ପୁଣି ବଢିଲା ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୨।୪: ଲଗାତର ଭାବେ ବଢିଚାଲିଛି ତେଲଦର । ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ଶନିବାର ପେଟ୍ରୋଲ ଓ ଡିଜେଲ ୮୦ ପଇସା ବଢ଼ିଛି। ଓଡିଶାରେ ପେଟ୍ରୋଲ ଦର ୧୦୯ ଟଙ୍କା ୫୦ପଇସା ଥିବା ବେଳେ ଡିଜେଲ ୯୯ ଟଙ୍କା ୨୭ ପଇସା ରହିଛି । ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶନିବାର ୧୦୨ଟଙ୍କା ୬୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୩ଟଙ୍କା ୮୭ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୭ଟଙ୍କା ୫୭ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୧୦୧ ଟଙ୍କା ୭୯ ପଇସା । କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୨ଟଙ୍କା ୧୯ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭. ୦୨ ପଇସା ଦରରେ ବିକ୍ରି ହେଉଛି।

Share