Categories: ବାଣିଜ୍ୟ

ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଲା ତୈଳଦର; ଲିଟର ପିଛା…

ନୂଆଦିଲ୍ଲୀ,୨୩।୧୦: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର। ଶନିବାର ଲଗାତାର ଚତୁର୍ଥ ଦିନ ପାଇଁ ସାରା ଦେଶରେ ଇନ୍ଧନ ଦର ୩୫ ପଇସା ବୃଦ୍ଧି ପାଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୭.୨୪ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଡିଜେଲ ଦର ଲିଟର ପିଛା ୯୫.୯୭ ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ଡିଜେଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଥିବା ବେଳେ ପେଟ୍ରୋଲ ଦର ବୃଦ୍ଧି ପାଇ ୧୦୪.୨୨ ଟଙ୍କା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୩.୧୨ ଟଙ୍କା ହୋଇଥିବା ବେେଳେ ଲିଟର ପିଛା ଡିଜେଲ ୧୦୪ ଟଙ୍କା ରହିଛି। ଏହି କ୍ରମରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୮.୧୯ ଟଙ୍କା ହୋଇଥିବା ବେଳେ ଡିଜେଲ ୧୦୪.୭୦ ଟଙ୍କାରେ ବିକ୍ରି ହେଉଛି।

Share