ନିଜର ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଲାଇସେନ୍ସଠାରୁ ଆରମ୍ଭ କରି ରୋଜଗାରର ପୂରା ପ୍ରକ୍ରିୟା

ପେଟ୍ରୋଲ ପମ୍ପ ବ୍ୟବସାୟ ବିଶ୍ୱର ଅନ୍ୟତମ ଲାଭଜନକ ବ୍ୟବସାୟ ମଧ୍ୟରୁ ଗୋଟିଏ ଭାବେ ପରିଗଣିତ ହୁଏ। ଭାରତ ଭଳି ଦେଶରେ, ଯେଉଁଠାରେ ପରିବହନ ଓ ଲଜିଷ୍ଟିକ୍ସ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହାର ଚାହିଦା ଆହୁରି ଅଧିକ। ଯଦି ଆପଣ ମଧ୍ୟ ପେଟ୍ରୋଲ ପମ୍ପ ଖୋଲିବାର ସ୍ବପ୍ନ ଦେଖୁଛନ୍ତି, ତେବେ ଏହି ସମାଚାର ଆପଣଙ୍କ ପାଇଁ ଉପଯୋଗୀ ହେବ। ଏଠାରେ ଆପଣଙ୍କୁ ଲାଇସେନ୍ସ ପ୍ରକ୍ରିୟାରୁ ଆରମ୍ଭ କରି ଜମି, ନିବେଶ ଏବଂ ଆବଶ୍ୟକୀୟ ଅନୁମତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତଥ୍ୟ ମିଳିବ।

ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଯୋଗ୍ୟତା ଓ ସର୍ତ୍ତ
ବୟସ ସୀମା: ୨୧ ରୁ ୫୫ ବର୍ଷ
ନାଗରିକତା: ଭାରତୀୟ ନାଗରିକ କିମ୍ବା NRI (ଭାରତରେ ୧୮୨ ଦିନରୁ ଅଧିକ ରହିବା ବାଧ୍ୟତାମୂଳକ)
ଶିକ୍ଷାଗତ ଯୋଗ୍ୟତା:ସାଧାରଣ ବର୍ଗ: ୧୨ଶ ପାସ
ସଂରକ୍ଷିତ ବର୍ଗ (SC/ST/OBC): ୧୦ମ ପାସ
ସହରାଞ୍ଚଳରେ ଡିଲରସିପ ପାଇଁ ଗ୍ରାଜୁଏଟ ହେବା ଆବଶ୍ୟକ

କେତେ ନିବେଶ ଆବଶ୍ୟକ?
ଗ୍ରାମାଞ୍ଚଳ: ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା
ସହରାଞ୍ଚଳ: ୩୦ ଲକ୍ଷରୁ ୩୫ ଲକ୍ଷ ଟଙ୍କା (ଯଦି ଜମି ନିଜର ହୋଇଥାଏ)
ନିବେଶ ପାଇଁ ବ୍ୟାଙ୍କ ଡିପୋଜିଟ, ବଣ୍ଡ, ଫିକ୍ସଡ ଡିପୋଜିଟ, ମ୍ୟୁଚୁଆଲ ଫଣ୍ଡ, NSC, ଡାକ ଯୋଜନା ଏବଂ ସେଭିଙ୍ଗ୍ସ ଆକାଉଣ୍ଟ ବ୍ୟବହାର କରାଯାଇପାରେ।

ଜମି ଆବଶ୍ୟକତା:
ଆକାର: ୮୦୦ ରୁ ୧୨୦୦ ବର୍ଗ ମିଟର
ଅବସ୍ଥାନ:ରେଗୁଲାର ଆଉଟଲେଟ: ଜାତୀୟ/ରାଜ୍ୟ ରାଜପଥ, ସହରାଞ୍ଚଳ
ଗ୍ରାମାଞ୍ଚଳ ଆଉଟଲେଟ: ଗ୍ରାମାଞ୍ଚଳ, ମୁଖ୍ୟ ରାସ୍ତା ସହ ସଂଯୋଗ

ଫିସ ଓ ଚାର୍ଜ:
ଆବେଦନ ଫିସ: ୧୦୦୦ ଟଙ୍କା (SC/ST/OBC ପାଇଁ ୫୦% ଛାଡ଼)
ରିଟେଲ ଆଉଟଲେଟ: ୧୦୦ ଟଙ୍କା

ଲାଇସେନ୍ସ ଫିସ:B/DC ଶ୍ରେଣୀ: ୧୮ ଟଙ୍କା/କିଲୋଲିଟର
A/CC ଶ୍ରେଣୀ: ୪୮ ଟଙ୍କା/କିଲୋଲିଟର

ନିର୍ଦ୍ଧିଷ୍ଟ ଫିସ:
ଗ୍ରାମାଞ୍ଚଳ: ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା
ସହରାଞ୍ଚଳ: ୧୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା

ଆବଶ୍ୟକୀୟ ସାର୍ଟିଫିକେଟ ଓ ଅନୁମତି ଜମି ମାଲିକାନା ପ୍ରମାଣପତ୍ର:
NOC (ଲାଇସେନ୍ସିଂ ପ୍ରାଧିକାରୀଙ୍କଠାରୁ)
MCD ଓ ଅଗ୍ନିଶମ ବିଭାଗରୁ ଅନୁମତି
ଅନ୍ୟାନ୍ୟ ସ୍ଥାନୀୟ ଅନୁମୋଦନ

ପେଟ୍ରୋଲ ପମ୍ପ ଲାଇସେନ୍ସ କେଉଁଠୁ ମିଳିବ?
ପୈସା ବଜାର ଡଟ କମ ଅନୁସାରେ, ପେଟ୍ରୋଲ ପମ୍ପ ଆରମ୍ଭ କରିବା ପାଇଁ କୌଣସି ଅଏଲ ମାର୍କେଟିଂ କମ୍ପାନୀ (OMC) ଠାରୁ ଡିଲରସିପ ନେବାକୁ ପଡ଼ିବ।
ମୁଖ୍ୟ କମ୍ପାନୀଗୁଡ଼ିକ ହେଲା:ଇଣ୍ଡିଆନ ଅଏଲ କର୍ପୋରେସନ (IOC)
ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (BPCL)
ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL)
ରିଲାଏନ୍ସ ପେଟ୍ରୋଲିୟମ
ଏସାର ଅଏଲ
ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ (IGL)
ଶେଲ ଇଣ୍ଡିଆ, ONGC ଇତ୍ୟାଦି।

ପେଟ୍ରୋଲ ପମ୍ପ ପାଇଁ କିପରି ଆବେଦନ କରିବେ?
ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଖବରକାଗଜ କିମ୍ବା ଓ୍ବେବସାଇଟରେ ଡିଲରଶିପ ପାଇଁ ବିଜ୍ଞାପନ ପ୍ରକାଶ କରନ୍ତି। ଆଗ୍ରହୀ ବ୍ୟକ୍ତି ଅନଲାଇନରେ ଆବେଦନ କରିପାରିବେ। ଯଦି ଗୋଟିଏ ସ୍ଥାନ ପାଇଁ ଏକାଧିକ ଆବେଦନ ଆସେ, ତେବେ ଚୟନ ଲଟେରୀ କିମ୍ବା ବିଡିଂ ମାଧ୍ୟମରେ ହୁଏ।ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ସଠିକ ଯୋଜନା ଓ ନିବେଶ ସହ ଉପଯୁକ୍ତ ଅନୁମତି ନେଇ ଆପଣ ଏକ ଲାଭଜନକ କ୍ୟାରିୟର ଗଢ଼ିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?