦ ହୋଇଥାଏ। ରିପୋର୍ଟ ଅନୁଯାୟୀ ପୋଷ୍ୟପ୍ରାଣୀଙ୍କ ସହ ସୁମଧୁର ଆଳାପ ବା ସମୟ ଅତିବାହିତ କରିବା ଦ୍ୱାରା ରକ୍ତରେ ଆଡ୍ରୋଲିନ ହରମୋନର ମାତ୍ରା ୧୭ ଶତାଂଶ କମିଯାଉଛି, ହୃତ୍‌ପିଣ୍ଡସ୍ଥିତ ବାମ ଅଳିନ୍ଦର ରକ୍ତଚାପ ଦଶ ଶତାଂଶ ପ୍ରଶମିତ ହୋଇଯାଉଛି, ଯାହାଦ୍ୱାରା ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ରୋଗଜନିତ ଉଦ୍‌ବେଗ ୨୪ ଶତାଂଶ ହ୍ରାସ ଘଟୁଛି। ଏହି ମର୍ମରେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ତଥ୍ୟ ଅନୁଯାୟୀ, ଦେଢ଼ଶହ ମିନିଟର ହାଲୁକା ଶାରୀରିକ ପରିଶ୍ରମ ଦ୍ୱାରା ଜଣେ ଯେଉଁ ସ୍ବାସ୍ଥ୍ୟଗତ ଫାଇଦା ବା ଉପଶମ ପାଇଥାଏ ତାହା ଦିନକୁ ଦୁଇଥର ନିଜ ପୋଷା କୁକୁର ସହ ପ୍ରଶସ୍ଥ ଜାଗାରେ ଚଲାବୁଲା କଲେ ସମାନ ଫଳପ୍ରଦ ମିଳିିଥାଏ। ଆପଣ ଅନୁଭବ କରୁଥିବେ ପୋଷ୍ୟ ପ୍ରାଣୀମାନେ ବାସ୍ତବିକ କେବଳ ମାନସିକ ପୀଡ଼ିତଙ୍କ ପାଇଁ ନୁହେଁ, ବରଂ ସାମଗ୍ରିକ ଭାବେ ଜଣଙ୍କ ଜୀବନକୁ ଆନନ୍ଦମୟ କରି ଗଢ଼ି ତୋଳିବାରେ ଯେଉଁ ଅତୁଟ ଅମାପ ଓ ନିଃସ୍ବାର୍ଥପର ସେବା ସହଯୋଗ, ଭଲପାଇବା ଦେଇଥାଏ ତାହା ସ୍ମରଣୀୟ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌, ପୁରୀଘାଟ ରୋଡ୍‌, କଟକ
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri