୩୦ରେ ପେଟ୍ରୋକେମିକାଲ ପ୍ଲାଣ୍ଟ ପାଇଁ ଜନଶୁଣାଣି

କେନ୍ଦ୍ରାପଡ଼ା ଅଫିସ,୨୮।୮: ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ର ଅଏଲ ରିଫାଇନାରି ପକ୍ଷରୁ ୨୮୪.୧୫ ବର୍ଗ କିମି (୨୮,୪୧୫ ହେକ୍ଟର) ପରିଧି ମଧ୍ୟରେ ପେଟ୍ରୋଲିୟମ, କେମିକାଲ୍‌ସ ଆଣ୍ଡ ପେଟ୍ରୋକେମିକାଲ୍‌ସ ଇନ୍‌ଭେଷ୍ଟମେଣ୍ଟ ରିଜିଅନ (ପିସିପିଆଇଆର) ପ୍ଲାଣ୍ଟ ନିର୍ମାଣ ଯୋଜନା ଅଛି। ଏଥିପାଇଁ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ୨୬ ଗ୍ରାମ, କୁଜଙ୍ଗର ୬୧ ଗ୍ରାମ, ପାରାଦୀପ ସହ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ୫୨ ଗ୍ରାମ ଓ ମାର୍ଶାଘାଇର ୧୨ ଗ୍ରାମ ଚିହ୍ନଟ ହୋଇଛି। ୩,୫୧,୦୫୮ କୋଟି ଟଙ୍କା ଏଥିରେ ନିବେଶ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୨୯,୭୭୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ଲାଣ୍ଟ ନିର୍ମାଣ ପରେ ଦୈନିକ ୬୨୦ ମିଲିୟନ ଲିଟର ମଧୁରଜଳ ଆବଶ୍ୟକ ପଡିବ। ଏଥିପାଇଁ ମହାନଦୀରୁ ୩୨୯ ମିଲିୟନ ଲିଟର ଜଳ ଦୈନିକ ଉଠାଯିବାକୁ ଯୋଜନା ରହିଛି। ସେହିପରି ଶିଳ୍ପ, ଘରୋଇ ନିର୍ଗତ ବର୍ଜ୍ୟବସ୍ତୁ, ଜଳ ଓ ବାୟୁ ପ୍ରଦୂଷଣ ଆଦି ସ୍ଥାନୀୟ ପରିବେଶକୁ ନଷ୍ଟ କରିବା ସମ୍ଭାବନା ଅଛି। ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆସନ୍ତା ୩୦ ତାରିଖରେ ଜନଶୁଣାଣି ହେବ।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଶିଳ୍ପ ପ୍ରଗତିର ମାଧ୍ୟମ। ଏହାକୁ ଜିଲାବାସୀ ବିରୋଧ କରୁନାହାନ୍ତି। ତେବେ ପରିବେଶ ପ୍ରତି ଧ୍ୟାନ ରଖି ଏହି ପ୍ରକଳ୍ପ ହେବା ଆବଶ୍ୟକ। କେନ୍ଦ୍ରାପଡ଼ା ଜିଲାରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଏଠାରେ କେବଳ କୁମ୍ଭୀର, ଦେଶୀ, ବିଦେଶୀ ପକ୍ଷୀ ଠୁଳ ହେଉନାହାନ୍ତି ବରଂ ବିଭିନ୍ନ ପ୍ରକାର ଔଷଧୀୟ ଗୁଳ୍ମ ସହ ବିସ୍ତୀର୍ଣ୍ଣ ହେନ୍ତାଳବଣ ଅଛି। ଶିଳ୍ପର ପ୍ରଦୂଷିତ ପରିବେଶ ଓ ଉଦ୍‌ବୃତ୍ତ ଜଳ ହେନ୍ତାଳବଣକୁ ଧ୍ୱଂସ କରିବା ଶକ୍ତି ରଖିଛି। ଚିଙ୍ଗୁଡ଼ିଘେରିରୁ ନିର୍ଗତ ରାସାୟନିକ ଦ୍ରବ୍ୟ ଓ ଜଳ ସ୍ଥାନୀୟ ବନ୍ୟ ଏବଂ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଛି। ଖରସ୍ରୋତାରୁ ମଧୁର ଜଳ ଭଦ୍ରକକୁ ଦେବା, ବୈତରଣୀ ଜଳକୁ ଯାଜପୁରଠାରେ ଆନିକଟ ମାଧ୍ୟମରେ ଅଟକାଇବା, ମହାନଦୀରେ ସନ୍ତରାଠାରୁ ୱାଟର ରିଜର୍ଭୟର ପ୍ରତିଷ୍ଠା ପାଇଁ ଯୋଜନା ପରେ ଏବେ ଶିଳ୍ପ ଲାଗି ମହାନଦୀରୁ ମଧୁର ଜଳ ନିଆଯିବ, ଯାହା ସମୁଦ୍ରର ପ୍ରାଚୀର କୁହାଯାଉଥିବା ହେନ୍ତାଳବଣକୁ ନଷ୍ଟ କରିବ। ସାମାଜିକ କର୍ମୀ ଆଳୟ ସାମନ୍ତରାୟ କହିଛନ୍ତି, ମହାନଦୀର ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଥିବା ବେଳେ ଅପରପାର୍ଶ୍ୱରେ ଜଗତ୍‌ସିଂହପୁର ଜିଲା ଅଛି। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ଅଛି। ତେବେ ଅପରପାର୍ଶ୍ୱରେ ଜଗତ୍‌ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୫ରୁ ଊର୍ଦ୍ଧ୍ୱ ବୃହତ୍‌ ଶିଳ୍ପାନୁଷ୍ଠାନ ଗଢ଼ିଉଠିଛି। ଏହି ଶିଳ୍ପାନୁଷ୍ଠାନରୁ ନିର୍ଗତ ବିଷାକ୍ତ ଧୂଳି ଓ ଧୂଆଁ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅତିଷ୍ଠ କରୁଛି। ସେହିପରି ଏହି ଅଞ୍ଚଳରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ନଦୀ ନାଳରେ ମିଶି ସ୍ଥାନୀୟ ଜିଲାର ବିଭବ ଭାବେ ପରିଚିତ ଆର୍ଦ୍ରଭୂମି ଭିତରକନିକା ସମେତ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ପରିବେଶ ନଷ୍ଟ କରୁଛି। ଯାଜପୁର ଓ ଜଗତ୍‌ସିଂହପୁର ଶିଳ୍ପାଞ୍ଚଳକୁ ସଂଯୋଗୀ ରାସ୍ତା କେନ୍ଦ୍ରାପଡ଼ା ଜିଲାରେ ଅଛି। ପ୍ରତିଦିନ ରାସାୟନିକ ପଦାର୍ଥ ଭରା ଭାରିଯାନ ଏହି ରାସ୍ତାରେ ଯାତାୟାତ କରୁଛି। ରାସାୟନିକ ବିପର୍ଯ୍ୟୟ ପ୍ରତି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଅଦ୍ୟାବଧି ସଚେତନ ନୁହନ୍ତି। ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଜଗତ୍‌ସିଂହପୁର ଜିଲା ଶିଳ୍ପାଞ୍ଚଳରୁ ନିର୍ଗତ ବିଷାକ୍ତ ଧୂଳି ଓ ଧୂଅଁା ଜୀବନକୁ ଦୁର୍ବିସହ କରିଦେଉଛି। ଏହାର ପ୍ରଭାବ ଚର୍ମରୋଗଠାରୁ ଆରମ୍ଭ କରି କ୍ୟାନ୍‌ସର ପର୍ଯ୍ୟନ୍ତ କାରଣ ହୋଇଥିବା ବେଳେ ସ୍ଥାନୀୟ ଫସଲକୁ ନଷ୍ଟ କରୁଛି। ଏପରି ଘଟଣା ସବୁ ସମୟରେ ଦେଖିବାକୁ ମିଳିଛି। ପାରାଦୀପର ଏକ ଷ୍ଟିଲ୍‌ ପ୍ଲାଣ୍ଟରୁ ଲାଲ୍‌ରଙ୍ଗର ଧୂଳି ଉଡ଼ି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖେଳେଇ ହୋଇଯାଇଛି। ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜାତୀୟ ଉଦ୍ୟାନ ଭିତରକନିକା ପ୍ରତି ବିପଦ ସାଜିଛି। ସେହିପରି ଏହି ବିଷାକ୍ତ ରାସାୟନିକର ପ୍ରଭାବ ସାମୁଦ୍ରିକ ଜଳଜୀବ ସମେତ ନଦୀନାଳ ଉପରେ ପଡୁଛି। ଗଛସବୁ ପୋଡ଼ିଯାଉଥିବା ବେଳେ ଫସଲ ଅଧିକ ଅମଳକ୍ଷମ ହେଉନାହିଁ। ଜଳ ଓ ବାୟୁ ପ୍ରଦୂଷଣ ନେଇ ଜନଶୁଣାଣିରେ ମତ ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri