Categories: ବାଣିଜ୍ୟ

ପେଟ୍ରୋଲିୟମ ଟିକସ ଆଦାୟ ୭୯% ବୃଦ୍ଧି

ନୂଆଦିଲ୍ଲୀ,୧।୧୧: ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ବାବଦ ସଂଗ୍ରହ ୩୩% ବଢ଼ିଛି। ସେହିଭଳି କୋଭିଡ ପୂର୍ବ ସ୍ଥିତି କଥା ବିଚାରକୁ ନେଲେ ଏହି ବାବଦକୁ ଟିକସ ଆଦାୟ ୭୯% ବଢ଼ିଥିବା ଜଣାପଡ଼ିଛି। କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ ଡାଟା ମୁତାବକ, ୨୦୨୧ ଏପ୍ରିଲ-ସେପ୍ଟେମ୍ବର ସମୟରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଟିକସ ଆଦାୟ ୧.୭୧ ଲକ୍ଷ କୋଟି ଟଙ୍କା ରହିଛି। ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ଏହା ୧.୨୮ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୧୯ ଏପ୍ରିଲ-ସେପ୍ଟେମ୍ବରରେ ଏହା ୯୫,୯୩୦ କୋଟି ଟଙ୍କା ଉତ୍ପାଦ ଟିକସ ଆଦାୟ ହୋଇଥିବା ବେଳେ ଏହା ଚଳିତ ବର୍ଷ ସମାନ ଅବଧିରେ ଏହା ୭୯% ବଢ଼ିଛି।
ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ୩.୮୯ ଲକ୍ଷ କୋଟି ଟଙ୍କାର ଉତ୍ପାଦ ଟିକସ ଆଦାୟ କରିଛନ୍ତି। ଏହା ୨୦୧୯-୨୦ରେ ୨.୩୯ ଲକ୍ଷ କୋଟି ଟଙ୍କା ରହିଥିବା ସିଜିଏ ଡାଟାରୁ ସାମ୍ନାକୁ ଆସିଛି। ସାମଗ୍ରୀ ଓ ସେବା ଟିକସ ଲାଗୁ ହେବା ପରେ ପେଟ୍ରୋଲ,ଡିଜେଲ, ଏଟିଏଫ୍‌ ଏବଂ ପ୍ରାକୃତିକ ବାଷ୍ପ ଉପରେ ଉତ୍ପାଦ ଟିକସ ଲାଗୁ ହେଉଛି। ଏହି ପ୍ରଡକ୍ଟଗୁଡିକୁ ଛାଡ଼ି ଦେଲେ ବାକି ସବୁ ପ୍ରଡକ୍ଟ ଉପରେ ଜିଏସ୍‌ଟି ଲାଗୁଛି। ୨୦୧୮-୧୯ର ସଂଗୃହୀତ ୨.୩ ଲକ୍ଷ କୋଟି ମଧ୍ୟରୁ ୩୫,୮୩୪ କୋଟି ଟଙ୍କା ରାଜ୍ୟଗୁଡିକ ମଧ୍ୟରେ ବଣ୍ଟନ କରାଯାଇଛି। ୨୦୧୭-୧୮ରେ ୨.୫୮ ଲକ୍ଷ କୋଟି ସଂଗୃହୀତ ହୋଇଥିବା ବେଳେ ରାଜ୍ୟଗୁଡ଼ିକ ମଧ୍ୟରେ ୭୧,୭୫୯ କୋଟି ଟଙ୍କା ବଣ୍ଟନ କରାଯାଇଥିଲା।
ପ୍ରଥମ ୬ ମାସରେ ୪୨,୯୩୧ କୋଟି ଅଧିକ ଟିକସ ଆଦାୟ ହୋଇଛି। ପୂର୍ବର ଉପା ସରକାରଙ୍କ ଅମଳରେ ହୋଇଥିବା ଅଏଲ ବଣ୍ଡ ପଇଠ ଜନୀତ ଜନୀତ ବାର୍ଷିକ ଦେୟ ତୁଳନାରେ ଏହା ୪ ଗୁଣା ଅଧିକ। ଚଳିତ ବର୍ଷ କେନ୍ଦ୍ର ସରକାର ଅଏଲ ବଣ୍ଡ ବାବଦକୁ ୧୦ ହଜାର କୋଟି ଟଙ୍କା ପଇଠ କରିବେ। ପେଟ୍ରୋଲ ଏବଂ ଡିଜେଲରୁ ଅଧିକ ଉତ୍ପାଦ ଟିକସ ଆସୁଛି। ପୂର୍ବବର୍ଷ ତୁଳନାରେ କେନ୍ଦ୍ର ସରକାର ଚଳିତ ବର୍ଷ ୧ ଲକ୍ଷ କୋଟି ଟଙ୍କା ଅଧିକ ଟିକସ ଆଦାୟ କରିବେ ବୋଲି ଆକଳନ କରାଯାଉଛି।

Share